ଓଡିଶା

odisha

ETV Bharat / videos

ବାଲୁକାକଳାରେ ବିଶ୍ବ ରେଡିଓ ଦିବସ, ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

By ETV Bharat Odisha Team

Published : Feb 12, 2024, 9:53 PM IST

World Radio Day: ପୁରୀ: ଆସନ୍ତାକାଲି ପାଳିତ ହେବାକୁ ଯାଉଛି ବିଶ୍ଵ ରେଡ଼ିଓ ଦିବସ । ଏ ଅବସରରେ ପ୍ରସିଦ୍ଧ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମୁଦ୍ରକୂଳରେ ବାଲୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ମଣିଷ ଜୀବନରେ ରେଡିଓର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ଏବଂ ପୁର୍ବରୁ ରେଡ଼ିଓ କିଭଳି ମନୁଷ୍ୟ ସମାଜ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ସେ ନେଇ ସଚେତନତା ପାଇଁ ସାରା ବିଶ୍ଵରେ ପ୍ରତିବର୍ଷ ଫେବୃଆରୀ 13କୁ ବିଶ୍ଵ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ । 

ଏହା ମଧ୍ୟ ପଢନ୍ତୁ...ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ 200 ତମ ଜନ୍ମ ବାର୍ଷିକୀ, ମନମୋହୁଛି ବାଲୁକା ଶିଳ୍ପୀଙ୍କ ଚିତ୍ରକଳା

ବାଲୁକା ଚିତ୍ରକଳାରେ ଅବିକଳ ରେଡ଼ିଓ ର ପ୍ରତିକୃତି ସହ ଏହାର ଉଦ୍ଭାବକ ମାର୍କୋନୀଙ୍କ ପ୍ରତିକୃତିକୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି । ଏହା ସହିତ ସେ ଭୁବନେଶ୍ବର ଠାରେ ଆୟୋଜିତ ହେବାକୁ ଥିବା ଦଶମ ଆନ୍ତର୍ଜାତିକ ରେଡିଓ ମେଳା ୨୦୨୪କୁ ମଧ୍ୟ ବାଲୁକାକଳାରେ ସ୍ଥାନ ଦେଇଛନ୍ତି । ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ରେଡ଼ିଓ ସହିତ ମଣିଷ ସମାଜର ଅନେକ ଅଭୁଲା ସ୍ମୃତି ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ସୂଚନା, ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ରେଡ଼ିଓ । ଯଦିଓ ଯୁଗ ବଦଳିବା ସହ ରେଡ଼ିଓ ସେବା ଡିଜିଟାଲ ହୋଇଛି ତଥା ଏହାର ଗୁରୁତ୍ଵ ଓ ଲୋକପ୍ରିୟତା ଏବେବି ବଜାୟ ରହିଛି । ଏହି ସ୍ମୃତିକୁ ମନେ ପକାଇବା ପାଇଁ ଏହି ବାଲୁକା ଚିତ୍ରକଳା ସେ ନିର୍ମାଣ କରିଥିବା କହିଛନ୍ତି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details