ଓଡିଶା

odisha

ETV Bharat / videos

ଷଷ୍ଠୀ ପୂଜା ପାଇଁ ଚଳଚଞ୍ଚଳ ମା' କାଉଁରୀ ଠାକୁରାଣୀଙ୍କ ପୀଠ

By ETV Bharat Odisha Team

Published : 4 hours ago

ନୟାଗଡ଼: ଷଷ୍ଠୀ ପୂଜା ପାଇଁ ଚଳଚଞ୍ଚଳ ଦେବୀ ପୀଠ । ଏଥିପାଇଁ ଉତ୍ସବ ମୁଖର ହୋଇଛି ନୟାଗଡ଼ ବ୍ଲକର ଗୋବିନ୍ଦପୁର, ସୁକଳଗାଡ଼ିଆ, ଚମ୍ପତିପୁର ଗାଁର ଦେବୀ ପୀଠ । ଦୁର୍ଗାପୂଜା ପାଇଁ ଷଷ୍ଠୀ ତିଥିରୁ ମା' କାଉଁରୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି । ଏହି ସମୟରେ ୫ ଦିନ ପାଇଁ ନିଜ ବାପ ଘରକୁ ଯାତ୍ରା କରିଥାନ୍ତି କାଉଁରୀ ଠାକୁରାଣୀ । ବିଧି ଅନୁଯାୟୀ, ଷଷ୍ଠୀ ପୂଜାରେ ମାଆ କାଉଁରୀ ଠାକୁରାଣୀ ଶାଶୁଘରୁ ବାପଘରକୁ ଯାତ୍ରା ପାଇଁ ନିମନ୍ତ୍ରଣ ନେଇ ଚମ୍ପତିପୁର ବାସିନ୍ଦା ଗୋବିନ୍ଦପୂର ଗାଁକୁ ଆସିଥାନ୍ତି । ଏଭଳି ପରମ୍ପରା ବହୁ ବର୍ଷର ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । କାଉଁରୀ ଠାକୁରାଣୀ ରାଜାଙ୍କ ପୂଜିତ ଠାକୁରାଣୀ ହୋଇଥିବାରୁ ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ମାଆଙ୍କ ଯାତ୍ରାରେ ସାମିଲ ହୋଇ ଆଶିଷ ନେଇଛନ୍ତି ।

ବିଧି ଅନୁଯାୟୀ, ଷଷ୍ଠୀ ପୂଜାରେ ମାଆ କାଉଁରୀ ଠାକୁରାଣୀ ଗୋବିନ୍ଦପୁର ସୁକଳଗାଡ଼ିଆ ଗାଁରେ ଭୋଗ ଖାଇବା ପରେ ସ୍ଥାନୀୟ ବାସିନ୍ଦାମାନେ ବିରାଟ ଶୋଭାଯାତ୍ରାରେ ଚମ୍ପତିପୁର ଗାଁକୁ ନେଇଥାନ୍ତି । ନାଚଗୀତ ସହ ପଟୁଆର କରି ବାପ ଘରକୁ ଯାତ୍ରା କରିଥାନ୍ତି କାଉଁରୀ ଠାକୁରାଣୀ । ଏହି ସମୟରେ ଚମ୍ପତିପୁର ଗାଁର ବାସିନ୍ଦାମାନେ କାଉଁରୀ ଠାକୁରାଣୀଙ୍କୁ ଗାଁ ପରିକ୍ରମା କରିବା ପରେ ମଣ୍ଡପଙ୍କୁ ନେଇଥାନ୍ତି । ଷଷ୍ଠୀ ତିଥିରୁ ବିଜୟ ଦଶମୀ ପର୍ଯ୍ୟନ୍ତ ମା' କାଉଁରୀ ଠାକୁରାଣୀ ଚମ୍ପତିପୁର ଗାଁର ଦେବୀ ପୀଠରେ ପୂଜା ପାଇବେ । ସେଠାରେ ପାଳିତ ହେବ ମା'ଙ୍କ ବିଜୟ ଦଶମୀ ଉତ୍ସବ । ଏହି ସମୟରେ ମା' କାଉଁରୀ ଠାକୁରାଣୀଙ୍କ ପାଖରେ ମନସ୍କାମନା ପୂରଣ ପାଇଁ ଆମିଷ ଭୋଗ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଭୋଗ ଲାଗି କରିଥାନ୍ତି ଭକ୍ତ  । 

ଏହା ମଧ୍ୟ ପଢ଼ନ୍ତୁ...ସ୍ୟାଣ୍ଡ ଆନିମେସନରେ ମା’ ଦୁର୍ଗା

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, ଗୋଷାଣୀ ରୂପେ ପୂଜା ପାଆନ୍ତି ମା' ଦୁର୍ଗା

ମା' କାଉଁରୀ ଠାକୁରାଣୀ ହେଉଛନ୍ତି ରାଜଯୋଡ଼ା ଠାକୁରାଣୀ । ସ୍ଥାନୀୟ ବାସିନ୍ଦା କହିବା ଅନୁଯାୟୀ ପୂର୍ବରୁ ମା' କାଉଁରୀ ଠାକୁରାଣୀ ନୟାଗଡ଼ ରାଜବାଟିରେ ପୂଜା ପାଉଥିବା ବେଳେ ୧୯୪୭ ମସିହାରେ ସ୍ଥାନୀୟ ଲୋକମାନେ ମା'ଙ୍କୁ ସୁକଳଗାଡ଼ିଆ ଗାଁକୁ ଆଣିଥିଲେ । ସେବେଠାରୁ ମା'ଙ୍କ ଦଶହରା ପର୍ବ ସୁକଳଗାଡ଼ିଆ ଠାରେ ଅମାବାସ୍ୟା ଠାରୁ ୫ ଦିନ ଧରି ପାଳନ କରାଯିବ ପରେ ଷଷ୍ଠୀ ତିଥିରୁ ଚମ୍ପତିପୁର ଗାଁରେ ୫ ଦିନ ପାଳନ କରାଯିବାର ପରମ୍ପରା ରହିଆସିଛି । 

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details