ଓଡିଶା

odisha

ETV Bharat / videos

ମେଲାଣି ନେଉଛନ୍ତି ମା’, କଟକରେ ଚାଲିଛି ଭସାଣ ଉତ୍ସବ

By ETV Bharat Odisha Team

Published : 4 hours ago

କଟକ: ଆଜି ମେଲାଣି ନେଉଛନ୍ତି ମା’ ଜଗତଜନନୀ ଦୁର୍ଗା । ଭସାଣ ଶୋଭାଯାତ୍ରା ପାଇଁ ଦୁଲୁକୁଛି କଟକ ସହର । ଶାନ୍ତି ଶୃଙ୍ଖଳାର ସହ କିପରି ମେଢ଼ ଗୁଡିକ ଦେବୀଗଡାରେ ବିସର୍ଜିତ ହେବ ସେନେଇ ସମସ୍ତେ ଲାଗି ପଡିଛନ୍ତି । ବିଶେଷକରି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ସହରରେ ୬୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ କେନ୍ଦ୍ରୀୟ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ପାଗ ଅନୁକୂଳ ରହିଥିବା ବେଳେ ଗୁଳୁଗୁଳି ଟିକେ ବ୍ୟତିବ୍ୟସ୍ତ କରିଛି । ଚଳିତଥର ଡିଜେ କଟକଣା କରାଯାଇଥିବା ବେଳେ ପାରମ୍ପରିକ ବାଦ୍ୟକୁ ଗୁରୁତ୍ବ ଦେଇଛନ୍ତି ପୂଜା କମିଟି । ସୁରୁଖୁରୁରେ ଟାଲିଛି ଭସାଣ ଉତ୍ସବ । ତେବେ କଟକରେ କିପରି ଚାଲିଛି ଭସାଣ ଶୋଭାଯାତ୍ରା । ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ । 

ଏହା ମଧ୍ୟ ପଢନ୍ତୁ:

ଆଜି ମାଆଙ୍କ ମେଲାଣି, ଭସାଣି ପାଇଁ ଟ୍ରାଫିକ କଟକଣା, ବନ୍ଦ ରହିବ ରାଜଧାନୀର ଏହି ୩ ମୁଖ୍ୟ ରାସ୍ତା

ବିଦେଶରେ ବିରାଜିଲେ ଦେବୀ ଦୁର୍ଗା, ପ୍ରବାସୀ ଓଡ଼ିଆଙ୍କ ପୂଜାର୍ଚ୍ଚନାରେ ପ୍ରକମ୍ପିତ ଫ୍ଲୋରିଡା

ମଙ୍ଗଳାବାଗର ନିଆରା ପରମ୍ପରା, ଦର୍ପଣ ସାହାଯ୍ୟରେ ପିତ୍ତଳ ପାତ୍ରରେ ମା'ଙ୍କୁ ବିସର୍ଜନ

ଇଟିଭି ଭାରତ, କଟକ 

ABOUT THE AUTHOR

...view details