ଓଡିଶା

odisha

ETV Bharat / videos

ରାସ୍ତା ପାଇଁ ରାସ୍ତାରୋକ, ବାଙ୍କୀ-ସିମର ରାସ୍ତାରେ ଯାତାୟାତ ଠପ

By ETV Bharat Odisha Team

Published : 5 hours ago

ଖୋର୍ଦ୍ଧା: ଗାଁ ଗାଁରେ ପକ୍କା ରାସ୍ତା ନେଇ ସରକାରଙ୍କ ନାହିଁ ନଥିବା ଯୋଜନା । କିନ୍ତୁ ଏସବୁ ଯେମିତି ମାଟି ମାଡି ପାରିନି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଦିନିଆରୀ ଏବଂ ନୀଳକଣ୍ଠପୁର ଗ୍ରାମକୁ । ଏହି ଦୁଇ ଗ୍ରାମକୁ ଯିବାକୁଭଲ ରାସ୍ତାଟିଏ ନାହିଁ । ଫଳରେ ଯଦି କାହାର ସ୍ବାସ୍ଥ୍ୟାବସ୍ଥା ଖରାପ ହୁଏ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରେନାହିଁ । ଯାହାଫଳରେ ନାହିଁନଥିବା ସମସ୍ୟାର ସମୁଖୀନ ହେଉଛନ୍ତି ଗ୍ରାମବାସୀ । ପକ୍କା ରାସ୍ତା ପାଇଁ ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ଏହାକୁ କର୍ଣ୍ଣପାତ ନକରିବାରୁ ଶେଷରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ନୀଳକଣ୍ଠପୁର ଓ ଦିନିଆରୀ ଗ୍ରାମର ଶତାଧିକ ପୁରୁଷ ଓ ମହିଳା । ବାଙ୍କୀ ସିମର ମୁଖ୍ୟ ରାସ୍ତାକୁ ଦିନିଆରୀ ଛକଠାରେ ପଥର ପକାଇ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ବାଘମାରି ଥାନା ଅଧିକାରୀଙ୍କ ସହ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ତହସିଲଦାର ଓ ବିଡିଓ - BDO WALKED IN MUDDY ROAD

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details