ଓଡିଶା

odisha

ଶିବ ଭକ୍ତଙ୍କ ନାଗବମ, ସାପ ମୁଦ୍ରାରେ ଗଡ଼ିଗଡ଼ି ଯାଇ କଲେ ଜଳ ଲାଗି - Bolbam Nagbam

By ETV Bharat Odisha Team

Published : Jul 29, 2024, 11:07 PM IST

Bolbam Nagbam (ETV Bharat Odisha)

Bolbam Nagbam: ନୂଆପଡ଼ା: ଭକ୍ତ ଓ ଭଗବାନ ଉଭୟେ ପରିପୂରକ । ଭକ୍ତ ବିନା ଭଗବାନଙ୍କ ସ୍ଥିତି ନାହିଁ କି ଭଗବାନ ବିନା ଭକ୍ତଙ୍କ ଅସ୍ତିତ୍ବ ମଧ୍ୟ ନାହିଁ । ଯୁଗେ ଯୁଗେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ରହିଛି । ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାରେ । ଭଗବାନ ଶିବଙ୍କୁ ଜଳାଭିଷେକ କରିବା ପାଇଁ  ଜଣେ ମହାଦେବ ଭକ୍ତ ଦୀର୍ଘ 40 କିଲୋମିଟର ଦୂରତା ବହୁ ପ୍ରସିଦ୍ଧ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରସ୍ଥିତ ମହାମୃତ୍ୟୁଞ୍ଜୟ ମହାଦେବ ମନ୍ଦିରରୁ ରାସ୍ତା ଉପରେ ଗଡ଼ି ଗଡ଼ି ନିଜ ଗାଁ ସ୍ଥିତ ଧବଳେଶ୍ବର ମହାଦେବ ମନ୍ଦିରରେ ପହଞ୍ଚିଛନ୍ତି । 

ମହାଦେବ ଭକ୍ତ ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ଘଣ୍ଟିଗୁଡ଼ା ଗ୍ରାମର ମହାଦେବଙ୍କ ପରମ ପୂଜ୍ୟ ଭକ୍ତ ସୋମନାଥ ବାଗ । ବହୁ ପ୍ରସିଦ୍ଧ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରୁ ନାଗବମରେ ବାହାରି ଦୀର୍ଘ 40 କିଲୋମିଟର ସଡ଼କ ଉପରେ ନାଗସାପ ପରି ଗୁରୁଣ୍ଡି ଗୁରୁଣ୍ଡି ମହାଦେବଙ୍କ ଉପାସନା କରି ଚାଲିଛନ୍ତି । ନିଜ ମନସ୍କାମନା ପୂରଣ ନେଇ ଏକ ସପ୍ତାହ ମଧ୍ୟରେ ପାତାଳଗଙ୍ଗାରୁ ସଡ଼କ ଉପରେ ଗଡ଼ି ଗଡ଼ି ଆଜି ଘଣ୍ଟିଗୁଡ଼ା ଗ୍ରାମ ଧବଳେଶ୍ବର ମହାଦେବ ମନ୍ଦିରରେ ପହଞ୍ଚିଛନ୍ତି । ସୋମନାଥ ବାଗ ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ଯାତ୍ରା ଆରମ୍ଭ କରିଥିଲେ । ଦ୍ବିତୀୟ ସୋମବାର ଦିନ ନିଜ ଗ୍ରାମ ଶିବ ମନ୍ଦିରରେ ଜଳାଭିଷେକ କରିଛନ୍ତି । ନାଗବମ୍ ଯାତ୍ରାରେ ଅନେକ ଗ୍ରାମବାସୀ  ସ୍ବାଗତ କରିବା ସହ ଯାତ୍ରା ସମୟରେ ସଡ଼କକୁ ଝାଡୁ ମାରିବା, ଫୁଳ ପୁଷ୍ପ, କ୍ଷୀର, ବେଲପତ୍ର, ନଡିଆ ଆଦି ଦେଇ ପୂଜା କରିଥିଲେ ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details