ରେଳଧାରଣାରେ ପଡିଛି ଓକିଲଙ୍କ ମୃତଦେହ; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ - Lawyer dead body found - LAWYER DEAD BODY FOUND
Published : Jul 26, 2024, 2:32 PM IST
କଟକ: ରେଳଧାରଣାରେ ପଡିଛି ଓକିଲଙ୍କ ମୃତଦେହ । କଟକ ଚୌଦ୍ବାର ଶଙ୍କରପୁର ରେଳଧାରଣାରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୌମ୍ୟ ପ୍ରକାଶ ମହାପାତ୍ର ଓ ଘର ଶେଖବଜାରରେ ହୋଇଥିବା ତାଙ୍କ ପରିଚୟପତ୍ରରୁ ଜଣାପଡିଛି । ଘଟଣାସ୍ଥଳରେ ଓକିଲଙ୍କ ବାଇକ ମଧ୍ୟ ପଡିଛି । ପୋଲିସ ସେଠାରେ ପହଞ୍ଚି ମୃତଦେହ ସହ ଗାଡି ଓ ତାଙ୍କର ପରିଚୟପତ୍ର ଉଦ୍ଧାର କରିଛି । ତେବେ କେମିତି ଓକିଲଙ୍କ ମୃତ୍ୟୁ ହେଲା ? ଏହା ଆତ୍ମହତ୍ୟା ନା କେହି ହତ୍ୟା କରି ଏମିତି ଫିଙ୍ଗି ଦେଇଛି ? ଏ ଯାଏଁ ସ୍ପଷ୍ଟ ହୋଇପାରିନି । ପୋଲିସର ତଦନ୍ତ ପରେ ଘଟଣା ଜଣାପଡିବ । ବର୍ତ୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପରଦା ଉଠିପାରିବ ବୋଲି ସୂଚନା ଦେଇଛି ଚୌଦ୍ବାର ଥାନା ପୋଲିସ । ଅନ୍ୟପଟେ ଏହି ଘଟଣା ନେଇ ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, କଟକ