ଓଡିଶା

odisha

ETV Bharat / videos

ପରିବେଶ ସଚେତନତାର ବାର୍ତ୍ତା, କେନ୍ଦ୍ରାପଡ଼ାରୁ କୋରାପୁଟ ସାଇକେଲ ଯାତ୍ରା - Kendrapara Koraput Cycle Tour - KENDRAPARA KORAPUT CYCLE TOUR

By ETV Bharat Odisha Team

Published : Mar 22, 2024, 11:22 AM IST

Cycle tour from Kendrapara to Koraput:  କୋରାପୁଟ: ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିକୁ ସାଇକେଲ ଯାତ୍ରା କରିବାର ତାଲିକାରେ ସାମିଲ ହେଲେ କେନ୍ଦ୍ରାପଡ଼ାର ଦୁଇ ଯୁବ ସାଇକେଲ ଚଳାଳି । ଓଡ଼ିଶାରେ ଏକତା, ମୈତ୍ରୀ, ସଂହତିର ପ୍ରଚାର ସହ ସ୍ଵଚ୍ଛତା ଓ କ୍ରୀଡାର ବାର୍ତ୍ତା ନେଇ ଚଳିତ ମାସ 8 ତାରିଖରେ କେନ୍ଦ୍ରାପଡ଼ାରୁ ବାହାରିଥିବା ଏହି ଦୁଇ ଯୁବକ ଗୁରୁବାର ଦିନ କୋରାପୁଟ ଜିଲ୍ଲାରେ ପହଞ୍ଚି ସ୍ଥାନୀୟ ଆଦିବାସୀ ଯୁବକମାନଙ୍କ ସହ ପରିବେଶର ବାର୍ତ୍ତା ଆଦାନ ପ୍ରଦାନ କରି ଦେଓମାଳି ପର୍ବତ ଶିଖରକୁ ଯାତ୍ରା କରିଛନ୍ତି ।

ପରିବେଶ ଓ ପ୍ରକୃତିକୁ ବଞ୍ଚାଇବା ବାର୍ତ୍ତା ନେଇ କେନ୍ଦ୍ରାପଡା ଜିଲ୍ଲାର 2 ଯୁବ ସାଇକେଲ ଚଳାଳି କୋରାପୁଟରେ ପହଞ୍ଚିଛନ୍ତି । ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ମିଳିବା ସହ ଏହା ପରିବେଶକୁ କ୍ଷତି ପହଞ୍ଚାଇ ନଥାଏ । ପରିବେଶ ବଞ୍ଚାଅ ଓ ପ୍ରକୃତି ବଞ୍ଚାଅ ବାର୍ତ୍ତା ନେଇ କୋରାପୁଟ ଜିଲ୍ଲାର ଦେଓମାଳି ପର୍ବତ ପର୍ଯ୍ୟନ୍ତ ସାଇକେଲ ଚଳାଇଛନ୍ତି ଏହି 2 ଯୁବ ସାଇକେଲ ଚଳାଳି । ତେବେ ଏହିପରି ସାଇକେଲ ଯାତ୍ରା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରଗୁଡିକ ବିଷୟରେ ପ୍ରଚାର ପ୍ରସାର ସମ୍ଭବ ହେବା ସହିତ ଗୋଟିଏ ଅଂଚଳର ଲୋକେ ଅନ୍ୟ ଅଂଚଳର ଜନ ଜୀବନ ସହ ସମ୍ପର୍କ ସ୍ଥାପନ କରିପାରିବେ ବୋଲି ଏହି ଦୁହେଁ ମତବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବିଶ୍ବ ଶାନ୍ତି ପାଇଁ ଛତିଶଗଡ଼ରୁ ଶ୍ରୀକ୍ଷେତ୍ରକୁ ସାଇକେଲ ଯାତ୍ରା

ଦେଓମାଳିକୁ ଯାଇ ଫେରିବା ପରେ ଏହି ସାଇକଲ ଚଳାଳି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵରକୁ ଯାତ୍ରା କରି ପୁଣିଥରେ କେନ୍ଦ୍ରାପଡା ଫେରିଯିବା କାର୍ଯ୍ୟକ୍ରମ ରହିଛି ବୋଲି ସେମାନେ ଜଣାଇଛନ୍ତି । କୋରାପୁଟ ଅଂଚଳରେ ପାହାଡ଼ ପର୍ବତ ମଧ୍ୟ ଦେଇ ସାଇକେଲ ଯାତ୍ରା କରିବା ସମୟରେ ଏହି ଅଂଚଳର ଆଦିବାସୀ ଜନତା ତାଙ୍କୁ ଦେଇଥିବା ଆତିଥ୍ୟ ଓ ସହଯୋଗ ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ସେମାନେ କହିଛନ୍ତି । ପରିବେଶର ଗୁରୁତ୍ୱକୁ ବୁଝାଇବା ସହିତ ଅନେକ ସ୍ଥାନରେ ଆଦିବାସୀ ଜନଜୀବନରେ ପରିବେଶ ସୁରକ୍ଷା ର ପ୍ରଚଳନରୁ ଅନେକ କିଛି ଶିଖିବାକୁ ମିଳିଥିବା ସେମାନେ କହିଛନ୍ତି ।


ଇଟିଭି ଭାରତ, କୋରାପୁଟ 
 

ABOUT THE AUTHOR

...view details