ଓଡିଶା

odisha

ETV Bharat / videos

ଭିତରକନିକାରେ କମିଲା କୁମ୍ଭୀର ବସା - CROCODILE NEST COUNTING - CROCODILE NEST COUNTING

By ETV Bharat Odisha Team

Published : Jul 21, 2024, 7:40 PM IST

CROCODILE NEST COUNTING ENDS: କେନ୍ଦ୍ରାପଡ଼ା: ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷ କୁମ୍ଭୀର ବସା ଗଣନା ଶେଷ ହୋଇଛି । ଚଳିତବର୍ଷ ୧୧୪ଟି ବସା ଚିହ୍ନଟ କରାଯାଇଛି । ଗତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଥିଲା । ଗତବର୍ଷ ତୁଳନାରେ ୮ଟି ବସା କମିଛି । ଚଳିତବର୍ଷ କନିକା ରେଞ୍ଜରେ ୧୦୨ଟି, ରାଜନଗରରେ ୧୦ଟି , ଗହୀରମଥାରେ ୧ଟି, ମହାକାଳପଡ଼ାରେ ୧ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି । 

ଗତବର୍ଷ ତୁଳନାରେ କନିକା ରେଞ୍ଜରେ କୁମ୍ଭୀର ବସା କମିଥିବାବେଳେ ରାଜନଗର ରେଞ୍ଜରେ ମଧ୍ୟ କୁମ୍ଭୀର ବସା କମିଛି । କୁମ୍ଭୀରମାନଙ୍କ ପ୍ରଜନନ ଶେଷ ହେବା ପରେ ନଦୀ ଜୁଆର ମାଡୁନଥିବା ଉଚ୍ଚା ସ୍ଥାନରେ ମାଆ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା କରି ଅଣ୍ଡାଦାନ କରିଥାଏ । ଗୋଧୀ ଅଣ୍ଡା ନଷ୍ଟ କରିବାର ସମ୍ଭାବନା ଥିବାରୁ ମାଆ କୁମ୍ଭୀର ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ବସାକୁ ଜଗି ରହିଥାଏ । ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିତରକନିକାକୁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ୩ ମାସ ଭିତରକନିକା ବନ୍ଦ ରହିଥାଏ ।

ଏହା ମଧ୍ୟ ପଢନ୍ତୁ....ଆଶ୍ଚର୍ଯ୍ୟ ! 25 ଫୁଟ ବିଦ୍ୟୁତ ଖୁଣ୍ଟ ଉପରେ କୁମ୍ଭୀର ଛୁଆ, ଭିଡ଼ିଓ ଭାଇରାଲ - Crocodile On Electric Pole 
 

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details