ଓଡିଶା

odisha

ETV Bharat / videos

ଶିଆଳି ବେଳାଭୂମିରେ ଆତଙ୍କ, ବୁଲୁଛି ୮ ଫୁଟିଆ କୁମ୍ଭୀର - CROCODILE FEAR

By ETV Bharat Odisha Team

Published : Dec 1, 2024, 10:36 PM IST

ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମିରେ କୁମ୍ଭୀର ଆତଙ୍କ । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଫଳରେ ଶିଆଳି ବେଳାଭୂମିରେ ଲୋକେ ଭୟରେ ସମୁଦ୍ର ଗାଧାଉ ନାହାନ୍ତି । ଶିଆଳି ବେଳାଭୂମି ନିକଟ ଜଟାଧାରୀ ମୁହାଁଣରେ ଦେବୀନଦୀ ସମୁଦ୍ର ସହିତ ମିଶିଥିବା ବେଳେ ନେହୁର ବଙ୍ଗଳା ନିକଟରେ ମହାନଦୀ ସମୁଦ୍ର ସହିତ ମିଶିଛି । ଫଳରେ ପାଖାପାଖି ୮ ଫୁଟ ଲମ୍ବର ଏକ କୁମ୍ଭୀର କେଉଁ ନଦୀବାଟ ଦେଇ ସମୁଦ୍ରକୁ ଆସିଥିବା ସନ୍ଦେହ କରାଯାଉଛି । ଗତ ଶନିବାର ଦିନ ଜଣେ ମତ୍ସ୍ୟଜୀବୀ ଶିଆଳି ବେଳାଭୂମି ନିକଟରେ ବସିଥିବା ବେଳେ ଏହି ବଉଳା କୁମ୍ଭୀର ସମୁଦ୍ର କୂଳରେ ସୋଇଥିବା ଦେଖିବାକୁ ପାଇଥିଲେ । ମତ୍ସ୍ୟଜୀବୀ ଦେଖିବା କ୍ଷଣି ହଠାତ୍‌ କୁମ୍ଭୀରଟି ସମୁଦ୍ର ମଧ୍ୟକୁ ଚାଲି ଯାଇଥିଲା । ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ଶିଆଳି ବେଳାଭୂମିରେ ସମୁଦ୍ର ସ୍ନାନ କରିବାକୁ ଭୟ କରୁଛନ୍ତି । ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିନ କୁଜଙ୍ଗ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟାରେ ବାଟବଣା ବଉଳା କୁମ୍ଭୀର, ଚିଙ୍ଗୁଡି ଘେରିରୁ ଉଦ୍ଧାର

ଏହା ମଧ୍ୟ ପଢ଼ନ୍ତୁ...ଜୀବନ ବଞ୍ଚାଇଲା ଦଇବ, କୁମ୍ଭୀର ମୁହଁରୁ ଜୀବିତ ଫେରିଲେ ଦିବ୍ୟାଙ୍ଗ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details