ଓଡିଶା

odisha

ETV Bharat / videos

ବିଶ୍ୱ ମହିଳା ଦିବସରେ ବାଜିଲା ମହୁରୀ, ପଡ଼ିଲା ହାତଗଣ୍ଠି - International Womens Day୨୦୨୪

By ETV Bharat Odisha Team

Published : Mar 8, 2024, 7:10 PM IST

Updated : Mar 8, 2024, 7:22 PM IST

Mass Marriage On Womens Day: ଯାଜପୁର: ବିଶ୍ୱ ମହିଳା ଦିବସ ଉପଲକ୍ଷେ ଯାଜପୁର ଜିଲ୍ଲାରେ ଗଣ ବିବାହ କାର୍ଯ୍ୟକ୍ରମ । ବାଜୁଛି ମହୁରୀ, ସଜେଇ ହେଇଛନ୍ତି ବରବଧୂ । ଏହି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ୟାସନଗର ଅଞ୍ଚଳରେ । ବ୍ୟାସନଗର ପୌର ପରିଷଦ ସାପଗଡିଆ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ନବ ଉତ୍କଳ ମହିଳା ସମିତି ପକ୍ଷରୁ ଗଣ ବିବାହ ଅନୁଷ୍ଠିତ ହେଇଯାଇଛି । ଆଜି(ଶୁକ୍ରବାର) ହେଉଛି ବିଶ୍ୱ ମହିଳା ଦିବସ । ରାଜ୍ୟ ଅନେକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଧୁମଧାମର ସହିତ ପାଳିତ ହେଉଛି । ଏହି ଅବସରରେ ନବ ଉତ୍କଳ ମହିଳା ସମିତିର ସମ୍ପାଦିକା ଜୟନ୍ତୀ ଜେନାଙ୍କ ନେତୃତ୍ୱରେ ବ୍ୟାସନଗର ଜଗନ୍ନାଥ ମନ୍ଦିରରେ ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 7ଜଣ ନବ ଦମ୍ପତିଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ସାମିଲ ହେଇଥିଲେ । ଗୋଟିଏ ଝିଅର ବାହାଘର ପାଇଁ ଯାହା ଆବଶ୍ୟକ ସବୁ ଯୋଗାଇ ଦେଇଛି ନବ ଉତ୍କଳ ମହିଳା ସମିତି । ଚଳିତ ବର୍ଷ ସମିତି ପକ୍ଷରୁ ଅଭାବ ଅନାଟନ ଯୋଗୁଁ ବିବାହ କରି ପାରୁନଥିବା ଜିଲ୍ଲା ତଥା ଜିଲ୍ଲାବାହାରୁ 7ଟି ଝିଅ ଓ 7ଟି ପୁଅ ଠିକ କରି ବିବାହ କରାଯାଇଛି । ଏଥିସହ ବାହାଘରରେ ସାମିଲ ହେବାକୁ ଆସିଥିବା ଝିଅ, ପୁଅ ପରିବାର ଓ ଦେଖଣାହାରୀଙ୍କ ପାଇଁ ମଧ୍ୟ ଭୋଜିଭାତର ଆୟୋଜନ କରାଯାଇଥିଲା । ସେପଟେ ବିବାହ କରି ପାରୁନଥିବା ଝିଅ ଓ ପୁଅମାନେ ଆଜି ବିବାହ କରି ନିଜର ଖୁସିବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ରାମ ମନ୍ଦିରରେ ଗଣ ବିବାହ, ପରସ୍ପରର ହାତ ଧରିଲେ ୨୫ଯୋଡ଼ା ବରକନ୍ୟା

ଇଟିଭି ଭାରତ, ଯାଜପୁର 

Last Updated : Mar 8, 2024, 7:22 PM IST

ABOUT THE AUTHOR

...view details