ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମା’ଙ୍କ ଏକାଦଶାହ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ - CM MOHAN CHARAN MAJHI
Published : Jan 25, 2025, 9:29 PM IST
ନିଆଳି: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମା’ଙ୍କ ଏକାଦଶାହରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ପୁରୀ ସାଂସଦ ସମ୍ବିତ ପାତ୍ର, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ସ୍ଥାନୀୟ ବିଧାୟକ ଛବି ମଲ୍ଲିକ ପ୍ରମୁଖ ପ୍ରଭାତୀଙ୍କ ବାପଘର କଟକ ଜିଲ୍ଲା ନିଆଳି ବ୍ଳକ ନିର୍ଭରଣ ଗାଁରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସ୍ବର୍ଗତ ଲୋଭାବତୀ ପରିଡ଼ାଙ୍କ ଏକାଦଶାହ କ୍ରିୟାରେ ଯୋଗଦେଇ ମୁଁ ଶ୍ରଦ୍ଧାଞ୍ଜଳି ଜଣାଇଛି । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି ।"
ତେବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମା' ଲୋଭାବତୀ ପରିଡ଼ା ଗତ ୧୫ ତାରିଖରେ ୮୯ ବର୍ଷ ବୟସରେ ଆଖି ବୁଜିଥିଲେ । କିଛି ଦିନ ଧରି ଲୋଭାବତୀ ପରିଡ଼ାଙ୍କ ଦେହ ଅସୁସ୍ଥ ଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଜାନୁଆରୀ ୧୫ ତାରିଖରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ପ୍ରଭାତୀ ପରିଡ଼ା ହେଉଛନ୍ତି ଲୋଭାବତୀଙ୍କ ତୃତୀୟ ସନ୍ତାନ ।
ଏହା ମଧ୍ୟ ପଢ଼ନ୍ତୁ...ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିଲା ଜନ୍ମମାଟି ସମ୍ବଲପୁର ଏହା ମଧ୍ୟ ପଢ଼ନ୍ତୁ...ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିଲା ଝାରସୁଗୁଡା |
ଇଟିଭି ଭାରତ, ନିଆଳି