ପବିତ୍ର ରାମ ନବମୀ; ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ - Rama Navami - RAMA NAVAMI
Published : Apr 17, 2024, 9:07 PM IST
Rama Navami: ଭୁବନେଶ୍ବର: ପବିତ୍ର ରାମ ନବମୀ ଅବସରରେ ଛତିଶଗଡ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ସପରିବାର ଆସି ଭୁବନେଶ୍ବର ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ କରିଛନ୍ତି ବିଶ୍ଵଭୂଷଣ । ଶ୍ରୀରାମଙ୍କ ଦିବ୍ୟ ଆଳତିରେ ସାମିଲ ହେବା ସହ ସମଗ୍ର ବିଶ୍ବର କଲ୍ୟାଣ କାମନା କରିଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ଶ୍ରୀରାମ ନବମୀର ଶୁଭେଚ୍ଛା ଜଣାଇବା ସହ ଦେଶ ଓ ରାଜ୍ୟର ମଙ୍ଗଳ କାମନା କରିଛନ୍ତି । ଆଜିର ପବିତ୍ର ଦିନରେ ସାରା ଦେଶ ଆଜି ରାମମୟ ହୋଇଛି । ରାଜଧାନୀ ଭୁବନେଶ୍ବର ବି ରାମ ଧ୍ବନୀରେ ପ୍ରକମ୍ପିତ ହେଉଛି । ଏହି ଅପୂର୍ବ ଦୃଶ୍ୟ ଦେଖି ଆଉ ପ୍ରଭୁଙ୍କର ଦର୍ଶନ କରି ଅତ୍ୟନ୍ତ ଆନନ୍ଦିତ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ ।
ଅନ୍ୟପଟେ ଆଜିର ଏହି ପବିତ୍ର ଦିନରେ ଶ୍ରୀରାମ ନବମୀ ଅବସରରେ ଭୁବନେଶ୍ବରସ୍ଥିତ ଶ୍ରୀରାମ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଏହି ଅବସରରେ ବୈଜୟନ୍ତ ବିଶ୍ବର କଲ୍ୟାଣ ସହ ଦେଶ ଏବଂ ରାଜ୍ୟର ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି । ବିଶେଷ କରି କେନ୍ଦ୍ରାପଡ଼ାବାସୀଙ୍କ ଲାଗି ପ୍ରାର୍ଥନା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର