ଓଡିଶା

odisha

ETV Bharat / videos

ମା' ବିରଜାଙ୍କ ରଥଯାତ୍ରା ଆରମ୍ଭ, ଛୁଟୁଛି ଭକ୍ତଙ୍କ ସୁଅ

By ETV Bharat Odisha Team

Published : 5 hours ago

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା ଆରମ୍ଭ ହେଇଯାଇଛି । ମା' ବିରଜାଙ୍କର ନବଦିନାତ୍ମକ ରଥଯାତ୍ରା ପାଇଁ ଉତ୍ସବମୁଖର ସମଗ୍ର ଅଞ୍ଚଳ । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ବାବଧାନରେ ପାରମ୍ପରିକ ରୀତିନିତି ଅନୁଯାୟୀ ରଥପୂଜା ଓ ଯଜ୍ଞ ସମାପନ ହୋଇଛି । ଏହାପରେ ରଥପ୍ରତିଷ୍ଠା କରାଯାଇଥିଲା । ଏହାପରେ ମା'ଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣାଯାଇଥିଲା । ଆଜିଠାରୁ ଆଉ ୮ଦିନ ଯାଏଁ ପ୍ରତି ସନ୍ଧ୍ୟାରେ ରଥ ମନ୍ଦିରର ବେଢ଼ା ପରିକ୍ରମା କରିବ। ବିଶ୍ୱାସ ରହିଛି 9 ଦିନ ଧରି ଚାଲିଥିବା ଏହି ପୂଜା ସମୟରେ ମା'ଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଏହା ବି ପଢନ୍ତୁ...ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା' ସମଲେଶ୍ୱରୀ - Maa Samaleswari Dhabalamukhi Besha

ଏହା ବି ପଢନ୍ତୁ...ମହାଳୟାରେ କାହିଁକି ମା’ଙ୍କ ଠାରେ ଖଡି ଲାଗି କରାଯାଏ ? କଣ ରହିଛି ପରମ୍ପରା - Khadilagi Rituals

ରଥରେ ମା'ଙ୍କୁ ଦର୍ଶନ କରିବା ସହ ରଥଟଣା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  କହିଛନ୍ତି । ମା' ବିରଜାଙ୍କ ଶାରଦୀୟ ଉତ୍ସବକୁ ଶାନ୍ତିଶୃଙ୍ଖଳାରେ ସାରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଅଂଶୁମାନ ଶତପଥି । ସେପଟେ ଆଜି ମା'ଙ୍କ ପୀଠରେ ପଞ୍ଚମୀ ପୂଜା ଆରମ୍ଭ ହେଇଯାଇଛି। ମା'ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି।

ଏହା ମଧ୍ୟ ପଢ଼ନ୍ତୁ...ନବରାତ୍ରୀରେ ୯ ରାଶିରେ ବଡ଼ ପରିବର୍ତ୍ତନ, ମା'ଙ୍କ କୃପାରୁ ଧନଧାନ୍ୟରେ ପୁରି ଉଠିବ ଘର - Durga Puja Navratri Horoscope

ଏହା ବି ପଢନ୍ତୁ...୪ ରାଶିଙ୍କ ଉପରୁ ହଟିବ ନକରାତ୍ମକ ପ୍ରଭାବ, ନବରାତ୍ରୀରେ ଦେବୀ ମା'ଙ୍କ କୃପାରୁ ହେବେ ମାଲାମାଲ - Navaratri Durga Puja Horoscope

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details