ଓଡିଶା

odisha

By ETV Bharat Odisha Team

Published : Jun 8, 2024, 10:38 PM IST

ETV Bharat / videos

ଚକ୍‌ ଆର୍ଟରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବଶିଳ୍ପୀ - Chalk Art of Ramoji Rao

ବ୍ରହ୍ମପୁର: ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରାମୋଜୀ ରାଓଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ଚକ୍‌ ଆର୍ଟ ମାଧ୍ୟମରେ ରାମୋଜୀ ରାଓଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଜଣେ ଇଞ୍ଜିନିୟର ଛାତ୍ର ତଥା ଯୁବ ଶିଳ୍ପୀ କେ. ବିଜୟ କୁମାର ରେଡ୍ଡୀ । ଆଜି ଭୋର ସମୟରେ ଏହି ମହାମାନବଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ଦେଶର ମିଡିଆ ଜଗତର ମହାନାୟକ ତଥା ଇଟିଭି ପ୍ରତିଷ୍ଠାତାଙ୍କ ଏଭଳି ବିୟୋଗ ଦେଶର ଏକ ଅପୂରଣୀୟ କ୍ଷତି ବୋଲି କହିବା ସହିତ ନିଜର ଚକ୍‌ ଆର୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଅଞ୍ଚଳର ଯୁବଶିଳ୍ପୀ ବିଜୟ ।

ଏହା ମଧ୍ୟ ପଢ଼ନ୍ତୁ...ରାମୋଜୀ ରାଓଙ୍କ ବିୟୋଗ, ସ୍ୟାଣ୍ଡ ଆନିମେସନରେ ବାଲୁକାଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି - Tributes Paid To Ramoji Rao

ଏହା ମଧ୍ୟ ପଢ଼ନ୍ତୁ...ପରଲୋକରେ ରାମୋଜୀ ରାଓ, ଇଟିଭି ଭାରତ ଓଡ଼ିଶା ବ୍ୟୁରୋ ଅଫିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି - Tribute To Ramoji Rao

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details