ସୋରରେ ବିଜେପି ପ୍ରାର୍ଥୀଙ୍କୁ ବିରୋଧ କଲେ ବିଜେପି କର୍ମୀ, ପ୍ରଚାର ନକରି ଫେରିଲେ ରାଜେନ୍ଦ୍ର - Soro Assembly Constituency - SORO ASSEMBLY CONSTITUENCY
Published : Apr 12, 2024, 6:47 PM IST
BJP INTERNAL CONFLICT: ବାଲେଶ୍ୱର: ସୋର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ବିଜେପି କର୍ମୀଙ୍କ ବିରୋଧ । ଏମିତିକି ସୋର ଭିତରକୁ ଯିବା ପୂର୍ବରୁ ତାରିଣୀ ଛକ ନିକଟରେ ତାଙ୍କୁ ବିରୋଧ କରାଯାଇଛି। ରାଜେନ୍ଦ୍ର ଦାସ ପ୍ରଥମ ଥର ପାଇଁ ସୋର ନିର୍ବାଚନ ମଣ୍ଡଳୀକୁ ପ୍ରଚାର କରିବାକୁ ଆସୁଥିବା ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ବିରୋଧର ସ୍ୱର ତେଜିଛି।
ଏହା ମଧ୍ୟ ପଢ଼ନ୍ତୁ... ବିଜେପି ସାଂସଦ ପ୍ରାର୍ଥୀଙ୍କ ରାଲି ଅଟକାଇଲା ବିଜେପି ! - Baramba Assembly Constituency
ପ୍ରକାଶ ଥାଉକି, ସୋର ନିର୍ବାଚନ ମଣ୍ଡଳୀ ପାଇଁ ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା ପରେ ସୋର ବିଜେପି ନେତା ଏବଂ କର୍ମୀ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଗତ ୨ ତାରିଖରେ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସୋର ବିଜେପି କାର୍ଯ୍ୟାଳୟରେ ନେତା ଓ କର୍ମୀମାନେ ଏକଜୁଟ ହୋଇ ରାଜେନ୍ଦ୍ର ଦାସଙ୍କ ନାମ ବଦଳାଇ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରାଯାଇଥିଲା। ଏନେଇ ସୋର ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନରେ ବ୍ୟତିକ୍ରମ ଏବଂ ଏହାର ପୁନଃବିଚାର କରିବା ପାଇଁ ଦାବି ଜୋର ଧରିଥିଲା। ତେବେ ରାଜ୍ୟ ସଭାପତି ପ୍ରାର୍ଥୀ ବଦଳିବାକୁ ନେଇ ପ୍ରତିଶୃତି ଦେଇଥିବା ବେଳେ ସୋରରୁ ବିଜେପି ପ୍ରାର୍ଥୀ କରୁ ବୋଲି କର୍ମୀ ମାନେ ଦାବି କରିଥିଲେ। ଏହାକୁ ନେଇ ରାଜେନ୍ଦ୍ରଙ୍କୁ ସୋର ଭିତରେ ନିର୍ବାଚନୀ ପ୍ରଚାରକୁ ବିରୋଧ କରିଥିଲେ କର୍ମୀ। ରାଜେନ୍ଦ୍ର ପ୍ରଚାର କରିବା ବଦଳରେ ପୁଣି ଫେରିଯାଇଥିବା ଜଣାପଡ଼ିଛି।
ଇଟିଭି ଭାରତ, ବାଲେଶ୍ବର