ସୁନ୍ଦରଗଡରେ ବିଜେପିର ବିଜୟ ନିଶ୍ଚୟ: କୁସୁମ ଟେଟେ - Odisha Assembly Election 2024 - ODISHA ASSEMBLY ELECTION 2024
Published : Apr 13, 2024, 11:44 AM IST
Sundargarh Assembly constituency: ରାଉରକେଲା: ନିର୍ବାଚନକୁ ନେଇ ସରଗରମ ସୁନ୍ଦରଗଡ ରାଜନୀତି । ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ସହ କଂଗ୍ରେସ ନିଜର ପ୍ରାର୍ଥୀ ଦେଇଛି । ସୁନ୍ଦରଗଡ଼ରେ ବିଜେପି ପୁଣି ବିଧାୟିକା କୁସୁମ ଟେଟେଙ୍କୁ ଭରସା କରି ଟିକେଟ ଦେଇଥିବା ବେଳେ ଏଥର ନିଶ୍ଚିତ ବିଜୟ ହେବ ବୋଲି ସେ ଦୃଢ଼କ୍ତି ପ୍ରକାଶ କରିଛନ୍ତି । ଏହି ଆସନରେ ବିଜେଡିରୁ ଯୋଗେଶ ସିଂଙ୍କୁ ଦଳ ଟିକେଟ ଦେଇଥିବା ବେଳେ ସୁଧାରାଣୀ ରାଉଡ଼ିଆଙ୍କୁ କଂଗ୍ରେସ ଦଳ ଟିକେଟ ଦେଇ ମହିଳା କାର୍ଡ ଖେଳିଛି । ତେବେ ନିର୍ବାଚନରେ ବିଜୟୀ ହେବାକୁ ବିଜେପିର ରଣନୀତି ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କୁସୁମ ଟେଟେ । ସେ କହିଛନ୍ତି, ''ଏଥର ଆମେ ଶକ୍ତି ବୃଦ୍ଧି କରିସାରିଛୁ ଏବଂ ନିଶ୍ଚିତ ବିଜୟୀ ହେବୁ । କେନ୍ଦ୍ର ସରକାରଙ୍କ ସଫଳତା ଏବଂ ଗରିବ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବୁ ଏବଂ ନିର୍ବାଚନ ଲଢ଼ିବୁ । '' ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାକୁ ଅଣଦେଖା କରିଛନ୍ତି । ସୁନ୍ଦରଗଡ଼ ଅଞ୍ଚଳ ହେଉଛି ଚାଷୀ ବହୁଳ ଅଞ୍ଚଳ । ଏଠାରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ନାହିଁ । ପାଣି ସମସ୍ୟା ଠାରୁ ନେଇ କୋଲ୍ଡ ଷ୍ଟୋରେଜଟିଏ ଏହି ଅଞ୍ଚଳରେ ନିର୍ମାଣ ହୋଇପାରିଲା ନାହିଁ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଅବହେଳା କରି ରାଜ୍ୟରେ ଲାଗୁ କରୁନାହାନ୍ତି । ଗତ ଥର 9 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିବା ବେଳେ 4 ଲକ୍ଷ ବଣ୍ଟା ଯାଇଥିଲା ଏବଂ 5 ଲକ୍ଷ ଘର ଫେରିଯାଇଛି । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଏପରି ହୋଇଛି । ଏଥର ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର କରିବ । ଡବଲ ଇଞ୍ଜିନ ସରକାର ଚାଲିବ ।''
ଇଟିଭି ଭାରତ, ସୁନ୍ଦରଗଡ