ବିଜେଡିରେ ସାମିଲ ହେଲେ ୬୦ରୁ ଊର୍ଦ୍ଧ୍ବ ବିଜେପି ନେତା ଓ କର୍ମୀ - BJD JOINING PROGRAM IN SUKINDA
Published : Apr 28, 2024, 10:00 PM IST
BJD JOINING PROGRAM IN SUKINDA: ଯାଜପୁର: ଯାଜପୁରର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ପିମ୍ପୁଡିଆ ଗ୍ରାମ ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ ବିଜେପି ନେତା ଓ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ତତ୍ବାବଧାନରେ ବିଜେଡି ନେତା ସୁକାନ୍ତ କୁମାର ନାୟକଙ୍କ ନେତୃତ୍ବରେ ଏହି ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ବିଜେଡି ରାଜ୍ୟ ଉପସଭାପତି ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏହି ନେତା ଓ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଜୁ ଜନତା ଦଳକୁ ସ୍ବାଗତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ... ବିଜେଡ଼ିର ଶ୍ରମିକ ସମାବେଶ, ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଜୁଟେଇବାକୁ ପ୍ରୟାସ - General Election 2024
ବର୍ତ୍ତମାନ ପରିସ୍ଥିତିରେ ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ଜଳସେଚନ ଆଦି ବିଭିନ୍ନ ମୌଳିକ ସୁବିଧା ସୁଯୋଗ କ୍ଷେତ୍ରରେ ସୁକିନ୍ଦା ଆଗରେ ରହିଛି । ତେଣୁ ବିଜେଡ଼ି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବିଜେପିର ଏହି ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇଥିବା କହିଛନ୍ତି । ତେବେ ଏହି ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହେବାପରେ ପିମ୍ପୁଡିଆ ଗ୍ରାମ ପଞ୍ଚାୟତରେ ବିଜେଡ଼ି ଆହୁରି ସଶକ୍ତ ହେବ ବୋଲି ପ୍ରୀତି ରଞ୍ଜନ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟରେ ପ୍ରତିଟି ପରିବାର ଆଜି ଉପକୃତ ହେଉଛି । ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ କାମରେ ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ କାରଣରୁ ଆଜି ଓଡିଶା ଏକ ଶ୍ରେଷ୍ଠ ଓ ଆଗୁଆ ରାଜ୍ୟ ହୋଇପାରିଛି । ଏଥର ବିଜେଡି ବହୁମତରେ ବିଜୟୀ ହେବା ସହ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ପ୍ରୀତି ରଞ୍ଜନ କହିଛନ୍ତି ।
ଇଟିଭି ଭାରତ, ଯାଜପୁର