ଓଡିଶା

odisha

ETV Bharat / videos

କୋରାପୁଟ ଲୋକସଭା ଆସନରେ କାଳିରାମଙ୍କୁ ବିଜେପି ଟିକେଟ, କହିଲେ 'ଭୋଟରଙ୍କ ନିକଟରେ ପହଞ୍ଚାଇବେ ମୋଦିଙ୍କ ବିକାଶ ମଡେଲ' - LOK SABHA ELECTIONS

By ETV Bharat Odisha Team

Published : Mar 25, 2024, 1:51 PM IST

Updated : Mar 25, 2024, 4:38 PM IST

BJP FIELDS KALIRAM MAJHI FROM KORAPUT LOK SABHA SEAT, ରାୟଗଡ଼ା: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ପ୍ରାର୍ଥୀ ଘୋଷଣା କରୁଛନ୍ତି ପ୍ରତିଦ୍ବନ୍ଦ୍ବୀ ଦଳ । ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡିଶାର 18ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ବରିଷ୍ଠ ବିଜେପି ନେତା କାଳୀରାମ ମାଝିଙ୍କୁ ଦଳ ପ୍ରାର୍ଥୀ କରିଛି ।  କାଳିରାମ ଦଳର ପୁରୁଣା ସଦସ୍ୟ । ବହୁଦିନ ଧରି ସଂଗଠନ ଦାୟିତ୍ଵ ତୁଲାଇଛନ୍ତି । ଏବେ ସେ ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଦାୟିତ୍ବରେ ଅଛନ୍ତି । 

ରାୟଗଡ଼ା ଜିଲ୍ଲା କାଶୀପୁର ନିବାସୀ କାଳିରାମ ମାଝି ୨୦୦୯ ଓ ୨୦୧୪ରେ ରାୟଗଡ଼ା ବିଧାନସଭା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ । କିନ୍ତୁ ପରାଜିତ ହୋଇଥିଲେ । ସେହିପରି ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା ବିଜେପି ସଭାପତି, ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୨୦୧୫ରୁ ୨୦୨୦ ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି, ୨୦୨୦ରୁ ମୋର୍ଚ୍ଚାର ରାଷ୍ଟ୍ରୀୟ ସଂପାଦକ ସାଧାରଣ ସହ ମାଲକାନଗିରି ଜିଲ୍ଲା ପ୍ରଭାରୀ ଦାୟିତ୍ବ ତୁଲାଉଛନ୍ତି । କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ହୋଇଥିବା ବିକାଶକୁ ନେଇ ସେ ଭୋଟରଙ୍କ ନିକଟକୁ ଯିବେ ବୋଲି କହିଛନ୍ତି କାଳୀରାମ। 

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ମହିଳା କାର୍ଡ ଖେଳିଲା ବିଜେପି, ବସନ୍ତଙ୍କ ବଦଳରେ ପ୍ରାର୍ଥୀ ହେଲେ ମାଳବିକା - LOK SABHA ELECTIONS

ପୂର୍ବରୁ ୨ ଥର ବିଜେପି ତାଙ୍କୁ କୋରାପୁଟ ଆସନରୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ବର୍ଷ ତୃତୀୟ ଥର ପାଇଁ ଦଳ ଟିକେଟ ଦେଇଛି । ଲୋକସଭା ନିର୍ବାଚନ ଲଢିବାକୁ  ଟିକେଟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଦଳୀୟ ନେତୃତବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛି କାଳୀରାମ ମାଝି ।  ବର୍ତ୍ତମାନ କୋରାପୁଟର ସାଂସଦ ରହିଛନ୍ତି କଂଗ୍ରେସର ସପ୍ତଗିରି ଉଲାକା । 2019 ଲୋକସଭା ନିର୍ବାଚନରେ 3 ଲକ୍ଷ 71 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ସେ ବିଜୟୀ ହୋଇଥିଲେ । ବିଜେଡିରୁ କୌଶଲ୍ୟା ହିକାକା 3 ଲକ୍ଷ 67 ହଜାର 516 ଭୋଟ ପାଇଥିଲେ । ସେହିପରି ବିଜେପିରୁ ଜୟରାମ ପାଙ୍ଗୀ 2 ଲକ୍ଷ 8 ହଜାର 398 ଭୋଟ ପାଇଥିଲେ । ଏଥର ଜନତା କାହା ଉପରେ ବିଶ୍ବାସ କରୁଛନ୍ତି ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । 

2019 କୋରାପୁଟ ଲୋକସଭା ନିର୍ବାଚନ ଫଳାଫଳ
ଦଳପ୍ରାର୍ଥୀଭୋଟ
କଂଗ୍ରେସସପ୍ତଗିରି ଉଲାକା3,71,129 
ବିଜେଡିକୌଶଲ୍ୟା ହିକାକା3,67,516
ବିଜେପିଜୟରାମ ପାଙ୍ଗୀ 2,08,398 

ଇଟିଭି ଭାରତ, ରାୟଗଡା

Last Updated : Mar 25, 2024, 4:38 PM IST

ABOUT THE AUTHOR

...view details