ଓଡିଶା

odisha

ETV Bharat / videos

ପ୍ରଚାର ମୈଦାନରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ - Balangir Lok Sabha Constituency

By ETV Bharat Odisha Team

Published : Apr 15, 2024, 10:06 PM IST

Balangir Lok Sabha Constituency ବଲାଙ୍ଗୀର: ପ୍ରଚାର ମୈଦାନକୁ ଓହ୍ଲାଇଲେ ବଲାଙ୍ଗୀର ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ । ବଲାଙ୍ଗୀରର ବର୍ତ୍ତମାନ ସାଂସଦ ସଂଗୀତା କୁମାରୀ ସିଂହଙ୍କ ସହ ହୋମ ଗ୍ରାଉଣ୍ଡ ପାଟଣାଗଡ଼ରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ସୁରେନ୍ଦ୍ର । 

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀର ଲୋକସଭା ଆସନ; ପୁରୁଖା ନେତାଙ୍କୁ ସାମ୍ନା କରିବେ ନବାଗତ, ହେବ ତ୍ରୀମୂଖୀ ଲଢେଇ - Balangir Lok Sabha Constituency

ସୁରେନ୍ଦ୍ର ସିଂହ ଭୋଇ ପ୍ରଥମେ ପାଟଣାଗଡ଼ ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଓ ମା' ସମଲେଇଙ୍କ ପୀଠରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ବିଜେଡି କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ପାଟଣାଗଡ଼ ସହର ମଧ୍ୟରେ ଏକ ବିରାଟ ରୋଡ ସୋ ଓ ବାଇକ୍ ରାଲିରେ ପାଟଣାଗଡ଼ ସହର ପରିକ୍ରମା କରିଥିଲେ । ଏଥିରେ ସ୍ଥାନୀୟ ବିଜେଡ଼ି ନେତା ଓ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । 

ସେପଟେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ତାଙ୍କୁ ଦଳ ଟିକେଟ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସବୁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ ବିକାଶ ଲହର ଅଛି ଓ ଏହା ହିଁ ଦଳକୁ ତଥା ତାଙ୍କୁ ବିଜୟୀ କରିବ ବୋଲି ସେ କହିଛନ୍ତି । ସେହିପରି ପାଟଣାଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କୁ ତଥା ସମସ୍ତ ବିଜେଡି କର୍ମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ପାଟଣାଗଡ଼ ହେଉଛି ବଲାଙ୍ଗୀର ସାଂସଦ ତଥା ଏଥର ସାଂସଦ ପାର୍ଟି ପ୍ରାର୍ଥୀ ସଂଗୀତା କୁମାରୀ ସିଂହ ଦେଓଙ୍କ ହୋମ ଗ୍ରାଉଣ୍ଡ । ଏଠାରୁ ବିଜେଡି ସାଂସଦ ପ୍ରଚାର ଆରମ୍ଭ କରିବା ସହ ବିଜେଡିର ଶକ୍ତି ପ୍ରଦର୍ଶନକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details