ଓଡିଶା

odisha

ETV Bharat / videos

ସନ୍ଧ୍ୟାରେ ଜମୁଛି ପ୍ରଚାର, ୱାର୍ଡ ୱାର୍ଡ ବୁଲି ଚ୍ୟାଉ ପଟ୍ଟନାୟକଙ୍କ ଭୋଟ ଭିକ୍ଷା - Ramesh Chandra Campaign - RAMESH CHANDRA CAMPAIGN

By ETV Bharat Odisha Team

Published : May 9, 2024, 9:10 PM IST

Ramesh Chandra Chau Patnaik Campaign: ବ୍ରହ୍ମପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ବେଶ ଜମିଲାଣି ପ୍ରଚାର । ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ନେତା ମାନେ କରିଲେଣି ମାରାଥନ ପ୍ରଚାର । ଏଭଳି ସମୟରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା ସମୟରେ ଜମୁଛି ବିଜେଡିର ପ୍ରଚାର । ପଟୁଆର ସାଙ୍ଗକୁ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ସହରର ବିଭିନ୍ନ ୱାର୍ଡରୁ ୱାର୍ଡ ପରିକ୍ରମା କରି ନିଜର ପ୍ରଚାର ଜାରି ରଖିଛନ୍ତି ଦଳୀୟ ପ୍ରାର୍ଥୀ ।  

ଏହା ମଧ୍ୟ ପଢନ୍ତୁ ... ଏଥର ଏକ ପଖିଆ ନିର୍ବାଚନ, ବିଜେଡି ସପକ୍ଷରେ ହେବ: ଭୃଗୁ - CM CAMPAIGN IN GANJAM

ନିକଟରେ ବ୍ରହ୍ମପୁର ସହରରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ନିଜେ ଦଳର ଦ୍ବିତୀୟ ଷ୍ଟାର କ୍ୟାମ୍ପେନର କୁହାଯାଉଥିବା ଭିକେ ପାଣ୍ଡିଆନଙ୍କ ପ୍ରଚାର କରି ରୋଡ ସୋ କରିଥିବା ବେଳେ ବିଜେଡି ଦଳର ପ୍ରାର୍ଥୀ ହୋଇଥିବା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସହରରେ ପ୍ରଚାର କରୁଛନ୍ତି । ଦଳୀୟ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ସେ ପ୍ରତ୍ୟେକ ଦିନ ସହରର ବିଭିନ୍ନ ୱାର୍ଡରେ ନିଜର ପ୍ରଚାର କରୁଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ କରିବା ପାଇଁ ସମସ୍ତେ ବିଜୁ ଜନତା ଦଳକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ ସେ ଆହ୍ବାନ କରିଛନ୍ତି ।

ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କୁ ସହରରେ କିଭଳି ବିକାଶ ମୂଳକ କାର୍ଯ୍ୟ ହୋଇଛି ଆଉ କେଉଁ କେଉଁ କାର୍ଯ୍ୟ ହେବାକୁ ବାକି ରହିଛି ତାହାକୁ ନେଇ ସାଧାରଣ ଜନତାଙ୍କର ନିକଟତର ହେଉଛନ୍ତି । ସେପଟେ ଚ୍ୟାଉ ପଟ୍ଟନାୟକଙ୍କ ପ୍ରଚାରରେ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇଙ୍କ ସମେତ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ବ୍ରହ୍ମପୁର ଅର୍ବାନ ବ୍ୟାଙ୍କର ସଭାପତି ଆର୍.ମୁରଲି ମୋହନ ସମେତ ସହରର ବହୁ କର୍ପୋରେଟର ମାନେ ସାମିଲ ହେଉଥିବା ଦେଖିବାକୁ ମିଳିଛି ।  ବିଜେଡି ଦଳର ନିର୍ବାଚନୀ ପ୍ରଚାରରେ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସହିତ ନିର୍ବାଚନ ପ୍ରଚାର ସମୟରେ ଏହି ଅବସରରେ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।  

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details