ଓଡିଶା

odisha

ବାଲେଶ୍ଵରରୁ ବିଜେଡି ବିଧାୟକ ପ୍ରାର୍ଥୀ ହେଲେ ସ୍ୱରୂପ - Balasore Assembly Constituency

By ETV Bharat Odisha Team

Published : Apr 5, 2024, 10:51 PM IST

ବାଲେଶ୍ଵରରୁ ବିଜେଡି ବିଧାୟକ ପ୍ରାର୍ଥୀ ହେଲେ ସ୍ୱରୂପ

Balasore Assembly Constituency ବାଲେଶ୍ବର: ଜେଡି ପକ୍ଷରୁ ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ସଦର ଆସନ ପାଇଁ ସ୍ୱରୂପ କୁମାର ଦାସଙ୍କ ନାମ ଘୋଷଣା କରିଛି ଦଳ । 2020 ଉପନିର୍ବାଚନରେ ସ୍ୱରୂପ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ମାନସ କୁମାର ଦତ୍ତଙ୍କୁ ହରାଇ ବିଧାୟକ ଆସନରେ ବସିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ବିଜେପି ମାନସ ଦତ୍ତଙ୍କୁ ଟିକେଟ ପ୍ରଦାନ କରିଥିବା ବେଳେ ପୁଣିଥରେ ସ୍ୱରୂପ ଏବଂ ମାନସ ପ୍ରାର୍ଥୀ ହୋଇଛନ୍ତି । ସ୍ୱରୂପ ଗତ ୩ ବର୍ଷରେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଧାରାକୁ ନେଇ ଲୋକଙ୍କୁ ପାଖକୁ ଯିବେ ବୋଲି କହୁଥିବା ବେଳେ ବିଭିନ୍ନ ଅଞ୍ଚଳର ଭୋଟରମାନଙ୍କ ଆଶୀର୍ବାଦର ପ୍ରତିଫଳନରେ ତାଙ୍କୁ ପୁଣିଥରେ ଟିକେଟ ମିଳିଥିବା କଥା କହିଛନ୍ତି । ଦ୍ଵିତୀୟ ଥର ପାଇଁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ଯୋଗୁଁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତାମାନଙ୍କୁ ଧନ୍ୟବାଦ ଦେବାସହ ବାଲେଶ୍ଵରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନ୍ୟପଟେ ଦଳର କୌଣସି ଅସନ୍ତୁଷ୍ଟ ଗୋଷ୍ଠୀ ନଥିବା ବେଳେ ବିରୋଧୀଙ୍କ ଶିବିରରେ କେହି ନଥିବେ ବୋଲି ସ୍ୱରୂପ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବାଲେଶ୍ଵରର ଆହୁରି ବିକାଶ ବାକି ରହିଛି, ଏଥର ଭୋଟରମାନେ ଆଶୀର୍ବାଦ କଲେ ଅଧା ରହିଥିବା ବିକାଶ ଧାରାକୁ ଆଗେଇ ନିଆଯିବ ବୋଲି ସ୍ୱରୂପ କହିଛନ୍ତି । 
 

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ରାଉରକେଲାରୁ ପୁଣି ସାରଦା - BJD Assembly Candidates


ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details