Solution for gray hair: ଚୁଟି ପାଚିବା ଓ ଝଡିବା ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଆଜିକାଲି ଖୁବ୍ କମ୍ ବୟସରୁ ଅନେକ ଯୁବକ-ଯୁବତୀଙ୍କ ଚୁଟି ଧଳା ହୋଇଯାଉଥିବା ଦେଖାଯାଉଛି । ଯେଉଁଥିପାଇଁ ସେମାନେ ଚିନ୍ତିତ ରହିଥାନ୍ତି । ଏହାର ପ୍ରମୁଖ କାରଣ, ଆମର ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପେୟ ଓ ମାନସିକ ଚିନ୍ତା । ତେବେ ଏନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣ ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ଚୁଟି ପାଚିବା ସମସ୍ୟା ନିୟନ୍ତ୍ରଣ କରିପାରିବେ ।
Pennsylvania University Dr. Taylor କହିଛନ୍ତି ଯେ, ମେଲେନିନ ଅଭାବରୁ କେଶ ପାଚିବା ସମସ୍ୟା ଦେଖାଯାଏ । ବୟସ ବଢିବା ସହ କେଶକୁ ରଙ୍ଗ ଦେଉଥିବା ମେଲେନିନ ଉତ୍ପାଦନ କରୁଥିବା ସେଲ୍- Melanocytes କମ୍ ହୋଇଯାଏ । ଏଥିସହ ଭିଟାମିନ ବି12 ଅଭାବ, ଏନିମିଆ, ଥାଇରଏଡ ଓ ମାନସିକ ଚିନ୍ତା ଭଳି ସମସ୍ୟା ଭୋଗୁଥିବା ଲୋକଙ୍କ ଜଲ୍ଦି ଚୁଟି ପାଚିବାର ସମ୍ଭାବନା ଅଧିକ ଥାଏ । ଜର୍ନାଲ ଅଫ୍ ଇନଭେଷ୍ଟିଗେଟିଭ ଡର୍ମେଟୋଲିଜି ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ମାନସିକ ଚାପ ମେଲାନୋସାଇଟସ୍ ଉତ୍ପାଦନ କମ୍ କରିଥାଏ । ପରିମାଣସୂରୁପ କମ୍ ବୟସରେ ମାନସିକ ଚାପ କାରଣରୁ ଚୁଟି ଧଳା ପଡିଯାଏ ।
ସେହିପରି ଶରୀରରେ ଭିଟାମିନ-ବି ଅଭାବ ହେଲେ ଶୀଘ୍ର ଚୁଟି ପାଚେ । ଭିଟାମିନ-ବି ଅଭାବ ପୂରା କରିବା ପାଇଁ ଦହି, କ୍ଷୀର ବ୍ୟତୀତ ମାଛ, ଅଣ୍ଡା ଖାଇପାରିବେ । ଶରୀରରେ ଆଇରନ ଓ ଜିଙ୍କ ଅଭାବ ଯୋଗୁଁ ମଧ୍ୟ ଶୀଘ୍ର କେଶ ପାଚିଥାଏ । ତେଣୁ ନିଜ ଖାଦ୍ୟରେ ସବୁଜ ପନିପରିବା ସେବନ କରନ୍ତୁ । ସମୟ ସମୟରେ ନିଜ କେଶର ମାଲିସ୍ କରନ୍ତୁ । ଏଥିରେ କେଶ ମୂଳ ମଜଭୁତ ହୋଇଥାଏ । ମାଲିସ୍ ପାଇଁ ନଡିଆ ତେଲ, ଅଁଳା ତେଲ ବ୍ୟବହାର କରିପାରିବେ ।
ଏଥିସହ ନିୟମିତ ତଟକା ଫଳ ଓ ପନିପରିବା ଖାଆନ୍ତୁ । ଏଥିରୁ ଭିଟାମିନ-ସି ମିଳିଥାଏ, ଯାହା ଚୁଟି ପାଚିବାରୁ ରକ୍ଷା କରେ । ମାନସିକ ଚାପ ଦୂର କରିବାକୁ ନିୟମିତ ବ୍ୟାୟାମ, ଯୋଗ ଓ ଧ୍ୟାନ କରନ୍ତୁ । ସିଗାରେଟ୍ ଓ ମଦ ସେବନରୁ ଦୂରେଇ ରୁହନ୍ତୁ । ମଝିରେ ମଝିରେ ସାମ୍ପୂରେ ନିଜ କେଶ ଧୁଅନ୍ତୁ । ଟାଣ ଖରାରୁ କେଶକୁ ସୁରକ୍ଷା ଦିଅନ୍ତୁ । ଏସବୁ ସାବଧାନତା ପାଳନ କରିବା ଦ୍ବାରା ଚୁଟି ପାଚିବା ସମସ୍ୟା ରୋକାଯାଇପାରିବ ।
କେଶ ଜଲ୍ଦି ନ ପାଚିବା ପାଇଁ ଟିପ୍ସ
- ଯଥେଷ୍ଟ ଭିଟାମିନ ଓ ମିନେରାଲ ଖାଆନ୍ତୁ
- ଧୂମ୍ରପାନ ଛାଡନ୍ତୁ
- ଟାଣ ଖରାରୁ କେଶକୁ ରକ୍ଷା କରନ୍ତୁ
- ବ୍ଲିଚିଂ କରନ୍ତୁନି
- ଓଦା କେଶକୁ ବ୍ରସରେ କୁଣ୍ଡାନ୍ତୁ ନାହିଁ
- ହେୟାର ଡ୍ରାଏର ଦ୍ବାରା କେଶକୁ ଅଧିକ ଉତ୍ତାପ ଦେବା, ବାରମ୍ବାର କେଶ ଧୋଇବାରୁ ନିବୃତ୍ତ ରୁହନ୍ତୁ
କେଶ ସୁସ୍ଥ ରଖୁଥିବା ଭିଟାମିନ ଓ ମିନେରାଲ:
- B ଭିଟାମିନ, ବିଶେଷକରି B-12 ଓ ବାୟୋଟିନ
- ଭିଟାମିନ ଡି
- ଭିଟାମିନ ଇ
- ଭିଟାମିନ ଏ
- ଜିଙ୍କ
- ଆଇରନ
- ମ୍ୟାଗ୍ନେସିୟମ
- କପର
- ସେଲେନିୟମ
Ref- https://www.healthline.com/health/home-remedies-for-gray-hair#lifestyle-changes
Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।