ETV Bharat / state

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ କହିଲେ ମନ୍ତ୍ରୀ ଗଣେଶ ରାମ ସିଂ - Rayagada Forester Death Case

author img

By ETV Bharat Odisha Team

Published : 3 hours ago

Rayagada Forester Death Case:ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ହେବ ଏବଂ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଅଧିକ ପଢ଼ନ୍ତୁ

Forester Sanjay Nayak Death Case
Forester Sanjay Nayak Death Case (ETV Bharat Odisha)

ରାୟଗଡା: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ଜାରିଂ ହାଇିଟେକ୍ ନର୍ସିରୀ କାର୍ଯ୍ୟରତ ଫରେଷ୍ଟର ସଞ୍ଜୟ ନାୟକ (୩୪) ଜୀବନ ହାରିବା ଘଟଣା । ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବା ସହ ଏହାର ନ୍ୟାୟିକ ତଦନ୍ତ ହେବ । ମୋହନ ସରକାର ଘଟଣାକୁ ଗୁରୁତର ସହ ନେଇ ନ୍ୟାୟିକ ତଦନ୍ତ ପାଇଁ ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମହତ୍ୟାର କାରଣ କ'ଣ ସେ ବିଷୟରେ ପୋଲିସ ଅନୁସନ୍ଧାନ କରୁଛି । ଆବଶ୍ୟକ ହେଲେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବିଭାଗ ପକ୍ଷରୁ ସୁପାରିଶ କରାଯିବ ବୋଲି କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ:

Minister Ganesh Ram Singh Khuntia (ETV Bharat Odisha)

ଦିନିକିଆ ରାୟଗଡ ଗସ୍ତରେ ଆସି ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ଶାନ୍ତ୍ୱନା ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ । ଏହାସହ ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆଣିବା ସହ ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏଥି ସହ ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଗଣେଶ । ଏନେଇ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, "ସଞ୍ଜୟଙ୍କ ପରିବାରକୁ ଶାନ୍ତ୍ବନା ଦେବା ପାଇଁ ଆସିଥିଲୁ । ତାଙ୍କ ପରିବାର ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି । ମାମଲା ଜୁଡିସିଆରିକୁ ଯାଇଛି । ତଦନ୍ତରେ ଯଦି କିଛି ପ୍ରମାଣ ମିଳେ ତେବେ ଦୋଷୀ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।"

ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଜନିତ ମୃତ୍ୟୁ:

ସୂଚନା ମୁତାବକ ରାୟଗଡର ସଞ୍ଜୟ ନାୟକ, କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ଜାରିଂ ହାଇିଟେକ୍ ନର୍ସିରୀ କାର୍ଯ୍ୟରତ ଥିଲେ । ଗତ ବୁଧବାର ଦିନ ସଞ୍ଜୟ ନାୟକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ମିଳିଥିଲା । ଘଟଣାକୁ ନେଇ ସଞ୍ଜୟଙ୍କ ପରିବାର ଲୋକେ ରାୟଗଡା ସ୍ଥିତ ବିଭାଗୀୟ ଡିଏଫଓଙ୍କ ଚାପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମୃତ ସଞ୍ଜୟଙ୍କ ବଡ଼ ଭାଇ ରବି ସିଧାସଳଖ ଭାବେ ସିଲିଭିକଲଚରିଷ୍ଟ ଡିଏଫଓଙ୍କୁ ଦାୟୀ କରିଛନ୍ତି । ମୃତ ପୂର୍ବରୁ ସଞ୍ଜୟ ଏକ ସୁଇସାଇଡ ନୋଟ ଲେଖିଥିଲେ ଏଥିରେ ସେ ଡିଏଫଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ସୁଇସାଇଡ ନୋଟରେ ଉଲ୍ଲେଖ ଥିଲା ବୋଲି ରବି ପ୍ରକାଶ କରିଛନ୍ତି । ପୋଲିସ ରବିଙ୍କ ଅଭିଯୋଗ ଅନୁସାରେ ଭାରତୀୟ ନ୍ୟାୟ ସଂହିତାର ୧୦୮ ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ଭାଲୁ ଘଉଡ଼ାଇବା ବେଳେ ଅଘଟଣ, ଟ୍ରାଙ୍କୁଲାଇଜ ଗୁଳି ବାଜି ଫରେଷ୍ଟର ଗୁରୁତର - Forester tranquilizer

ଏହା ମଧ୍ୟ ପଢ଼ନ୍ତୁ...ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଦୁର୍ଘଟଣାରେ ଫରେଷ୍ଟର ମୃତ

ଏହା ମଧ୍ୟ ପଢ଼ନ୍ତୁ...ଜୀବନ ହାରିବା ପୂର୍ବରୁ ମଲାଇକାଙ୍କୁ ବାପାଙ୍କ ଶେଷ କଲ୍, କହିଥିଲେ ଏମିତି କଥା - Malaika Arora Father Death

ଏହା ମଧ୍ୟ ପଢ଼ନ୍ତୁ...ବଢୁଛି ଆତ୍ମହତ୍ୟା ପ୍ରବଣତା; ବର୍ଷକୁ ଜୀବନ ହାରୁଛନ୍ତି 7 ଲକ୍ଷ, ପ୍ରେମରେ ବିଫଳ କାରଣ ! - World suicide prevention day

ଜିଲ୍ଲାସ୍ତରୀୟ ବିକାଶ ମେଳା :

ସେପଟେ ଗତକାଲି (ଶୁକ୍ରବାର) ରାୟଗଡ଼ା ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଏହି ମେଳା ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା, ଜିଲ୍ଲାପାଳ ପାରୁଲ ପଟାୱରୀ ଯୋଗଦାନ କରିଥିଲେ । ଏହି ଅବସରରେ ସରକାରଙ୍କ ଶହେ ଦିନର ବିଭିନ୍ନ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ ମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ । ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଓ ଚାଷୀଙ୍କ ପାଇଁ ଧାନ ଦର ୩୧୦୦ କରିବା ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ। ଅପରପକ୍ଷରେ ସ୍ଥାନୀୟ ସର୍କିଟ ହାଉସ ଠାରେ ନିଜ ବିଭାଗର ସମୀକ୍ଷା କରିଥିଲେ ମନ୍ତ୍ରୀ ।

ଇଟିିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.