ETV Bharat / technology

ଆସିଗଲା ଭାରତର ପ୍ରଥମ ସୋଲାର କାର୍‌; Maruti Altoଠାରୁ ବି ଦାମ କମ୍‌ - FIRST SOLAR CAR OF INDIA LAUNCHED

ପୁଣେ ସ୍ଥିତ Vayve Mobility କମ୍ପାନୀ ଭାରତରେ ପ୍ରଥମ ସୋଲାର କାର 'Vayve eva'କୁ ଲଞ୍ଚ କରିଛି । ଏହାର ଦାମ କେତେ ଜାଣନ୍ତୁ...

India's First Solar Car Vayve Eva
India's First Solar Car Vayve Eva (Image Credit- Vayve Mobility)
author img

By ETV Bharat Tech Team

Published : Jan 21, 2025, 5:18 PM IST

ହାଇଦ୍ରାବାଦ: ଭାରତ ମୋବିଲିଟି ଏକ୍ସପୋ 2025ରେ ଲଞ୍ଚ ହୋଇଛି ଭାରତର ପ୍ରଥମ ସୋଲାର କାର । ପୁଣେ ସ୍ଥିତ ୱେବ ମୋବିଲିଟି ( Vayve Mobility) କମ୍ପାନୀ ପକ୍ଷରୁ ଏହି କାରକୁ ଲଞ୍ଚ କରାଯାଇଥିବା ବେଳେ ଏହାର ନାଁ 'Vayve eva' ରଖାଯାଇଛି । ସୌର ଶକ୍ତିରୁ ଚାଲିବାକୁ ଥିବା ପ୍ରଥମ ଇଲେକଟ୍ରିକ ଯାନର ଦାମ ମାରୁତି ଅଲୋ ଦାମଠାରୁ ମଧ୍ୟ ବେଶ କମ ରହିଛି । ଏପରିକି ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି । ଏହି କାରରେ ଡ୍ରାଇଭର ବ୍ୟତୀତ ଦୁଇ ଜଣ ଯାତ୍ରୀ ଓ ଜଣେ ଶିଶୁ ଯାତ୍ରା କରିପାରିବେ ।

କାରର ଦାମ କେତେ ?

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କାରର ପ୍ରାରମ୍ଭିକ ମୂଲ୍ୟ 3.25 ଲକ୍ଷ (ଏକ୍ସ-ଶୋ'ରୁମ) ରଖିଛି । କାରର ତିନୋଟି ଭାରିଏଣ୍ଟ ଥିବା ବେଳେ ଏହାର ଦାମ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଗ୍ରାହକ ମାତ୍ର 5000ଟଙ୍କା ଦେଇ ଏହି କାରକୁ ଆଗୁଆ ବୁକିଂ କରିପାରିବେ ।

Vayve Eva
Vayve Eva (Image Credit- Vayve Mobility)

ଏହି ଗ୍ରାହକଙ୍କୁ ମିଳିବ ୱାରେଣ୍ଟି

କମ୍ପାନୀ EVAର ଡେଲିଭରି 2026ର ଶେଷ ମାସରୁ ଆରମ୍ଭ କରିବାକୁ ଯୋଜନା କରୁଛି । କମ୍ପାନୀର କହିବାନୁସାରେ ପ୍ରଥମ 25 ହଜାର ଗ୍ରାହକଙ୍କୁ ଅତିରିକ୍ତ ଲାଭ ଯେପରି ବିସ୍ତାରିତ ବ୍ୟାଟେରୀ ୱାରେଣ୍ଟି ଓ 3ବର୍ଷ ଲାଗି କମ୍ପ୍ଲିମେଣ୍ଟାରୀ ଯାନ କନେକ୍ଟିଭିଟି ପ୍ରଦାନ କରାଯିବ ।

ଭାରିଏଣ୍ଟ ଓ ଦାମ

ୱେବ ଇଭାକୁ 3ଟି ବ୍ୟାଟେରୀ ପ୍ୟାକ୍‌ ଅପସନ ସହିତ ବଜାରରେ ଉପଲବ୍ଧ କରାଯିବ । ଯେଉଁଥିରେ ପ୍ରଥମ 9kWh, ଦ୍ବିତୀୟ 12kWh ଓ ତୃତୀୟ 18 kWh ଭାରିଏଣ୍ଟ ରହିଛି । ଏହାର ଦାମ ଯଥାକ୍ରମେ 3.25 ଲକ୍ଷରୁ 4.49 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ରହିଛି । ତିନୋଟି ଭାରିଏଣ୍ଟର ନାମ ନୋଭା, ଷ୍ଟେଲା ଓ ୱେଗା ରହିଛି ।

ଭାରିଏଣ୍ଟ ଦାମ
Nova₹3.25 ଲକ୍ଷ
Stella₹3.99 ଲକ୍ଷ
Vega₹4.49 ଲକ୍ଷ

କେତେ ରହିବ ସବସ୍କ୍ରିପସନ କଷ୍ଟ୍‌ ?

ବ୍ୟାଟେରୀ ପ୍ୟାକ୍‌ ଲାଗି ସବସ୍କ୍ରିପସନ କଷ୍ଟ୍‌ (ଭଡ଼ାରେ ନେଉଥିବା ବ୍ୟାଟେରୀ ଖର୍ଚ୍ଚ) ପ୍ରତି କିଲୋମିଟର ପିଛା 2 ଟଙ୍କା ରହିବ । ଏହାଦ୍ବାରା ବ୍ୟାଟେରୀ ଉପରେ ଏକ ମହତ୍ତ୍ବପୂର୍ଣ୍ଣ ପ୍ରାରମ୍ଭିକ ବ୍ୟୟର ଆବଶ୍ୟକତା ହ୍ରାସ ପାଇବ । ଏଥିଲାଗି ଏକ ସର୍ବନିମ୍ନ ବାର୍ଷିକ ମାଇଲେଜ ଲାଗୁ କରାଯାଇଛି, ଯେଉଁଥିରେ ନୋଭା ଭାରିଏଣ୍ଟ ଲାଗି 600 କିଲୋମିଟର ରହିଥିବା ବେଳେ ଷ୍ଟେଲା ଲାଗି 800 କିମି ଓ ୱେଗା ଲାଗି 1200କିମି ରହିଛି । ଏହାର ଅର୍ଥ ଆପଣଙ୍କ ବାସ୍ତବିକ ଡ୍ରାଇଭିଂ କମ ହେବା ସତ୍ତ୍ବେ ଆପଣଙ୍କଠାରୁ ଏହି ସର୍ବନିମ୍ନ ଦୂରତା ଲାଗି ଶୁଳ୍କ ନିଆଯିବ ।

ରନିଂ ଖର୍ଚ୍ଚକୁ ନେଇ କଣ କହୁଛି କମ୍ପାନୀ ?

କମ୍ପାନୀର କହିବାନୁସାରେ, ପେଟ୍ରୋଲ ହ୍ୟାଚବ୍ୟାକ୍‌ର ରନିଂ ଖର୍ଚ୍ଚ ପ୍ରତି କିଲୋମିଟର ପିଛା 5ଟଙ୍କା ରହିଛି । କିନ୍ତୁ EVAର ରନିଂ ଖର୍ଚ୍ଚ ଏହାର 10ଗୁଣା କମ ହେବ ଅର୍ଥାତ 50 ପଇସା ରଖାଯାଇଛି । କାରଣ ଏହାର ଆକାର ଛୋଟ ହୋଇଥିବା ବେଳେ କମ ଓଜନ ମଧ୍ୟ । ଏହା ଉଚ୍ଚ ଦକ୍ଷତା ସମ୍ପନ୍ନ EVAକୁ ସୋଲାର ରୁଫ୍‌ ସହିତ 3000 କିଲୋମିଟର ପର୍ଯ୍ୟନ୍ତ ମାଗଣା ସୋଲାର ଚାର୍ଜିଂ ପ୍ରଦାନ କରିପାରିବ । ଯାହାକି ଏକ ସାଧାରଣ ସହରୀ ଯାତ୍ରୀଙ୍କ ବାର୍ଷିକ ଡ୍ରାଇଭିଂ ଆବଶ୍ୟକତାର 30 ପ୍ରତିଶତ ।

ପାୱାରଟ୍ରେନ ଓ ସ୍ପେଶିଫିକେସନ

  • ଏହି କାରକୁ ଅନେକ ବ୍ୟାଟେରୀ ଓ ମୋଟର ବିକଳ୍ପ ସହିତ ଉପଲବ୍ଧ କରାଯାଇଛି । ପ୍ରତ୍ୟେକ ଭାରିଏଣ୍ଟ ରିଅର-ହ୍ବିଲ ଡ୍ରାଇଭ କନଫିଗିରେସନ ସହିତ ଆସିଛି ।
  • ଏହାବ୍ୟତୀତ କମ୍ପାନୀର ଦାବି ଅନୁସାରେ ସୋଲାର ରୁଫ୍‌ ପ୍ୟାନେଲ ପ୍ରତିଦିନ 10 କିଲୋମିଟର ରେଞ୍ଜ ଯୋଡ଼ିଥାଏ ।
  • ଏହି କାର ପ୍ରତି ଘଣ୍ଟା ପିଛା 70 କିଲୋମିଟର ସର୍ବାଧିକ ବେଗରେ ଯାଇପାରେ ଓ 5 ସେକେଣ୍ଡରେ ସ୍ଥିର ଅବସ୍ଥାରୁ 40 କିମି ବେଗ ଧରିପାରେ ।
Vayve Eva
କାରର ଇଣ୍ଟିରିଅର (Image Credit- Vayve Mobility)

ଏକ୍ସଟିରିଅର ଓ ଇଣ୍ଟିରିଅର

କାରର ବାହାର ଡିଜାଇନ ସମ୍ପର୍କରେ ଆଲୋଚନା କଲେ, ଏହାର ଡିଜାଇନ ମହିନ୍ଦ୍ରା e20 ଓ Reva ସହ ମେଳ ଖାଉଛି । କିନ୍ତୁ ଏଥିରେ ଅନ୍ୟ କେତେକ ଷ୍ଟାଇଲିଂ ଏଲିମେଣ୍ଟ ରହିଛି । ଏଥିରେ LED ଡିଆରଏଲ ସହ ସର୍କୁଲାର ହେଡଲାଇଟ୍‌ ଅଛି । ଗ୍ରୀଲ ଖାଲି ଥିବା ବେଳେ ବ୍ୟାଟେରୀ ପ୍ୟାକ୍‌କୁ ଥଣ୍ଡା କରିବା ଲାଗି ବମ୍ପର ଉପରେ ଏୟାର ଇନଲେଟ୍‌ ଚ୍ୟାନେଲ ଅଛି । କାରର ଉଭୟ ପାର୍ଶ୍ବରେ ଡୋର୍‌ ଅଛି । ଏହାର ରୁଫ୍‌ରେ ସୋଲାର ପ୍ୟାନେଲ ଅଛି । କାରର ପଛ ପାର୍ଶ୍ବ ଡୁଆଲ-ଟୋନ ଡିଜାଇନ ଥିବା ବେଳେ ଦୁଇଟି ରଙ୍ଗର ମଝିରେ LED ଟେଲ୍‌ ଲାଇଟ ଷ୍ଟ୍ରିପ ଅଛି ।

କାରର ଭିତର ପାର୍ଶ୍ବ ସମ୍ପର୍କରେ କହିଲେ, ଏହାର ଭିତରେ 3ଟି ସିଟ୍‌ ଅଛି । ଯେଉଁଥିରେ ଡ୍ରାଇଭର ପଛରେ 2ଜଣ ଯାତ୍ରୀ ଓ ଜଣେ ଶିଶୁ ବସିପାରିବେ । ଏହାର ଡ୍ୟାସବୋର୍ଡରେ ଦୁଇଟି ଡିସପ୍ଲେ ଅଛି, ଗୋଟିଏ ଇନଷ୍ଟ୍ରୁମେଣ୍ଟ ଓ ଅନ୍ୟଟି ଟଚସ୍କ୍ରିନ । ଷ୍ଟିଅରିଂ ହ୍ବିଲ 2-ସ୍ପୋକ ଡିଜାଇନ ଅଛି । ଟଚସ୍କ୍ରିନ ତଳେ ମାନୁଆଲ ଏସି ଅଛି । ଏହାବ୍ୟତୀତ କ୍ୟାବିନରେ ଡୋର ହ୍ୟାଣ୍ଡେଲ ଓ ଷ୍ଟୋରେଜ ସ୍ପେଶ୍‌ ସାଧାରଣ ଅଛି ।

Vayve Eva
Seating Capacity of Vayve Eva (Image Credit- Vayve Mobility)

ଫିଚର କଣ ମିଳିବ ?

ଏହି କାରରେ ଟ୍ବିନ ସ୍କ୍ରିନ ସେଟଅପ୍‌ ଦିଆଯାଇଛି, ଯେଉଁଥିରେ ଟଚସ୍କ୍ରିନ ଇନଫୋଟେନମେଣ୍ଟ ଓ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସାମିଲ । ଅନ୍ୟ ସୁବିଧାଗୁଡ଼ିକ ମଧ୍ୟରେ ମାନୁଆଲ ଏସି, ଆପଲ୍‌ କାରପ୍ଲେ ଓ ଆଣ୍ଡ୍ରଏଡ୍‌ ଅଟୋ କନେକ୍ଟିଭିଟି, ଟୁ-ସ୍ପୋକ୍‌ ଷ୍ଟିଅରିଂ ହ୍ବିଲ୍‌, 6ଟି ଆଡଜଷ୍ଟେବଲ ଡ୍ରାଇଭର ସିଟ୍‌ ଓ ଫିକ୍ସଡ୍‌ ଗ୍ଲାସ ରୁଫ୍‌ ରହିଛି । ସେଫ୍ଟି ଫିଚର କଥା ଦେଖିଲେ ଏଥିରେ ଡ୍ରାଇଭର ଲାଗି ଏକ ଏୟାରବ୍ୟାଗ୍‌ ଓ 3-ପଏଣ୍ଟ ସିଟବେଲ୍ଟ ରହିଛି ।

କାହା ସହ ପ୍ରତିଦ୍ବନ୍ଦ୍ବିତା କରିବ ?

ଏହା ଏକ ପ୍ରକାର ସ୍ବତନ୍ତ୍ର କାର । ଭାରତରେ ପ୍ରତିଦ୍ବନ୍ଦ୍ବୀ ଭାବେ ସେପରି କୌଣସି କାର ନାହିଁ । କିନ୍ତୁ ଏହାର ବିକଳ୍ପ ଦେଖିଲେ MG Comet EV ହୋଇପାରେ ।

ଏହା ବି ପଢନ୍ତୁ
  1. ପ୍ରିମିୟମ ଇଲେକଟ୍ରିକ୍‌ SUV ସହ ଭାରତରେ ଏଣ୍ଟ୍ରି ମାରିଲା ଭିଏତନାମ କମ୍ପାନୀ VinFast
  2. ହୁଣ୍ଡାଇ ଲଞ୍ଚ କଲା Creta Electric, ସୁଲଭ ମୂଲ୍ୟରେ ମିଳିବ ଲଙ୍ଗ୍‌ ରେଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.