ETV Bharat / sports

ଚେନ୍ନାଇ ଆକାଶରେ ଘୋଟିଲା କଳା ବାଦଲ, ସମୟ ପୂର୍ବରୁ ସରିଲା ଖେଳ; ବିଜୟଠାରୁ ବହୁ ଦୂରରେ ବାଂଲାଦେଶ - IND vs BAN 1st Test - IND VS BAN 1ST TEST

IND vs BAN 1st Test Day 3 Stumps : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳକୁ ଶୀଘ୍ର ଶେଷ କରିବାକୁ ପଡ଼ିଛି । ଚେନ୍ନାଇ ଆକାଶରେ ହଠାତ କଳା ବାଦଲ ଘୋଟି ଆସିବାରୁ ସମୟ ପୂର୍ବରୁ ତୃତୀୟ ଦିନ ଖେଳ ଶେଷ ହୋଇଛି । ପଢ଼ନ୍ତୁ ପୂରା ଖବର

IND vs BAN 1st Test Day 3
IND vs BAN 1st Test Day 3 (IANS Photos)
author img

By ETV Bharat Sports Team

Published : Sep 21, 2024, 5:07 PM IST

ଚେନ୍ନାଇ : ଚେନ୍ନାଇ ଆକାଶରେ କଳା ବାଦଲ ଘୋଟି ମ୍ୟାଚ୍‌ରେ ସୃଷ୍ଟି କଲା ବାଧା । ଫଳରେ ସମୟ ପୂର୍ବରୁ ତୃତୀୟ ଦିନ ଖେଳ ଶେଷ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ମଜଭୁତ ସ୍ଥିତିରେ ରହିଛି । ଏବେ ବି ବିଜୟଠାରୁ ବାଂଲାଦେଶ 357 ରନ ପଛରେ ରହିଛି । ଆଜ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ପାଳିରେ 4 ୱିକେଟ ହରାଇ 158 ରନ ସଂଗ୍ରହ କରିଛି । ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ 3ଟି ୱିକେଟ ନେଇଥିବାବେଳେ ପ୍ରଥମ ୱିକେଟ ହାତେଇଥିଲେ ବୁମ୍‌ରା ।

ଏଠାରେ ଦେଖନ୍ତୁ ଭାରତ ବନାମ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଏବେ ପର୍ଯ୍ୟନ୍ତ ରିପୋର୍ଟ :-

ଦିନ-1 :-

ଭାରତ ପ୍ରଥମ ପାଳି :- ମ୍ୟାଚ୍‌ର ପ୍ରଥମ ଦିନରେ ପ୍ରାରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର 34 ରନରେ 3ଟି ବଡ଼ ୱିକେଟ ହରାଇଥିଲା । ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ବାଂଲାଦେଶର ଯୁବ ପେସର ହାସନ ମହମ୍ମଦଙ୍କୁ ସାମ୍ନା କରିପାରି ନଥିଲେ ଭାରତୀୟ ଟିମର ଟପ୍ ଅର୍ଡର । ଏହାପରେ ଷ୍ଟାର ଓପନର ଜୟସ୍ବାଲ ଏବଂ ପନ୍ତଙ୍କ ମଧ୍ୟରେ 62 ରନର ଉପଯୋଗୀ ଭାଗିଦାରୀ ହୋଇଥିଲା । ତେବେ ବ୍ୟକ୍ତିଗତ ସ୍କୋର 39 ରନ ସମୟରେ ପନ୍ତ ମଧ୍ୟ ହାସନଙ୍କ ଶିକାର ହୋଇଥିଲେ । ଏହା ପରେ କେଏଲ ରାହୁଲ ମଧ୍ୟ କିଛି ଖାସ କରିନଥିଲେ, ସେ ମାତ୍ର 16 ରନ ସ୍କୋର କରି ଆଉଟ ହୋଇଥିବା ବେଳେ ଜୟସ୍ବାଲ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ ।

ଜାଡେଜା-ଅଶ୍ବିନ ସୋ' :- ଏହାପରେ ଆରମ୍ଭ ହୋଇଥିଲା ଅଶ୍ବିନ-ଜାଡେଜା ସୋ' । ଦୁହେଁ 7ମ ୱିକେଟ ପାଇଁ 195 ରନର ରେକର୍ଡ ପାର୍ଟନରସିପ୍ ସହ ଭାରତର ସ୍କୋରକୁ 339 ରନରେ ପହଞ୍ଚାଇଥିଲେ । ଅଶ୍ବିନ ଦମଦାର ଶତକୀୟ ଇନିଂସ ଖେଳି 102 ରନରେ ଅପରାଜିତ ରହିଥିଲେ । ଏପଟେ ଜାଡେଜା ମଧ୍ୟ 86 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ଦୁହଁଙ୍କ 195 ରନର ରେକର୍ଡ ଭାରତ ପକ୍ଷରୁ 7ମ ୱିକେଟରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ଭାଗିଦାରୀ ରେକର୍ଡ । ଏହା ପୂର୍ବରୁ ସୌରଭ ଗାଙ୍ଗୁଲି ଏବଂ ସୁନୀଲ ଯୋଶୀ 24 ବର୍ଷ ପୂର୍ବେ 121 ରନ 7ମ ୱିକେଟ ପାଇଁ ସ୍କୋର କରିଥିଲେ ।

ଦିନ-2 :-

ଏହିଠାରୁ (ଭାରତ- 339/6) ଦ୍ବିତୀୟ ଦିନର ଖେଳ ଆରମ୍ଭ ହୋଇଥିଲା । ଆରମ୍ଭରୁ ଜାଡେଜା (86) ଆଉଟ୍‌ ହୋଇଯାଇଥିଲେ । ଆକାଶ ଦୀପ 17 ରନର ପାଳି ଖେଳି ଆଉଟ୍‌ ହେବାପରେ ଅଶ୍ବିନ (113) ଆଉଟ୍‌ ହୋଇଥିଲେ । ବୁମ୍‌ରା (7) ଶେଷ ୱିକେଟ ଭାବେ ଆଉଟ୍‌ ହେବାବେଳକୁ ଭାରତ 376 ରନ କରିସାରିଥିଲା ।

ବାଂଲାଦେଶ ପ୍ରଥମ ପାଳି :- ଦ୍ବିତୀୟ ଦିନରେ ବାଂଲାଦେଶ ପ୍ରଥମ ପାଳି ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ହେଲେ ପ୍ରଥମ ଓଭରରେ ହିଁ ବାଂଲାଦେଶକୁ ପ୍ରଥମ ଝଟ୍‌କା ଦେଇଥିଲେ ଜସପ୍ରୀତ ବୁମ୍‌ରା । ସେ ପ୍ରଥମ ଓଭରର ଶେଷ ବଲରେ ଶଦମାନ ଇସଲାମଙ୍କୁ କ୍ଲିନ-ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଏହାପରେ ବାଂଲାଦେଶର ଦଳୀୟ ସ୍କୋର 22 ରନ ହୋଇଥିବାବେଳେ କ୍ରମାଗତ ଦୁଇଟି ବଲରେ ଦୁଇ ବାଂଲାଦେଶୀ ବ୍ୟାଟରଙ୍କ ୱିକେଟ ନେଇଥିଲେ ଆକାଶ ଦୀପ । ସେ ଜାକିର ହାସନ (3) ଓ ମୋମିନୁଲ ହକ୍‌ (0)ଙ୍କୁ କ୍ଲିନ-ବୋଲ୍ଡ କରିଥିଲେ । ଲଞ୍ଚ-ବ୍ରେକ୍‌ ସୁଦ୍ଧା ବାଂଲାଦେଶ କେବଳ 26 ରନରେ 3ଟି ବହୁମୂଲ୍ଯ ୱିକେଟ ହରାଇ ସଂକଟରେ ପଡ଼ିଥିଲା । ଏହାପରେ ମଧ୍ୟ ସଂକଟରୁ ରକ୍ଷା ପାଇନଥିଲା ବାଂଲାଦେଶ । 20 ବ୍ୟକ୍ତିଗତ ରନ ହାସଲ କରିଥିବା ଅଧିନାୟକ ନାଜମୋଲ ହୋସେନ ଶାଣ୍ଟୋଙ୍କୁ କୋହଲିଙ୍କ ହାତରେ ଧରା ପକାଇଥିଲେ ସିରାଜ । ଏହାପରେ ଶାକିବ ଅଲ୍‌ ହାସନ (32), ଲିଟନ ଦାସ (22) ଓ ମେହିଡୀ ହାସନ ମିରାଜ (27) କିଛି ସମୟ କ୍ରିଜରେ ଲଢ଼ିଥିଲେ ମଧ୍ୟ ଦଳକୁ ଆଶାନୁରୂପ ସହଯୋଗ କରିପାରିନଥିଲେ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ବାଂଲାଦେଶ ଶେଷରେ 149 ରନରେ ସମସ୍ତ ୱିକେଟ ହରାଇଥିଲା ।

ଭାରତ ଦ୍ବିତୀୟ ପାଳି :- ପ୍ରଥମ ପାଳିରେ 227 ରନର ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ପାଳିରେ କେବଳ 6 ରନ କରିଥିବା ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଭାରତୀୟ କ୍ରିକେଟପ୍ରେମୀ ଏକ ବଡ଼ ପାଳିର ଆଶା ରଖିଥିଲେ । ହେଲେ ସେ କେବଳ 5 ରନ ହିଁ କରିପାରିଥିଲେ । 10 ରନ କରି ଆଉଟ୍‌ ହୋଇଥିଲେ ଜୟସ୍ବାଲ । ଅନ୍ୟପଟେ ପ୍ରଥମ ପାଳିରେ 6 ରନ କରି ଆଉଟ୍‌ ହୋଇଥିବା କୋହଲି ଆଜି ଭଲ ଆରମ୍ଭ କରିଥିଲେ ହେଁ କେବଳ 17 ରନ ହିଁ କରିପାରିଥିଲେ । ଭାରତ ପାଇଁ ଶୁବମନ ଗିଲ (33) ଓ ଋଷଭ ପନ୍ତ (12) କ୍ରିଜରେ ମହଜୁଦ ରହିଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ବାଂଲାଦେଶ ଠାରୁ 308 ରନ ଲିଡରେ ରହିଥିଲା ।

ଦିନ-3 :-

ପନ୍ତ-ଗିଲ୍‌ ଶୋ' :- ତୃତୀୟ ଦିନ ଖେଳ ଆରମ୍ଭରୁ ଶୁଭମନ ଗିଲ୍‌ ଓ ଋଷଭ ପନ୍ତ ଦଳକୁ ଭଲ ଭାଗିଦାରୀ ଦେଇ ଦଳୀୟ ସ୍କୋରକୁ ଗତି ଦେଇଥିଲେ । ମ୍ୟାଚ୍‌ର ତୃତୀୟ ଦିନରେ ଆକ୍ରାମକ ବ୍ୟାଟିଂ କରି ପନ୍ତ 128 ବଲରୁ 13 ଚୌକା ଓ 4 ଛକା ସହିତ 109 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ଶୁବମନ ଗିଲ୍‌ ମଧ୍ୟ ନିଜ ଶତକ ପୂରଣ କରିଥିଲେ । ଗିଲ୍‌ 176 ବଲରୁ 10 ଚୌକା ଓ 4 ଛକା ବଳରେ 119 ରନର ଅପରାଜିତ ରନ ଖେଳିଥିଲେ । ଅନ୍ୟପଟେ ପନ୍ତ ଯିବା ପରେ କେଏଲ୍‌ ରାହୁଲ ଆସି 19 ବଲରୁ 22 ରନର ଉପଯୋଗୀ ପାଳି ଖେଳିଥିଲେ । ଭାରତ ଦ୍ବିତୀୟ ପାଳିରେ 64 ଓଭର ଖେଳି 4 ୱିକେଟ ବିନିମୟରେ 287 ରନ ସ୍କୋର କରିଥିବାବେଳେ ରୋହିତ ଶର୍ମା ପାଳି ଘୋଷଣା ପାଇଁ ବ୍ୟାଟରମାନଙ୍କୁ ଈଶାରା ଦେଇଥିଲେ । ଏତେବେଳକୁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଦଳଠାରୁ 514 ରନ ଲିଡ୍‌ ନେଇ ସାରିଥିଲା ।

ବାଂଲାଦେଶ ଦ୍ବିତୀୟ ପାଳି :- ଦ୍ବିତୀୟ ପାଳିରେ 515 ରନର ବିଶାଳ ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଲା ବାଂଲାଦେଶ । ଦୁଇ ଓପନର ଜାକିର ହାସନ ଓ ଶାଦମାନ ଇସଲାମ ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ପ୍ରଥ ୱିକେଟ ପାଇଁ ଉଭୟ ଦଳୀୟ ଖାତାରେ 62 ରନ ଯୋଡ଼ିଥିଲେ । ଏହାପରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଜସପ୍ରୀତ ବୁମ୍‌ରା । 17ତମ ଓଭରରେ ବୁମ୍‌ରାଙ୍କ ବଲରେ ଜାକିର ହାସନ (33)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଜୟସ୍ବାଲ । ଏହାପରେ ଅନ୍ୟତମ ଓପନର ଶାଦମାନ ଇସଲାମ (35)ଙ୍କୁ ଆଉଟ କରିଥିଲେ ରବିଚନ୍ଦ୍ରନ ଅଶ୍ବିନ । ମୋମିନୁଲ ହକ୍‌ ଓ ମୁଶଫିକର ରହିମ ମଧ୍ୟ ଅଶ୍ବିନଙ୍କ ଶିକାର ପାଲଟିଥିଲେ । ଅନ୍ୟପଟେ ନାଜମୁଲ ହୋସେନ ଶାଣ୍ଟୋ ଅଧିନାୟକ ପାଳି ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଆଜିର ଖେଳ ଶେଷ ସୁଦ୍ଧା ବାଂଲାଦେଶ 4 ୱିକେଟ ହରାଇ 158 ରନ ହାସଲ କରିଥିବାବେଳେ କ୍ରିଜରେ ନାଜମୁଲ ହୋସେନ ଶାଣ୍ଟୋ ଓ ଶାକିବ ଅଲ୍‌ ହାସନ ମହଜୁଦ ରହିଛନ୍ତି । ବାଂଲାଦେଶକୁ ବିଜୟ ପାଇଁ ହାତରେ 6 ୱିକେଟ ନେଇ ଆହୁରି 357 ରନ ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.