ETV Bharat / entertainment

ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ଅଣ୍ଡା-ଟମାଟୋ ମାଡ - STONE PELTING ON ALLU ARJUN HOUSE

ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ଅଣ୍ଡା-ଟମାଟୋ ମାଡ । ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ଗର୍ଜିଲେ ବିକ୍ଷୋଭକାରୀ ।

Allu Arjun
Allu Arjun (ETV Bharat)
author img

By ETV Bharat Odisha Team

Published : Dec 22, 2024, 8:53 PM IST

ହାଇଦ୍ରାବାଦ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ଅଣ୍ଡା-ଟମାଟୋ ମାଡ । ଆଜି (ରବିବାର) ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଜୁବଲି ହିଲ ସ୍ଥିତ ବାସଭବନ ଘେରାଉ କରିଛନ୍ତି ବିକ୍ଷୋଭକାରୀ । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ସହାୟତା ଦାବିରେ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ ।

ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଭଙ୍ଗାରୁଜା:

ସୂଚନା ଅନୁସାରେ, ଓସମାନିଆ ବିଶ୍ବବିଦ୍ୟାଳୟର କେତେକ ଛାତ୍ର ଅଲ୍ଲୁ ଅର୍ଜୁନଙ୍କ ବାସଭବନ ଉପରକୁ ଟମାଟୋ ଫିଙ୍ଗିବା ସହ ବଗିଚାରେ ଥିବା ଫୁଲକୁଣ୍ଡ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଓସମାନିଆ ୟୁନିଭର୍ସିଟି ଜଏଣ୍ଟ ଆକ୍ସନ କମିଟି (OUJAC)ର ଛାତ୍ରମାନେ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ଏଭଳି କରିଥିବା କହିଛନ୍ତି । ଏହାସହ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ସେମାନେ ନାରାବାଜି କରିଥିବା ଦେଖିବାକୁ ମିଳିଛି ।

Stone Pelting On Allu Arjun House
Stone Pelting On Allu Arjun House (ETV Bharat)

କ'ଣ ଥିଲା ସେଦିନର ଘଟଣା ?

ଡିସେମ୍ବର ୪ରେ ସିନେମା ଥିଏଟର ନିକଟରେ ଦଳାଚକଟାର ଘଟଣା । 'ପୁଷ୍ପା ୨: ଦ ରୁଲ'ର ପ୍ରିମିୟର ସୋ ସମୟରେ ଘଟିଥିଲା ଏଭଳି ଅଘଟଣ । ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କର 8 ବର୍ଷୀୟ ଶିଶୁ ଗୁରୁତର ହୋଇଥିଲା । ଅଲ୍ଲୁ ଅର୍ଜୁନ ଥିଏଟରରେ ବ୍ୟକ୍ତିଗତ ସୁରକ୍ଷା ସହ ଥିଏଟରରେ ପହଞ୍ଚିଥିଲେ । ଫଳରେ 'ପୁଷ୍ପରାଜ'ଙ୍କ ଝଲକ ପାଇବା ପାଇଁ ସନ୍ଧ୍ୟା ଥିଏଟରରେ ବହୁ ସଂଖ୍ୟାରେ ଜନସମାଗମ ସହ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ଏହି ମାମଲା ପରେ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ମଧ୍ୟ କରିଥିଲା ।

ଗିରଫ ହୋଇଥିଲେ ଅଲ୍ଲୁ:

ଏଭଳି ବିକ୍ଷୋଭ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅଲ୍ଲୁ ଅର୍ଜୁନ । ସେ କହିଛନ୍ତି, "ଏସବୁ ମୋ ବିରୋଧରେ ରାଜନେତାଙ୍କ ଚକ୍ରାନ୍ତ । ଏହି ଅଘଟଣ ଦୁର୍ଭାଗ୍ୟଜନକ । ହେଲେ ଏଭଳି ଦୁଃଖଦ ଘଟଣା ପାଇଁ କେହି ଦୋଷୀ ନୁହନ୍ତି ।" ସୂଚନା ଥାଉ କି, ସ୍ଥାନୀୟ କୋର୍ଟ ତାଙ୍କୁ 14 ଦିନିଆ ହେପାଜତକୁ ପଠାଇବା ପରେ ଅଭିନେତା ଏକ ରାତି ନ୍ୟାୟିକ ହେପାଜତରେ ରହିଥିଲେ, କିନ୍ତୁ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । 50,000 ଟଙ୍କା ବ୍ୟକ୍ତିଗତ ଭାବେ ପ୍ରଦାନ କରିବା ପରେ ସେ ଜାମିନ ପାଇଥିଲେ । ତାଙ୍କର ମୁକ୍ତି ତାଙ୍କ ପ୍ରଶଂସକ, ପରିବାର ଏବଂ ସହକର୍ମୀମାନେ ପାଳନ କରିଥିଲେ ଯେଉଁମାନେ ତାଙ୍କୁ କଷ୍ଟ ସମୟରେ ତାଙ୍କୁ ସମର୍ଥନ କରିଥିଲେ ।

ଏହା ବି ପଢନ୍ତୁ...ଜେଲରୁ ମୁକୁଳିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା, 'ଯାହା ଘଟିଲା ତାହା ପାଇଁ...'

ଏହା ବି ପଢନ୍ତୁ...ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀକୁ ସେଲିବ୍ରିଟିଙ୍କ ନିନ୍ଦା, କହିଲେ 'ଆଇନ ସମସ୍ତଙ୍କ ପାଇଁ ସମାନ ହେଉ'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.