କୁଏତ ସିଟି: କୁଏତରେ ଓଡ଼ିଆ ପୁଅଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦିନିଆ ଗଲ୍ପ ଦେଶ ଗସ୍ତରେ ଅଛନ୍ତି ମୋଦି । ଶନିବାର ଦିନ ସେ କୁଏତର ଲେବର କ୍ୟାମ୍ପ ଗସ୍ତ କରି ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିଛନ୍ତି । ସେଠାରେ ଗଞ୍ଜାମର ଓଡ଼ିଆ ପୁଅଙ୍କ ସହ କଥା ହୋଇଛନ୍ତି ।
କୁଏତରେ ଓଡ଼ିଆଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
Met Indian workers at the Mina Abdullah. Here are highlights of a very special and memorable interaction… pic.twitter.com/9tuIE67f6r
— Narendra Modi (@narendramodi) December 22, 2024
କୁଏତ ଏମିର ଶେଖ ମିଶଲ ଅଲ- ଅହମ୍ମଦ ଅଲ-ଜାବର ଅଲ- ସବାହଙ୍କ ନିମନ୍ତ୍ରଣ ରକ୍ଷା କରି ୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଦିନ ସେ ଲେବର କ୍ୟାମ୍ପ ଯାଇ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି । ଏହି ସମୟରେ ଓଡ଼ିଶା ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ପୁଅଙ୍କ ସହ କଥା ହୋଇଛନ୍ତି । ଜୟ ଜଗନ୍ନାଥ କହି ମୋଦି ତାଙ୍କ ସହ କଥା ହୋଇଥିଲେ । ଓଡ଼ିଶାର କେଉଁଠାରୁ ଆସିଛ ଓ ଏଠାରେ କଣ କାମ କରୁଛ ବୋଲି ପଚାରିଥିଲେ ମୋଦି । ଭାରତ ବିକାଶରେ ଆପଣମାନଙ୍କ ଯୋଗଦାନ ରହିଛି । ଆପଣମାନେ ଯେଉଁ ପଇସା ପରିବାରକୁ ପଠାଉଛନ୍ତି ସେ ଟଙ୍କା ଦେଶର ବିକାଶରେ ଲାଗୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ମଧ୍ୟ ସେମାନଙ୍କୁ ଓଡ଼ିଶା ଆସି ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।
କୁଏତର ସର୍ବୋଚ୍ଚ ସମ୍ମାନରେ ମୋଦିଙ୍କୁ ସମ୍ମାନିତ
يشرفني أن أحظى بوسام مبارك الكبير من صاحب السمو أمير دولة الكويت الشيخ مشعل الأحمد الجابر الصباح. وأهدي هذا التكريم إلى شعب الهند وإلى الصداقة القوية بين الهند والكويت. pic.twitter.com/jhfmtGn032
— Narendra Modi (@narendramodi) December 22, 2024
କୁଏତର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଗଲା ସମ୍ମାନିତ । ୨ ଦିନିଆ କୁଏତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୩ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଗଲ୍ପ ଦେଶକୁ ଗସ୍ତ କରିଥିବା ବେଳେ ଆଜି(ରବିବାର) ସେଠାରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ 'ଦି ଅର୍ଡର ଅଫ୍ ମୁବାରକ ଅଲ କବୀର' ସମ୍ମାନିତ କରାଯାଇଛି । ଏହା କୌଣସି ବିଦେଶୀ ରାଷ୍ଟ୍ର ଦ୍ୱାରା ତାଙ୍କୁ ଦିଆଯାଇଥିବା ୨୦ତମ ଅନ୍ତରାଷ୍ଟ୍ରୀୟ ସମ୍ମାନ । ଏହା ବନ୍ଧୁତାର ପ୍ରତୀକ ଭାବେ ଏହା ରାଷ୍ଟ୍ରମୁଖ୍ୟ ତଥା ବିଦେଶୀ ସାର୍ବଭୌମତ୍ବ ତଥା ବିଦେଶୀ ରାଜ ପରିବାର ସମସ୍ୟମାନଙ୍କୁ ଦିଆଯାଏ ।
କୁଏତରେ ମୋଦିଙ୍କୁ ଗାର୍ଡ ଅଫ ଅନର
ଏହା ପୂର୍ବରୁ ତାଙ୍କୁ କୁଏତ ପ୍ୟାଲେସରେ ଔପଚାରିକ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ସମାରୋହରେ କୁଏତର ଏମିର ଶେଖ ମିଶଲ ଅଲ- ଅହମ୍ମଦ ଅଲ-ଜାବର ଅଲ-ସବାହ ଉପସ୍ଥିତ ଥିଲେ ।
୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଥମ ଥର ପାଇଁ ଗଲ୍ଫ ଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଦିନ ସେ କୁଏତରେ ପହଞ୍ଚିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜି (ରବିବାର) ସେ କୁଏତ ଏମିର ଶେଖ ମିଶଲ ଅଲ- ଅହମ୍ମଦ ଅଲ-ଜାବର ଅଲ- ସବାହଙ୍କ ସହ ୨ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିଛନ୍ତି । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଆଦି କ୍ଷେତ୍ରରେ ୨ ଦେଶର ସମ୍ପର୍କ କିପରି ମଜଭୁତ ହେବ ସେନେଇ ଆଲୋଚନା କରିଥିବା ସୂଚନା ରହିଛି । ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଗଲ୍ଫ ଦେଶ ଯାଇଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧୀ କୁଏତ ଗସ୍ତ କରିଥିଲେ ।
ଏହାମଧ୍ୟ ପଢନ୍ତୁ... |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ