ETV Bharat / entertainment

'କର୍ମ' ସହ ବଡ଼ ପରଦାରେ ଡେବ୍ୟୁ କରିବେ ମନ୍ମୟ ଦେ, ଏହି ଅଭିନେତ୍ରୀ ସହ ଲଗାଇବେ ରୋମାନ୍ସ ତଡକା - Anupam Patnaik Film Karma

author img

By ETV Bharat Entertainment Team

Published : 3 hours ago

Odia Film Karma: ରିଲ୍ସ ଏବଂ ମ୍ୟୁଡିକ ଆଲବମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ମନ୍ମୟ ଦେ ଏବେ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଅନୁପମ ପଟ୍ଟନାୟକଙ୍କ ଫିଲ୍ମ 'କର୍ମ' ସହ ସେ ପ୍ରଥମ ଥର ପାଇଁ ନଜର ଆସିବେ । ତେବେ ଫିଲ୍ମର ତାଙ୍କ ଭୂମିକା କ'ଣ ଏବଂ କେଉଁ ଅଭିନେତ୍ରୀ ସହ ନଜର ଆସିବେ ?ଜାଣନ୍ତୁ,

'କର୍ମ' ସହ ବଡ଼ ପରଦାରେ ଡେବ୍ୟୁ କରିବେ ମନ୍ମୟ ଦେ, ଏହି ଅଭିନେତ୍ରୀ ସହ ଲଗାଇବେ ରୋମାନ୍ସ ତଡକା
'କର୍ମ' ସହ ବଡ଼ ପରଦାରେ ଡେବ୍ୟୁ କରିବେ ମନ୍ମୟ ଦେ, ଏହି ଅଭିନେତ୍ରୀ ସହ ଲଗାଇବେ ରୋମାନ୍ସ ତଡକା (ETV Bharat Odisha)

ଭୁବନେଶ୍ୱର: ଅକ୍ଟୋବର ୯ ତାରିଖ ଦଶହରାରେ ମୁକ୍ତିଲାଭ କରିବ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚିତ୍ର 'କର୍ମ'। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କ ଭଳି ଅନେକ ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିବ । ଏପରି ସମୟରେ ଏହି ଫିଲ୍ମ ସହ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ରିଲ୍ସ ଏବଂ ମ୍ୟୁଡିକ ଆଲବମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ମନ୍ମୟ ଦେ । ସେ ଏହି ପିଲ୍ମ ସହ ବଡ଼ ପରଦାରେ ପ୍ରଥମ ଥର ନଜର ଆସିବାକୁ ଥିବା ବେଳେ ଫିଲ୍ମକୁ ନେଇ ସେ ବେଶ ଆଶାବାଦୀ ଥିବା କହିଛନ୍ତି ।

'କର୍ମ' ସହ ଓଲିଉଡରେ ଡେବ୍ୟୁ କରିବେ ମନ୍ମୟ ଦେ, ଏହି ଅଭିନେତ୍ରୀ ସହ ଲଗାଇବେ ରୋମାନ୍ସ ତଡକା (TV Bharat Odisha)

ଏହି ଅଭିନେତ୍ରୀ ସହ ନଜର ଆସିବେ ମନ୍ମୟ ଦେ

ମନ୍ମୟ ଦେ ଏହି ଫିଲ୍ମରେ ଅଭିନେତ୍ରୀ ଦିବ୍ୟା ମହାନ୍ତିଙ୍କ ସହ ନଜର ଆସିବେ । ଗତକାଲି ଫିଲ୍ମର ଗୀତ 'ଧିତାଙ୍ଗ ଧିତାଙ୍ଗ' ରିଲିଜ ହୋଇଛି । ଯେଉଁଥିରେ ଉଭୟଙ୍କ ଲଭ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଗୀତକୁ 85 ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି । ତେବେ ମନ୍ମୟ ଦେ, ଦିବ୍ୟା ମହାନ୍ତି ଏହି ଫିଲ୍ମ ସହ ପ୍ରଥମ ଥର ସ୍କ୍ରିନ ସେୟାର କରିବା ସହ ଅନୁପମ ପଟ୍ଟନାୟକଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ କାମ କରୁଛନ୍ତି ।

'କର୍ମ' ଫିଲ୍ମର ଷ୍ଟାରକାଷ୍ଟ

ଅନୁପମ ପଟ୍ଟନାୟକଙ୍କ ବ୍ୟାନରରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'କର୍ମ'ରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ବର୍ଷା ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ଫିଲ୍ମକୁ ଶବ୍ଦରେ ସଜେଇଛନ୍ତି ଲେଖକ ମାନସ ପଢ଼ିଆରୀ । ଫିଲ୍ମରେ ମନ୍ମୟ ଓ ଦିବ୍ୟା ସମେତ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ଯୋଡି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଅନ୍ୟ ଭୂମିକାରେ ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବା ବେଳେ ସନୋଜ ମଧ୍ୟ ଏହି ଫିଲ୍ମ ସହ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ

'କର୍ମ' ଫିଲ୍ମର କାହାଣୀ କ'ଣ ?

'କର୍ମ' ଅର୍ଥାତ କର୍ମର ଫଳ, ଯାହା ଆମେ କରିଥାଉ ସେହି ମୁତାବିକ ଆମକୁ ଫଳ ମିଳିଥାଏ । ସେପଟେ ଫିଲ୍ମ କର୍ମର ଫାଷ୍ଟ ଲୁକ ଓ ଟିଜର ବେଶ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଫିଲ୍ମରେ ଥିବା ୪ ଟି ଗୀତରୁ 'ଚିରିଙ୍ଗ ଚିରିଙ୍ଗ' ଏବେ ବେଶ ଚର୍ଚ୍ଚାରେ ରହିଛି । ଏହି ଗୀତ ବର୍ତ୍ତମାନ ଲୋକଙ୍କ ବେଶ ପସନ୍ଦର ଗୀତ ପାଲଟିଛି । ଯାହା ଟ୍ରେଡିଂରେ ରହିଛି । ସେହିପରି ଦିବ୍ୟା ଓ ମନ୍ମୟଙ୍କ ଯୋଡିକୁ ନେଇ 'ଧିତାଙ୍ଗ ଧିତାଙ୍ଗ' ରିଲିଜ ହୋଇଥିବା ବେଳେ ଏହି ଗୀତକୁ ବି ଦର୍ଶକ ଭଲପାଇବା ଦେବେ ବୋଲି କହିଛନ୍ତି ଉଭୟ ଦିବ୍ୟା ଓ ମନ୍ମୟ । ତେବେ ନୂଆ ପୁରୁଣା କଳାକାରଙ୍କ ସମିଶ୍ରଣର କାହାଣୀଟି ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'କର୍ମ' ଟିଜର ରିଲିଜ; ପ୍ରଥମ ଥର ଅନସ୍କ୍ରିନ ରୋମାନ୍ସ କରିବେ ଅନୁଭବ-ସୂର୍ଯ୍ୟମୟୀ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.