ଯାଜପୁରରେ ଭାରତ ବନ୍ଦର ପ୍ରଭାବ, ଶତାଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ - Farmer Bharat Bandh
Published : Feb 16, 2024, 9:01 PM IST
Bharat Bandh Impact: ଯାଜପୁର: ଆଜି ସଂଯୁକ୍ତ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାକୁ ଯାଜପୁର ଜିଲ୍ଲାର ଟ୍ରେଡୟୁନିୟନ ପକ୍ଷରୁ ସମର୍ଥନ କରି ଦଳା ଛକରେ ରାସ୍ତାରୋକ କରାଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷି ବିରୋଧୀ ନୀତି ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଦେଶ ବ୍ୟାପି ହରତାଲ କରାଯାଉଥିବା ଦେଖିବାକୁ ମିଳିଛି l
ଏହା ମଧ୍ୟ ପଢ଼ନ୍ତୁ... ଖୋର୍ଦ୍ଧାରେ ଭାରତବନ୍ଦର ଆଶିଂକ ପ୍ରଭାବ
ଆଜିର ଏହି ଆନ୍ଦୋଳନରେ ସିପିଆଇଏମ ନେତା ପ୍ରଫୁଲ କୁମାର ନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷିକ ବିରୋଧୀ ନୀତି ସମ୍ପର୍କରେ ଆଲୋଚନା କରିଥିଲେ l ବିଶେଷ ଭାବରେ ଏହି ହରତାଲ ପ୍ରଭାବ ବ୍ୟାସନଗର ସହରରେ ଦେଖିବାକୁ ମିଳିଛି l ଏଥି ସହିତ ପ୍ରଫୁଲ ଶୋଭାଯାତ୍ରାରେ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣା ନୀତି ସମ୍ପର୍କରେ ଲୋକଙ୍କୁ ସଚେତନତା କରିଥିଲେ l ସେହିପରି ଜିଲ୍ଲା ଏଆଇଟିୟୁସି ଓ ଏସୟୁସିଆଇ ପକ୍ଷରୁ ଅପରାହ୍ନରେ ଗୋପବନ୍ଧୁ ଛକରେ ଏକ ଜନ ଜାଗରଣ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏଆଇଟିୟୁସି ସମ୍ପାଦକ ସୁରେଶ ପ୍ରଧାନ ଯୋଗଦେଇ କେନ୍ଦ୍ରରେ ବିଜେପି ସରକାର ସମୟରେ କିଭଳି ଶ୍ରମିକ ଓ କୃଷକ ମାନଙ୍କ ସମସ୍ୟା ଉପରେ ଧ୍ୟାନ ଦେଉନାହାନ୍ତି ସେ ବିଷୟରେ ଆଲୋଚନା କରିଥିଲେ l
ତେବେ କେନ୍ଦ୍ରରେ ବିଜେପି ସରକାର କମ୍ପାନୀ ଉପରେ ଚାପ ନଦେଇ କୃଷକ ଓ ଶ୍ରମିକ ମାନଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଆଜି ଏହି ଜନ ଜାଗରଣ କାର୍ଯ୍ୟକ୍ରମରେ ଅଭିଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ନେତା ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ l ଆଜି ଏହି ଭାରତ ବନ୍ଦର ପ୍ରଭାବ ଜିଲ୍ଲା କଳିଙ୍ଗନଗର, ପାଣିକୋଇଲି, ଚଣ୍ଡିଖୋଲ, ବିଂଝାରପୁର, ଯାଜପୁର ଓ ଛତିଆ ଅଞ୍ଚଳରେ ଦେଖିବାକୁ ମିଳିଥିଲା l ଏହି ପରିପକ୍ଷରେ ଜିଲ୍ଲା ପୋଲିସ ପକ୍ଷରୁ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଯାଜପୁର