ଭଦ୍ରକାଳୀଙ୍କ ମହାକାଳୀ ବେଶ, ଭକ୍ତଙ୍କୁ ଶାନ୍ତ ରଖିବାକୁ ମାଆଙ୍କ ଉଗ୍ରରୂପ - KALI PUJA IN BHADRAKALI TEMPLE
Published : Nov 1, 2024, 4:36 PM IST
|Updated : Nov 1, 2024, 5:35 PM IST
SECOND DAY OF KALI PUJA OF MAA BHADRAKALI : ଭଦ୍ରକ: ମାଆ 'ଭଦ୍ରକାଳୀ ସପ୍ତମାତୃକା ବେଶର ଆଜି ଦ୍ଵିତୀୟ ଦିନ । ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମା' ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମହାକାଳୀ ବେଶରେ ମା' ଖଡଗ ଧାରଣ କରିଛନ୍ତି । ସାଧାରଣତଃ ମା' ହେଉଛନ୍ତି ଏଠି ଶାନ୍ତ, ଶିଷ୍ଟ, ଭଦ୍ର ତଥା କମନୀୟ । କିନ୍ତୁ ମହାକାଳୀ ରୂପ ଧାରଣ କରି ମା' ଭକ୍ତମାନଙ୍କୁ ସୂଚାନ୍ତି ଯେ ତୁମେ ଅସୁର ପ୍ରବୃତ୍ତ ପରିହାର କରି, ସତ୍ୟ ଧର୍ମ ପଥରେ ପରିଚାଳିତ ହୁଏ । ତେବେ ଯାଇ ମାଆଙ୍କ ଆଶିଷ ଲାଭ କରିବ । ଯାହାକି ମଣିଷ ଆସୁରିକ ପ୍ରବୃତ୍ତିରୁ କ୍ଷାନ୍ତ ହେବା ପାଇଁ ମା'ଙ୍କର ଏହି ଉଗ୍ରରୂପ । ଏହି ବେଶରେ ମା'ଙ୍କୁ ଦର୍ଶନ କଲେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ ବୋଲି ବିଶ୍ଵାସ ରହିଛି ।
ଗତକାଲି (ଗୁରୁବାର) ପ୍ରଥମ ଦିନରେ ମା' ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ପ୍ରତିଦିନ ମା’ଙ୍କ ଭିନ୍ନ ଭିନ୍ନ ବେଶର ପୂଜାର୍ଚ୍ଚନା ହେବାର ବିଧି ରହିଛି । ମହାକାଳୀ ବେଶ ପାଇଁ ସକାଳୁ ପହଡ ଖୋଲିବା ପରେ ମା'ଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତି ବର୍ଷ ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ଆସନ୍ତାକାଲି ସପ୍ତମାତୃକା ବେଶର ତୃତୀୟ ଦିନରେ ମା' ରାଜ ରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । (ରବିବାର) ସିଂହ ବାହିନୀ, (ସୋମବାର) ଜଗଦ୍ଧାତ୍ରୀ, (ମଙ୍ଗଳବାର) ମହା ସରସ୍ବତୀ ଏବଂ (ବୁଧବାର) ତଥା ଶେଷ ଦିନରେ ମା' ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ।
ଏହା ମଧ୍ୟ ପଢନ୍ତୁ ...ଆଜି ଶ୍ରୀକ୍ଷେତ୍ରରେ ଦୀପାବଳି, ପିତୃ ପୁରୁଷଙ୍କୁ ପୟା ଶ୍ରାଦ୍ଧ, ବଡ଼ ବଡୁଆ ଡାକ
ଏହା ମଧ୍ୟ ପଢନ୍ତୁ ...ଆରମ୍ଭ ହେଲା ମା' ଭଦ୍ରକାଳୀଙ୍କ ପୂଜା, ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା'
ଇଟିଭି ଭାରତ, ଭଦ୍ରକ