ଓଡିଶା

odisha

ETV Bharat / videos

ବାଉଁଶୁଣୀ ଲୋକ ମହୋତ୍ସବ: ମନ ମୋହିଲା ପାରମ୍ପରିକ ଲୋକକଳା - BAUNSUNI FESTIVAL

By ETV Bharat Odisha Team

Published : Feb 9, 2025, 7:28 PM IST

ବୌଦ୍ଧ: ଐତିହ୍ୟ, ସଂସ୍କୃତି, କଳା ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ଲୋକକଳା ମହୋତ୍ସବ । ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ସହ ମୀନାବଜାର ଓ ଚଟପଟା ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ବିଭିନ୍ନ ଅଞ୍ଚଳର ପାରମ୍ପରିକ ଲୋକକଳାରେ ଦୁଲୁକିଲା ସାଂସ୍କୃତିକ ମଞ୍ଚ । ଶନିବାର ଏହି ମହୋତ୍ସବର ଉଦଘାଟନ ହୋଇଥିବାବେଳେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୌଦ୍ଧ ଜିଲ୍ଲାର ମହାନଦୀ ଓ ବାଘ ନଦୀର ସଙ୍ଗମ ସ୍ଥଳରେ ରହିଛି ଐତିହାସିକ ଅଞ୍ଚଳ ବାଉଁଶୁଣୀ । ଏହି ବାଉଁଶୁଣୀ ଅଞ୍ଚଳ ଉପରେ 8ଟି ପଞ୍ଚାୟତର ଲୋକେ ନିର୍ଭରଶୀଳ । ବାଉଁଶୁଣୀ ଲୋକ ମହୋତ୍ସବକୁ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଉଦଘାଟନ କରିଥିବାବେଳେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । 

ଏହା ବି ପଢନ୍ତୁ...ଜଗା ଦର୍ଶନ ପାଇଁ ମନ ବ୍ୟାକୁଳ: ରାଜସ୍ଥାନରୁ ପୁରୀ ପଦଯାତ୍ରା, ବୌଦ୍ଧରେ ମହାନଦୀରେ ସ୍ନାନ

ଏହା ବି ପଢନ୍ତୁ...ଅସୁରଗଡ ଲୋକ ମହୋତ୍ସବ, ଲୋକକଳା ପୁନରୁଦ୍ଧାର ପାଇଁ ନିଆରା ପ୍ରୟାସ

ବାଉଁଶୁଣୀର ମାହେଶ୍ୱରୀ ମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରିଥିଲା । ପୁରୀ ସାହିଜାତ ସମେତ ଆଦିବାସୀ ନୃତ୍ୟ, ବାଡ଼ି ନୃତ୍ୟ, ପତର ସଉରା, ଝାଲିଆ ଶବର ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ଶନିବାର ଉଦଘାଟନୀ ସନ୍ଧ୍ୟାରେ ମହୋତ୍ସବ ମଞ୍ଚରେ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥବା କଳାକାରମାନେ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details