ଓଡିଶା

odisha

ETV Bharat / videos

ବାଲୁକାକଳାରେ ବାତ୍ୟା ସଚେତନତା ବାର୍ତ୍ତା - AWARENESS TO TACKLE SITUATION

By ETV Bharat Odisha Team

Published : Oct 23, 2024, 9:02 PM IST

ପୁରୀ: ବାତ୍ୟାକୁ ନେଇ ଭୟଭୀତ ନହେବାକୁ ବାଲୁକା କଳା ଜରିଆରେ ସଚେତନତା। ବାତ୍ୟା 'ଦାନା' ଉପକୂଳକୁ ଯେତେ ପାଖକୁ ଆସୁଛି ସେତିକି ଭୟ ଲୋକଙ୍କ ମଧ୍ୟରେ ବଢ଼ି ଚାଲିଛି । ତେବେ "ବାତ୍ୟାକୁ ନେଇ ଭୟଭୀତ ନହୋଇ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ପାଳନ କଲେ ଆମେ ସୁରକ୍ଷିତ ରହିବା" ବୋଲି କହିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସ  ପୁରୀ ନିଳାଦ୍ରୀ ବିଚରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ସମୁଦ୍ର ଭିତରେ ବାତ୍ୟାର ପ୍ରତିକୃତି କିଭଳି ରହିଛି ତାହାକୁ ବାଲୁକା ଚିତ୍ରକଳାରେ ସୁଦର୍ଶନ ସ୍ଥାନ ଦେଇଛନ୍ତି। ବାତ୍ୟା ଦ୍ଵାରା ଲୋକଙ୍କ ଧନଜୀବନ ଯେପରି କ୍ଷୟକ୍ଷତି ନ ହୁଏ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ଶ୍ରୀ ଜଗନ୍ନାଥଙ୍କ ଏକ ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି।
 

ଏହା ବି ପଢନ୍ତୁ...କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ...
ଏହା ବି ପଢନ୍ତୁ...ଭିତରକନିକା-ଧାମରା ମଝିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ, କେନ୍ଦ୍ରାପଡ଼ା-ଭଦ୍ରକରେ ପ୍ରବଳ ବର୍ଷା: IMD

ଏହା ବି ପଢନ୍ତୁ...କାମ ଦେଉଛି ସଚେତନତା, କେନ୍ଦ୍ରାପଡାରେ ବୃଦ୍ଧି ପାଉଛି ହେନ୍ତାଳ ବଣ

ଏହା ବି ପଢନ୍ତୁ...ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’, IMD ଜାରି କଲା ଲ୍ୟାଣ୍ଡଫଲ ପଏଣ୍ଟ, ଭଦ୍ରକ-କେନ୍ଦ୍ରାପଡ଼ାକୁ ବିପଦ !

ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଆମେ ସମସ୍ତେ ଜାଣିଛେ ବାତ୍ୟା 'ଦାନା' ଉପକୂଳକୁ ମାଡ଼ି ଆସୁଚି। ସେଥିପାଇଁ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେବା ପାଇଁ ଆମେ ବାଲୁକା ଚିତ୍ର କଳା ନିର୍ମାଣ କରିଛୁ । ସରକାରଙ୍କ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ସବୁ ବ୍ୟବସ୍ଥା ହୋଇଛି । ଆମ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ସବୁଠୁ ଭଲ। ତେବେ ଏହି ସବୁ ଭିତରେ ବି ଆମେ ଆମର କର୍ତ୍ତବ୍ୟ କରିବା ଉଚିତ୍। କୌଣସି ପ୍ରକାର ଆମେ ଭୟଭୀତ ହେବା ନାହିଁ। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା। "


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details