ଓଡିଶା

odisha

ପାତାଳୀ ଶ୍ରୀକ୍ଷେତ୍ର ଓ ଶୈଳ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ, ଶ୍ରଦ୍ଧାଳୁ ଟାଣିଲେ ବିଶ୍ବନିୟନ୍ତାଙ୍କ ରଥ - Rath Yatra 2024

By ETV Bharat Odisha Team

Published : Jul 7, 2024, 10:42 PM IST

Rath Yatra 2024 (ETV Bharat Odisha)

Rath Yatra 2024: ସୁବର୍ଣ୍ଣପୁର/ଅନୁଗୋଳ: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ଜିଲ୍ଲାର କୋଟସମଲାଇର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଆୟୋଜିତ ହୋଇଯାଇଛି । ତ୍ରିକୂଟ ପର୍ବତର ଛଳିଆ ଶିଖର ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଛି । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଓ ପରମ୍ପରାକୁ ନେଇ ତିନିଠାକୁରଙ୍କ ଦ୍ବାରଫିଟା, ମଙ୍ଗଳ ଆଳତୀ, ସକାଳ ଧୂପ, ନୈବେଦ୍ୟ ସହ ବେଶ ଓ ଟାହିଆଲାଗି ପରେ ପହଣ୍ଡି ଆରମ୍ଭ ହୋଇଥିଲା ।  

ଏହା ମଧ୍ୟ ପଢନ୍ତୁ... ବଡ଼ଦାଣ୍ଡରେ ରଥ ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - President Pulling Chariot Rope

ଛଳିଆ ଶିଖରରୁ ଛଳ ଠାକୁର ବନର ଦେବତା ବନଫୁଲର ବାସରେ ଘୋଷଯାତ୍ରାକୁ ବାହାରିଥିଲେ । ଶହେରୁ ଅଧିକ ସେବାୟତ ତିନି ଠାକୁର ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡିରେ ୧୦୮ ପାହାଚ ଅତିକ୍ରମ ବଡ଼ଦାଣ୍ଡକୁ ଆଣିଥିଲେ । ପାହାଡ ପାଦଦେଶର ବଡଦାଣ୍ଡରେ ପୂର୍ବ ପ୍ରସ୍ତୁତ ତିନି ରଥରେ ଠାକୁର ମାନଙ୍କୁ ରଥାରୁଢ଼ କରାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଛି । ବିଗତ ବର୍ଷ ପରି ଏଥର ମଧ୍ୟ ପାତାଳି ଶ୍ରୀକ୍ଷେତ୍ରଠାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ରଥଯାତ୍ରା ଆୟୋଜିତ ହୋଇଥିବା ବେଳେ ନବଦିନ ବ୍ୟାପୀ ଘୋଷଯାତ୍ରା ପାରମ୍ପରିକ ନୀତି କାନ୍ତିରେ ଅନୁଷ୍ଠିତ ହୋଇଛି । 

ଆଜି ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ପାଳିତ ହୋଇଛି । ଆଜି ବଢି ଭୋରୁ ଠାକୁର ମାନଙ୍କ ଅଣସର ବେଦୀରେ ଦ୍ବାରା ପିଠା ମଙ୍ଗଳ ଆଳତି ପରେ ମଇଲମ ତଡପ ଲାଗି ପରେ ଅନ୍ୟ ସମସ୍ତ ନୀତିକାନ୍ତି କରାଯାଇଥିଲା । ବିଧି ପୂର୍ବକ ଅପରାହ୍ନରେ ରୁନ୍ଧା ଫିଟା ଯିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ ।

ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା ଶୈଳ ଶ୍ରୀକ୍ଷେତ୍ର । ଧାଡି ପହଣ୍ଡିରେ ଦଇତା ସେବାୟତ ମାନେ ଠାକୁର ମାନଙ୍କୁ ରଥାରୂଢ଼ କରାଇଥିଲେ । ଶ୍ରୀକ୍ଷେତ୍ରର ରୀତିନୀତି ପରି ଏଠାରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଦିନ ପ୍ରାୟ ୧ ଟାରେ ଆରମ୍ଭ ହୋଇଥିଲା ଛେରାପହଁରା । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ତିନି ରଥରେ ଛେରାପହଁରା କରିଥିଲେ ।

ନିର୍ଦ୍ଧାରିତ ସମୟରେ ଅର୍ଥାତ ଅପରାହ୍ନ ତିନିଟା ଆରମ୍ଭ ହୋଇଥିଲା ରଥଟଣା । ହଜାର ହଜାର ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନି ରଥକୁ ଶୈଳ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ ଟାଣି ଥିଲେ । ଅନୁଗୋଳ ଥାନା ସମ୍ମୁଖରେ ସ୍ବତନ୍ତ୍ର ପୂଜା ନୀତି ପରେ ଗୋଟିଏ ପରେ ଗୋଟିଏ ରଥ ଆସି ପହଁଥିଲା ଅମଲାପଡାର ଶ୍ରୀ ଗୁଣ୍ଡିଚା ମନ୍ଦିର । ରାତି ପ୍ରାୟ 9 ଟା ପାଖାପାଖି ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଥିଲା ନନ୍ଦିଘୋଷ ରଥ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଶୈଳ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ ରଥ ଟାଣିଥିଲେ । ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଆଣିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର/ଅନୁଗୋଳ

ABOUT THE AUTHOR

...view details