ଓଡିଶା

odisha

By ETV Bharat Odisha Team

Published : May 6, 2024, 7:55 PM IST

ETV Bharat / videos

ସଞ୍ଜୀବ ଭରିଲେ ନାମାଙ୍କନ, ରୋଡ଼ ସୋରେ ସାମିଲ ହେଲେ ଧର୍ମେନ୍ଦ୍ର - Sanjib Sahoo File Nomination

ଅନୁଗୋଳ: ଆଠମଲ୍ଲିକରେ ବିଜେପିର ପାୱାର ଶୋ । ନିଜର ଦମ ଦେଖାଇଛନ୍ତି ଆଠମଲ୍ଲିକ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ । ନାମାନଙ୍କ ପତ୍ର ଦାଖଲ ପାଇଁ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସ୍ଥାନୀୟ ବିଧାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ମାହେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ପଟୁଆରରେ ଆସି ଦାଖଲ ନାମାଙ୍କନ କରିଥିଲେ ।

ଆଜି ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରା କରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଧର୍ମେନ୍ଦ୍ର ମଧ୍ୟ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଭୋଟରମାନଙ୍କୁ ବିପୁଳ ଭୋଟ ଦେବାକୁ ନିବେଦନ କରିଥିଲେ । ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର କର୍ମୀ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛିବାଟ ଶୋଭାଯାତ୍ରାରେ ଆସିବା ପରେ ଗାନ୍ଧୀ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସେଠାରୁ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିରେ ଯୋଗ ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଯୁବ ନେତା ଅର୍ଜୁନ ସାହୁଙ୍କ ସମେତ ପ୍ରତ୍ୟେକ ମଣ୍ଡଳ, ପଞ୍ଚାୟତ ସ୍ତରୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏଥର ଆଠମଲ୍ଲିକବାସୀ ନିଶ୍ଚିତ ଭାବେ ବିପୁଳ ସଂଖ୍ୟାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କୁ ଭୋଟ ଦେଇ ବିଜୟୀ କରାଇବେ ବୋଲି ସଞ୍ଜୀବ ଆଶା ପ୍ରକଟ କରିଛନ୍ତି ।
 

ଏହା ମଧ୍ୟ ପଢ଼ନ୍ତୁ...ମୋଦି ନାରାରେ କମ୍ପିଲା କନିଷି, 'ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ, ଓଡ଼ିଶାରେ ବିଜେଡି ଅସ୍ତଗାମୀ' - PM Modi Address Rally In Berhampur

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details