ହାଇଦ୍ରାବାଦ: ଆଜି (ଜାନୁଆରୀ 9) ଭାରତୀୟ ବଜାରରେ Oppo Reno 13 Series ଓ POCO X7 Series ଲଞ୍ଚ ହେବାକୁ ଯାଉଛି । ଉଭୟ ସିରିଜରେ ଦୁଇଟି ଲେଖାଏଁ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । Oppo Reno 13 Seriesରେ Oppo Reno 13 ଓ Oppo Reno 13 Pro 5G ଲଞ୍ଚ ହେବ । ସେହିପରି POCO X7 Seriesରେ POCO X7 ଓ POCO X7 Pro ଲଞ୍ଚ ହେବ । ଏହି ଫୋନ ଲଞ୍ଚ ହେବା ବେଳେ ଆପଣ ଲାଇଭ ଇଭେଣ୍ଟ ଦେଖିପାରିବେ ।
Oppo Reno 13 Series ଲାଇଭ ଷ୍ଟ୍ରିମିଂ
ଓପୋ ରେନୋ 13 ସିରିଜ ଆଜି ସନ୍ଧ୍ୟା 5ଟାରେ ଲଞ୍ଚ ହେବାକୁ ଯାଉଛି । ଲଞ୍ଚ ଇଭେଣ୍ଟର ଲାଇଭ ଷ୍ଟ୍ରିମିଂକୁ କମ୍ପାନୀର YouTube ଚ୍ୟାନେଲରେ ଲାଇଭ ଦେଖିପାରିବେ । ଏହାର ବିକ୍ରି ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ Flipkartରେ କରାଯିବ । ୱେବସାଇଟ୍ରେ ସିରିଜ ପାଇଁ ମାଇକ୍ରୋ ୱେବସାଇଟ୍କୁ ଲାଇଭ କରାଯାଇଛି । ଏହାସହିତ ଏହି ସିରିଜରେ ଆସିବାକୁ ଥିବା ସ୍ମାର୍ଟଫୋନର କିଛି ଫିଚର ମଧ୍ୟ ସ୍ପଷ୍ଟ ହୋଇଛି ।
କଣ ଫିଚର ମିଳିବ ?
- Oppo Reno 13 ସ୍ମାର୍ଟଫୋନରେ MediaTek Dimensity 8350 ପ୍ରୋସେସର ମିଳିବ । ଫୋନରେ AI Livephoto ଭଳି ଫିଚର ମଧ୍ୟ ପ୍ରଦାନ କରାଯାଇଛି । ଧୂଳି ଓ ପାଣି ପ୍ରତିବନ୍ଧକ ଲାଗି ଫୋନ IP69 ରେଟିଂ ସହ ଆସିଛି । ଫୋନରେ 80W SUPERVOOC Flash Charge ସପୋର୍ଟ ମିଳିବ ।
- Oppo Reno 13 Pro ଭାରିଏଣ୍ଟରେ ମଧ୍ୟ 80W SUPERVOOC Flash Charge ସପୋର୍ଟ ପ୍ରଦାନ କରାଯାଇଛି । ଏଥିରେ 5800mAh ବ୍ୟାଟେରୀ ମିଳିବ । ଏହି ଫୋନଟି 50MP କ୍ବାଡ୍ ରିଅର କ୍ୟାମେରା ସେଟଅପ୍ ସହିତ ଆସିପାରେ । ଫୋନଟି 15 ColorOS ଉପରେ ଚାଳିତ ।
POCO X7 Series ଲାଇଭ ଷ୍ଟ୍ରିମିଂ
ପୋକୋ ଏକ୍ସ7 ସିରିଜ ଆଜି ସନ୍ଧ୍ୟା 5:30ଟାରେ ଲଞ୍ଚ ହେବ । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନକୁ ଲଞ୍ଚ କରାଯିବ । ଆପଣ ଯଦି ଏହାର ଲଞ୍ଚ ଲାଇଭ ଇଭେଣ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ କମ୍ପାନୀର ଅଫିସିଆଲ YouTube ଚ୍ୟାନେଲରେ ଦେଖିପାରିବେ । ଆପଣ ନିମ୍ନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ଲାଇଭ ଇଭେଣ୍ଟ ଦେଖିପାରିବେ ।
କଣ ମିଳିବ ଫିଚର ?
- POCO X7 ଫୋନରେ AMOLED ଡିସପ୍ଲେ ସହ 50MP ମେନ୍ କ୍ୟାମେରା ମିଳିବ । ଏହାର ଦାମ ପାଖାପାଖି 20ହଜାର ଟଙ୍କା ତଳେ ରହିପାରେ ବୋଲି ଆଶା କରାଯାଉଛି ।
- ଯଦି ଆମେ Pro ଭାରିଏଣ୍ଟ ସମ୍ପର୍କରେ କହିବା ଏହାର ଦାମ 30ହଜାର ଟଙ୍କା ତଳେ ରହିପାରେ । ଏଥିରେ MediaTek Dimensity 8300 Ultra ପ୍ରୋସେସର ସହ 6,550mAh ବ୍ୟାଟେରୀ ମିଳିପାରେ । ଏହାସହିତ ପ୍ରୋ ଭାରିଏଣ୍ଟରେ 50MP ମେନ୍ ସେନ୍ସର ଓ HyperOS 2.0 ଦିଆଯାଇଛି ।