ଓଡିଶା

odisha

ETV Bharat / videos

ଦେବୀ ନଦୀ ମୁହାଣରୁ ଆନ୍ଧ୍ର ସୀମାବର୍ତ୍ତୀ ଟ୍ରଲର ଜବତ, ୯ ଅଟକ - ANDRA PRADESH FISHING BOATS SEIZED

By ETV Bharat Odisha Team

Published : Dec 14, 2024, 7:41 PM IST

ପୁରୀ: ଜିଲ୍ଲାର ସମୁଦ୍ର ନିଷିଦ୍ଧାଞ୍ଚଳରୁ ବିଶାଖାପାଟଣା ଆନ୍ଧ୍ର ସୀମାବର୍ତ୍ତୀ ଟ୍ରଲର ଜବତ । କଇଁଚଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେବୀ ନଦୀ ମୁହାଣକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଏହି ଅଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଟ୍ରଲର ଜବତ କରିବା ସହ ୯ ଜଣ କ୍ରିଉ ମେମ୍ବରଙ୍କୁ ଅଟକ ରଖିଛି ଅସ୍ତରଙ୍ଗ ବନବିଭାଗ ।

କଇଁଚଙ୍କ ସୁରକ୍ଷା ପାଇଁ କଟକଣା: 

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ ତାରିଖରୁ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବନବିଭାଗ ଦ୍ୱାରା ଦେବୀ ନଦୀ ନିଷିଦ୍ଧାଞ୍ଚଳରୁ ବିଶାଖାପାଟଣା ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ଏସ କେ ଏମ ଏଲ (ଆଇ ଏନ ଡି -ଏ ପି -ଭି ୫-ଏମ ଏମ -୨୮୩)ଟ୍ରଲର ଦେବୀ ମୁହାଁଣ ନିଷିଦ୍ଧାଞ୍ଚଳରୁ ଜବତ ହୋଇଛି । ଏଥିସହ ୯ ଜଣ କ୍ରିଉ ମେମ୍ବର ଅଟକ ରଖି ପଚରାଉଚରା କରିଛି ଟିମ୍ । ଟ୍ରଲରରୁ ବିପୁଳ ପରିମାଣର ମାଛ ଜବତ କରାଯାଇଛି । ଆଜି ସକାଳେ ଏହାକୁ ନିଲାମ କରାଯାଇଛି ।

ଏହାମଧ୍ୟ ପଢନ୍ତୁ... ଅଲିଭ ରିଡ଼ଲେ କଇଁଛଙ୍କ ସ୍ୱାଗତରେ ବନବିଭାଗ, ବେସାହାରା ମତ୍ସ୍ୟଜୀବୀ ! - OLIVE RIDLEY SEA TURTLE

ଏହାମଧ୍ୟ ପଢନ୍ତୁ... ଭାରତୀୟ ଜଳ ସୀମାରୁ ୨ ବାଂଲାଦେଶୀ ଜାହାଜ ଜବତ, ୭୮ ଜଣ ଅଟକ - BANGLADESHI SHIP SEIZED

ଏହି ପାଟ୍ରୋଲିଂରେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର, ବନ କର୍ମଚାରୀଙ୍କ ସହ ୫ ଜଣ କଇଁଛ ସୁରକ୍ଷା ଟିମ୍, ଏପିଆର ଫୋର୍ସ ସାମିଲ ହୋଇଥିଲେ । ସାମୁଦ୍ରିକ ମତ୍ସ୍ୟ ବିଭାଗ ପୁରୀ ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ, ସହକାରୀ ମତ୍ସ୍ୟଅଧିକାରୀ ସତ୍ୟବ୍ରତ ଦାସ ପ୍ରମୁଖ ମଧ୍ୟ ଏଥିରେ ସାମିଲ ଥିଲେ ।

ପୁରୀ ଜିଲ୍ଲାର ଅତିରିକ୍ତ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ କହିଛନ୍ତି," ନଭେମ୍ବର ୧ରୁ କଇଁଚ ସୁରକ୍ଷା ପାଇଁ କଟକଣା ଜାରି କରାଯାଇଛି । ଏଥିପାଇଁ ମିଳିତ ଉଦ୍ୟମରେ ପାଟ୍ରୋଲିଂ କରାଯାଉଛି । ଆଇନ ଉଲ୍ଲଂଘନକାରୀଙ୍କୁ ତାଙ୍କୁ ଧରାଯାଉଛି  । ବର୍ତ୍ତମାନ ସୁଦ୍ଧା ୫ଟି ବୋଟ୍ ସିଜ୍ କରାଯାଉଛି । ଆଇନ ଅନୁଯାୟୀ ଆକ୍ସନ ନିଆଯାଉଛି ।" 

ଅଲିଭ ରିଡେଲ କଇଁଛଙ୍କ ଆଗମନ ଯୋଗୁଁ ସାମୁଦ୍ରରୁ ମାଛଧରା ଉପରେ ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ନଭେମ୍ବର ପହିଲାରୁ କଟକଣା ଜାରି କରାଯାଇଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details