ସ୍ୟାଣ୍ଡ ଆନିମେସନରେ ମା’ ଦୁର୍ଗା - SAND ANIMATION
Published : Oct 9, 2024, 5:16 PM IST
ବ୍ରହ୍ମପୁର: ଶାରଦୀୟ ଦୁର୍ଗାପୂଜାକୁ ନେଇ ମା' ଦୁର୍ଗାଙ୍କ ସ୍ୟାଣ୍ଡ୍ ଆନିମେସନ୍ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ନବରାତ୍ର ପୂଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏହି ଅବସରରେ ବାଲୁକା ଶିଳ୍ପୀ ସତ୍ୟ ମହାରଣା ମା' ଦୁର୍ଗାଙ୍କ ରୂପକୁ ସ୍ୟାଣ୍ଡ୍ ଆନିମେସନ ମାଧ୍ୟମରେ ସ୍ଥାନିତ କରିଛନ୍ତି । ଏପରିକି ସେ ପ୍ରଥମଥର ପାଇଁ କଲର ବ୍ୟବହାର କରି ସାଣ୍ଡ୍ ଆନିମେସନରେ ଦୁର୍ଗାଙ୍କ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ଚଳିତ ଥର ସତ୍ୟ ପ୍ରସ୍ତୁତ କରିଥିବା ମା' ଦୁର୍ଗାଙ୍କ ମୁଖମଣ୍ଡଳ, ନାରୀକୁ ସମ୍ମାନ ଦେବା, ଶିଶୁଙ୍କୁ ଭଲ ପାଇବା, ନାରୀଙ୍କୁ ମାତୃ ରୂପରେ ପୂଜା କରିବା ଭଳି ବାର୍ତ୍ତା ପ୍ରଦାନ କରିଥିବା କହିଛନ୍ତି । ଏହାକୁ ପ୍ରସ୍ତୁତ କରିବାକୁ ସତ୍ୟଙ୍କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିବା ବେଳେ ସେ ୨ ମିନିଟ୍ ୨୭ ସେକେଣ୍ଡର ଭିଡିଓ ପ୍ରସ୍ତୁତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, ଗୋଷାଣୀ ରୂପେ ପୂଜା ପାଆନ୍ତି ମା' ଦୁର୍ଗା ଏହା ମଧ୍ୟ ପଢ଼ନ୍ତୁ...ଦୂର୍ଗାପୂଜାରେ ଝଲସିବ ଝାରସୁଗୁଡ଼ା, ଶୋଭା ପାଇବ ଆଖି ଲାଖିଯିବା ପରି ତୋରଣ |
ଇଟିଭି ଭାରତ, ବ୍ରହ୍ମପୁର