ଓଡିଶା

odisha

ETV Bharat / videos

କୁନି ଝିଅ ହାତରେ ମୋଦିଙ୍କ ଫଟୋଚିତ୍ର, ଗିଫ୍ଟ ଦେବା ପାଇଁ ଦୌଡ଼ି ଆସିଛନ୍ତି ଭୁବନେଶ୍ବର - PM Modi Road Show

By ETV Bharat Odisha Team

Published : May 10, 2024, 10:14 PM IST

PM Modi Road Show: ଭୁବନେଶ୍ବର: ମୋଦିଙ୍କୁ ଫଟୋ ଦେବେ କୁନି ଝିଅ । ନିଜେ ପେନସିଲରେ ପ୍ରସ୍ତୁତ କରିଛନ୍ତି ବୈଷ୍ଣବୀ । ଏହି ଫଟୋ ଚିତ୍ରକୁ ବନାଇବା ପାଇଁ ୨-୩ ଦିନ ସମୟ ଲାଗିଛି । ତେବେ ବୈଷ୍ଣବୀ ୭ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଚିତ୍ରକଳାରେ ରୁଚି ରଖିଛନ୍ତି ସେ । ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ରୋଡ ସୋ' କରିବା ସମୟରେ ତାଙ୍କୁ ଗିଫ୍ଟ କରିବା ପାଇଁ ଚନ୍ଦକାରୁ ଭୁବନେଶ୍ବର ଆସିଛନ୍ତି କୁନି ଝିଅ । ୭ମ ଶ୍ରେଣୀରେ ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢ଼ୁଛନ୍ତି ବୈଷ୍ଣବୀ ବଡ଼ଜେନା । ଛୋଟ ସମୟରୁ ଚିତ୍ରକଳା ଉପରେ ରୁଚି ରଖିଥିବାବେଳେ ଅନେକ ଚିତ୍ର ପଟ୍ଟଚିତ୍ର କରିଛନ୍ତି । ବିଭିନ୍ନ ସ୍ଥାନରୁ ଆୱାର୍ଡ଼ ମଧ୍ୟ ପାଇଛନ୍ତି । ତେବେ ବୈଷ୍ଣବୀ କହିଛନ୍ତି ଯେ, ସେ ମୋଦିଙ୍କୁ ଭେଟିବା ପରେ ନମସ୍କାର ଜଣାଇବା ସହ ଜୟ ଶ୍ରୀରାମ କହିବେ । ଏହାସହ ଯଦି ସୁଯୋଗ ମିଳେ ତେବେ କଥା ମଧ୍ୟ ହେବେ ।  

ଏହା ମଧ୍ୟ ପଢ଼ନ୍ତୁ...ମୋଦିମୟ ରାଜଧାନୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ’ - Modi Arrives In Bhubaneswar

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details