ଓଡିଶା

odisha

ETV Bharat / videos

ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ, ମନମୋହିଲା ଫ୍ୟୁଜନ ଡ୍ୟାନ୍ସ - SAMBALPUR LOK MAHOTSAV

By ETV Bharat Odisha Team

Published : Jan 5, 2025, 4:45 PM IST

ସମ୍ବଲପୁର: ଆରମ୍ଭ ହୋଇଯାଇଛି ୨୭ ତମ ସମ୍ବଲପୁର ଲୋକ ମହୋତ୍ସବ । ଲୋକଗୀତର କାର୍ଯ୍ୟକ୍ରମରେ କମ୍ପିଲା ସମ୍ବଲପୁର ଜିଲ୍ଲା । ଫ୍ୟୁଜନ ନୃତ୍ୟ ପରିବେଷଣ କଲେ ବିଭିନ୍ନ ରାଜ୍ୟର ନୃତ୍ୟଶିଳ୍ପୀ । ମଞ୍ଚରେ ଆସାମର ବଡୋ, ପୁରୀର ଗୋଟିପୁଅ, ସିକ୍କିମର ନେପାଳୁ ନାଚ, ସମ୍ବଲପୁର ଉକିଆ ଅନୁଷ୍ଠାନର ପରଭା ନାଚ, ଆସାମର ବିହୁ, ମହାରାଷ୍ଟ୍ରର ଲାବଣୀ, ରାୟଗଡାର ଢେମସା ନୃତ୍ୟ,ଗୁଜୁରାଟର ସିଦ୍ଧିଧମାଲ ଓ ଶେଷରେ ଝାଡଖଣ୍ଡ ପୁରୁଲିଆର ଛଉ ନୃତ୍ୟ ପରିବେଶିତ ହୋଇଥିଲା । 

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇ ଚିତ୍ରକଳା ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିଥିଲେ । ଲୋକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ମଞ୍ଚ ପୂଜା କରିବା ପରେ ଲୋକଗୀତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ପଦ୍ମଲୋଚନ ଦାଶଙ୍କ ସଂଯୋଜନାରେ ଦିଲୀପ ବାଗ ମା’ସମଲେଇ ଜଗତ ଜନନୀ, ଶ୍ରୀଜା ଦାଶ ରତନ କୁମାର ପୂଜାରୀଙ୍କ ଲିଖିତ କୃଷ୍ଣଗୁରୁ ଭଜନ,ଅରୁଣ ରାଜହଂସ ନଚନିଆ ଗୀତ ପରିବେଷଣ କରିଥିଲେ । ଲୁପ୍ତପ୍ରାୟ ଲୋକବାଦ୍ୟ ଓ ଲୋକ ନୃତ୍ୟର ଉଦ୍ଧାର ଲକ୍ଷ୍ୟ ନେଇ ଶନିବାର ଆରମ୍ଭ ହୋଇଛି ୨୭ ତମ ସମ୍ବଲପୁର ଲୋକ ମହୋତ୍ସବ ।  

ଏହା ମଧ୍ୟ ପଢନ୍ତୁ-'ପରବ' ପ୍ରସ୍ତୁତି ଜୋରଦାର, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ - PARAB FESTIVAL PREPARATION

ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ''କଳା ସଂସ୍କୃତି ଜାତି ଓ ଦେଶକୁ ଏକ କରେ । ଏହି କଳା ସଂସ୍କୃତି ହିଁ ଆମର ପୁଞ୍ଜି ଅଟେ ଯାହାକୁ ନେଇ ଆମେ ଆଗକୁ ବଢି ପାରିବା । '' ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଲୋକ ସଂସ୍କୃତିର ପେଣ୍ଠସ୍ଥଳୀ ସମ୍ବଲପୁର । ନାଚ, ଗୀତ, ନବାନ୍ନ, ଶୀତଳଷଷ୍ଠୀ ଯାତ୍ରା ହେଉ ସବୁଠି ଲୋକ ସଂସ୍କୃତିର ଛାପ ଅଛି । ସମ୍ବଲପୁର ଅଞ୍ଚଳର ସମସ୍ତ ଉତ୍ସବ ମହୋତ୍ସବ ଅଟେ। ଏଠାକାର ରଙ୍ଗବତୀର ବିକଳ୍ପ ନାହିଁ । ଏହା ଏହି ଅଞ୍ଚଳର ପରିଚୟ ବହନ କରେ । ଡବଲ ଇଞ୍ଜିନ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ବିକାଶକୁ ବହୁତ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ସ୍ଥାନୀୟ ଲୋକଙ୍କୁ ନେଇ ପିଏଚଡି ପଡିଆର ବିକାଶ, ହୀରାକୁଦ ବନ୍ଧ ଓ କେନାଲର ମରାମତି କାର୍ଯ୍ୟ ସମେତ ରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନାର ସଫଳତା ଯୋଗୁଁ ଚାଷୀଙ୍କୁ  କ୍ବିଣ୍ଟାଲ ପିଛା ମୂଲ୍ୟର ବର୍ଦ୍ଧନ ଆଦି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ।  

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details