ଓଡିଶା

odisha

ETV Bharat / videos

ଆଖୁ କିଆରୀରୁ ୧୨ ଫୁଟିଆ ଅଜଗର ଉଦ୍ଧାର

By ETV Bharat Odisha Team

Published : Feb 16, 2024, 8:02 AM IST

Python Rescued: ଢେଙ୍କାନାଳ: ଆଖୁ କିଆରୀରେ ୧୨ ଫୁଟିଆ ଅଜଗର । ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅନ୍ତର୍ଗତ ପଳାସପିଠିଆ ଗ୍ରାମ ଡମଶାଳ ନାଳ ନିକଟ ଆଖୁ କିଆରୀରୁ ବାର ଫୁଟିଆ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ପଳାସପିଠିଆ ଗ୍ରାମର ନରେଶ ବାହାଲିଆଙ୍କ ଆଖୁ କିଆରୀରେ ଶୋଇଥିବାର ଦେଖିବାକୁ ମିଳିଥିଲା । ଏବେ ଆଖୁ ଅମଳ ଆରମ୍ଭ ହୋଇଥିବାବେଳେ ଶ୍ରମିକମାନେ ଆଖୁ କାଟୁଥିବା ସମୟରେ ସାପ ଶୋଇଥିବାର ଦେଖିଥିଲେ । ସାପକୁ ଦେଖି ଭୟଭୀତ ହୋଇ ଆଖୁ କିଆରୀ ମାଲିକକୁ ଖବର ଦେଇଥିଲେ l ମାଲିକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ସାପ ଧରାଳୀ ବିକାଶ ଜେନାଙ୍କୁ ଖବର କରିଥିଲେ । ସାପ ଧରାଳୀ ଓ ତାଙ୍କ ସାଥି ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ । ତେବେ ସାପଟିର ଓଜନ 20 କେଜିରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତାକୁ ଉଦ୍ଧାର କରି ଯମୁନାକୋଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଛଡାଯାଇଛି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details