ହାଇଦ୍ରାବାଦ:ଲୋକପ୍ରିୟ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ (Zomato) ଭାରତୀୟ ରେଳବାଇ ଆଇଆରସିଟିସି ସହିତ ଏକ ଖାସ ପାର୍ଟନରସିପ କରିଛି । ଏହି ପାର୍ଟନରସିପ ଯୋଗୁଁ ଏବେ ଗ୍ରାହକ ରେଳ ଯାତ୍ରା କରିବା ସମୟରେ ଟ୍ରେନ ଭିତରେ ବସି ନିଜ ମନ ପସନ୍ଦର ଖାଦ୍ୟ ଅର୍ଡର କରିପାରିବେ । ଜୋମାଟୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରା ସମୟରେ ଟ୍ରେନରେ ଖାଦ୍ୟ ଅର୍ଡର କରିବା ପରେ ଧାର୍ଯ୍ୟ ଷ୍ଟେସନରେ ଆପଣଙ୍କ କୋଚରେ ଖାଦ୍ୟ ଡେଲିଭର୍ ହୋଇଯିବ ।
ଏ ସମ୍ପର୍କରେ ଜୋମାଟୋ ସିଇଓ ଡିପିନ୍ଦର ଗୋୟଲ କହିଛନ୍ତି ଯେ ଆଇଆରସିଟିସି ସହ କମ୍ପାନୀ ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ କରିଛି । ଏହି ଜୋମାଟୋ-ଫୁଡ୍ ଡେଲିଭରି ଇନ୍ ଟ୍ରେନ୍ (Zomato-Food Delivery In Train) ସହଯୋଗରେ ଖାଦ୍ୟ କୋଚରେ ଥିବା ଉପଭୋକ୍ତାମାନଙ୍କୁ ସିଧାସଳଖ ପହଞ୍ଚିବ । ଏପରି ପରିସ୍ଥିତିରେ ଯଦି ଉପଭୋକ୍ତାମାନେ ଯେକୌଣସି ସହରରୁ କୌଣସି ବିଶେଷ ଖାଦ୍ୟ ଅର୍ଡର କରିବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ସହଜରେ କରିପାରିବେ। 100ରୁ ଅଧିକ ରେଳ ଷ୍ଟେସନରେ ଉପଲବ୍ଧ ଏହି ସୁବିଧା ସହିତ ପ୍ଲାଟଫର୍ମ 10 ଲକ୍ଷରୁ ଅଧିକ ଅର୍ଡର ପ୍ରଦାନ କରିଛି ବୋଲି ସେ ଦାବି କରିଛନ୍ତି ।
Zomato CEOଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା:-