ଓଡିଶା

odisha

ETV Bharat / technology

ବର୍ଷ 2024ରେ ଭାରତରେ ଏଣ୍ଟ୍ରି ମାରିଲା ଏହି SUVs; ଦେଖନ୍ତୁ ଟପ୍‌-10 ଲିଷ୍ଟ - YEARENDER 2024

ବର୍ଷ 2024ରେ ଅନେକ SUVs ଭାରତୀୟ ବଜାରରେ ପ୍ରବେଶ କରିଛନ୍ତି । ଏହି ତାଲିକାରେ କିଛି ଦେଶୀ ସହ ବିଦେଶୀ କମ୍ପାନୀ ମଧ୍ୟ ରହିଛି । ଦେଖନ୍ତୁ ଟପ୍‌-10 ତାଲିକା

Big SUVs launches in 2024
Big SUVs launches in 2024 (ETV Bharat Graphics)

By ETV Bharat Tech Team

Published : Dec 31, 2024, 3:09 PM IST

ହାଇଦ୍ରାବାଦ:ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ବଜାରରେ SUVsର ଚାହିଦା ବୃଦ୍ଧି ପାଇଛି । ଭାରତବାସୀ ଏସୟୁଭିକୁ ବେଶ ପସନ୍ଦ କରିଛନ୍ତି । ଗ୍ରାହକଙ୍କ ରୁଚିକୁ ଦେଖି କାର ନିର୍ମାତା କମ୍ପାନୀଗୁଡ଼ିକ ମଧ୍ୟ 2024ରେ ଅନେକ ଏସୟୁଭି କାରକୁ ଭାରତରେ ଲଞ୍ଚ କରିଛନ୍ତି । ବର୍ଷ 2024 ବିଦାୟ ନେବାକୁ ଥିବା ବେଳେ ଏହି ବର୍ଷ କେଉଁ ଏସୟୁଭି ଲଞ୍ଚ ହୋଇଛି, ତାହା ଉପରେ ଏକ ନଜର ପକାଇବା ।

1. Tata Curvv

Tata Curvv (Photo - Tata Motors)

ସ୍ବଦେଶୀ କାର ନିର୍ମାତା ଟାଟା ମୋଟର୍ସ ଏହାର ଟାଟା କର୍ଭକୁ ଅଗଷ୍ଟ 7, 2024ରେ ଭାରତୀୟ ବଜାରରେ ଲଞ୍ଚ କରିଥିଲା । କମ୍ପାନୀ ଏହାର ଦାମ 10ଲକ୍ଷରୁ 19 ଲକ୍ଷ ଟଙ୍କା ମଧ୍ୟରେ ରଖିଛି । Tata Curvvର ବେସ୍‌ ଭାରିଏଣ୍ଟରେ କେବଳ 6ଟି ଏୟାରବ୍ୟାଗ ଏବଂ ଇଏସପି ପରି ସୁରକ୍ଷା ଫିଚର ପ୍ରଦାନ କରାଯାଇଛି ।

2. Toyota Urban Cruiser Taisor

Toyota Taisor (Photo - Toyota Kirloskar)

ଜାପାନର କାର ନିର୍ମାତା 3 ଏପ୍ରିଲ 2024ରେ ଭାରତରେ Toyota Urban Cruiser Taisor ଲଞ୍ଚ କରିଥିଲା । ଏହା Maruti Suzuki Fronxର ପୁନଃ ପ୍ରକାଶିତ ସଂସ୍କରଣ ଯାହା ବେସ୍ ଭାରିଏଣ୍ଟ ଅପେକ୍ଷା ଟିକେ ଅଧିକ ମୂଲ୍ୟର ଟ୍ୟାଗ୍ ସହିତ ଲଞ୍ଚ ହୋଇଛି । ଏହାର ଡିଜାଇନ ସାମାନ୍ୟ ଭିନ୍ନ ଏବଂ ଏହା ପେଟ୍ରୋଲ୍-ସିଏନଜି ଭାରିଏଣ୍ଟ ସହିତ ଆସିଥାଏ । ଏଥିରେ କମ୍ପାନୀ ଅନେକ ଫିଚର ଦେଇଛି, ଯେଉଁଥିପାଇଁ ଏହା ସିଟି ଡ୍ରାଇଭିଂ ଏବଂ ଆରାମଦାୟକ ହାଇୱେ କ୍ରୁଜର ଭାବରେ ବ୍ୟବହାର କରାଯାଇପାରିବ ।

3. Mahindra Thar 5-Door

Mahindra Thar Roxx (Photo - Mahindra & Mahindra)

Mahindra Thar Roxx ନାମକ ମହିନ୍ଦ୍ରା ଥର୍‌ର 5 ଡୋର ଏଡିସନ ଭାରତରେ 15 ଅଗଷ୍ଟ 2024ରେ ଲଞ୍ଚ କରାଯାଇଥିଲା । ଏହି ଏସୟୁଭିର ପ୍ରାରମ୍ଭିକ ମୂଲ୍ୟ ହେଉଛି 12.99 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) । ଏଥିରେ କଳା ଏବଂ ଧଳା ରଙ୍ଗରେ ଡୁଆଲ୍ ଟୋନ୍ ଇଣ୍ଟିରିଅର୍ ଅଛି । କାରରେ ଉପଲବ୍ଧ ଫିଚରଗୁଡିକ ବିଷୟରେ କହିବାକୁ ଗଲେ ଏଥିରେ ଦୁଇଟି 10.25-ଇଞ୍ଚ ଡିସପ୍ଲେ, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏବଂ ଅଟୋ ଏସି ଭଳି ଫିଚର ଅଛି ।

4. Mahindra 3XO

Mahindra 3XO (Photo - Mahindra & Mahindra)

ସ୍ବଦେଶୀ ଏସୟୁଭି ନିର୍ମାତା ମହିନ୍ଦ୍ରା କମ୍ପାନୀ ଏପ୍ରିଲ୍ 29, 2024ରେ XUV 3XO ଲଞ୍ଚ କରିଥିଲା, ଯାହା ମୂଳତଃ ମହିନ୍ଦ୍ରା XUV300ର ଏକ ଫେସେଲିଫ୍ଟ ବା ଅପଡେଟେଡ୍‌ ଭର୍ସନ । ଏହାର ପ୍ରାରମ୍ଭିକ ମୂଲ୍ୟ 7.49 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ୍) ରହିଛି । ମହିନ୍ଦ୍ରା 3XOରେ ଅନେକ ଅପଡେଟ ଦିଆଯାଇଛି । ଏଥିରେ ଏକ ନୂଆ କ୍ୟାବିନ, ଭରପୂର ଫିଚର ଏଡିସନ ଏବଂ ଏକ ଅପଡେଟେଡ ଅଟୋମେଟିକ ଗିଅରବକ୍ସକୁ ଅନ୍ତର୍ଭୁକ୍ତ ।

5. Force Gurkha 5-Door

Force Gurkha 5-Door (Photo - Force Motor)

2024 ଫୋର୍ସ ଗୁରଖା 5-ଡୋର ଭାରତରେ 2 ମେ 2024ରେ ଲଞ୍ଚ କରାଯାଇଥିଲା । ଏହାର ମୂଲ୍ୟ 3-ଡୋର ମଡେଲ ପାଇଁ 16.75 ଲକ୍ଷ (ଏକ୍ସ-ଶୋ’ରୁମ୍) ହୋଇଥିବା ବେଳେ 5-ଡୋର ମଡେଲ୍ ପାଇଁ 18 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ରହିଛି । ଏଥିରେ 7ଜଣଙ୍କ ଲାଗି ବସିବା ସୁବିଧା ରହିଛି ।

6. Mercedes-Benz GLA Facelift

Mercedes-Benz GLA (Photo - Mercedes-Benz India)

ବିଳାସପୂର୍ଣ୍ଣ କାର ନିର୍ମାତା ମର୍ସିଡିଜ୍-ବେଞ୍ଜ୍ ମଧ୍ୟ ଚଳିତ ବର୍ଷ ଭାରତରେ ଏହାର ଅପଡେଟ୍ ହୋଇଥିବା GLA SUV ଲଞ୍ଚ କରିଥିଲା । ଏହି କାରକୁ କିଛି ଛୋଟ କସମେଟିକ୍‌ ପରିବର୍ତ୍ତନ ଏବଂ ଅଧିକ ଟେକନିକ୍‌ ଫିଚର ସହିତ ଲଞ୍ଚ କରାଯାଇଛି । କମ୍ପାନୀ ଏହି କାରର ପ୍ରାରମ୍ଭିକ ମୂଲ୍ୟ 50.50 ଲକ୍ଷ (ଏକ୍ସ-ଶୋ’ରୁମ୍, ଭାରତ) ସହିତ ଭାରତରେ ବିକ୍ରି କରୁଛି । ଏଥିରେ ତିନୋଟି ଟ୍ରିମ୍ ଉପଲବ୍ଧ, ସେଗୁଡ଼ିକ ହେଉଛି - GLA 200, GLA 220d 4Matic ଏବଂ GLA 220d 4Matic AMG Line । ଏଥିରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଅପସନ ରହିଛି । ଟପ୍-ସ୍ପେକ୍ ଭାରିଏଣ୍ଟର ମୂଲ୍ୟ 58.15 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ରହିଛି ।

7. Audi Q8 Facelift

Audi Q8 (Photo - Audi India)

ଅଡି ଇଣ୍ଡିଆ ଅଗଷ୍ଟ 22ରେ ଫେସେଲିଫଟେଡ୍ ଅଡି Q8 ଲଞ୍ଚ କରିଥିଲା, ଯାହାର ମୂଲ୍ୟ 1.17 କୋଟି ଟଙ୍କା (ଏକ୍ସ-ଶୋ’ରୁମ୍) ରହିଛି । ଯାନ୍ତ୍ରିକ ଦୃଷ୍ଟିକୋଣରୁ ଅପଡେଟ ହୋଇଥିବା ଅଡି Q8 ପୂର୍ବ ପରି ସମାନ ରହିଛି । ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ଯେପରିକି ଫ୍ରଣ୍ଟ୍ ଗ୍ରୀଲ୍ ଏବଂ ନୂତନ ଭାବରେ ଡିଜାଇନ ହୋଇଥିବା ବମ୍ପର ବ୍ୟବହୃତ ହୋଇଛି । ଏହା ବ୍ୟତୀତ ରିଅର LED ଟେଲ୍‌ ଲ୍ୟାମ୍ପରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ଏହା ବ୍ୟତୀତ 2024 ଅଡି Q8ରେ ଲେଜର ଆସିଷ୍ଟାଣ୍ଟ ସହିତ HD ମ୍ୟାଟ୍ରିକ୍ସ ଏଲଇଡି ହେଡଲାଇଟ୍ ଦିଆଯାଇଛି ।

8. Range Rover Evoque Facelift

Range Rover Evoque (Photo - Land Rover)

2024 ରେଞ୍ଜ ରୋଭର ଇଭୋକକୁ 30 ଜାନୁଆରୀ 2024ରେ ଭାରତରେ ଲଞ୍ଚ କରାଯାଇଥିଲା । କମ୍ପାନୀ ଏହି କାରକୁ 67.90 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ) ଦାମରେ ଲଞ୍ଚ କରାଯାଇଛି । ଏହି କାରଟି ଦୁଇଟି ଇଞ୍ଜିନ ଅପସନ ସହିତ ଲଞ୍ଚ କରାଯାଇଛି । ଏହି 5-ସିଟ୍ ବିଶିଷ୍ଟ ବିଳାସପୂର୍ଣ୍ଣ ଏସୟୁଭି 5ଟି ଏକ୍ସଟିରିଅର ପେଣ୍ଟ ସେଡ୍‌ରେ ଉପଲବ୍ଧ ।

9. Nissan X-Trail (ଚତୁର୍ଥ ଜେନେରେସନ)

Nissan X-Trail (Photo - Nissan India)

ଚତୁର୍ଥ ପିଢିର Nissan X-Trailକୁ ଭାରତରେ ଅଗଷ୍ଟ 1, 2024ରେ ଲଞ୍ଚ କରାଯାଇଥିଲା । କମ୍ପାନୀ ଏହି କାରକୁ ପ୍ରାରମ୍ଭିକ ମୂଲ୍ୟ 49.92 ଲକ୍ଷ (ଏକ୍ସ-ଶୋ'ରୁମ୍)ରେ ବିକ୍ରି କରୁଛି । ଏଥିରେ ଇଞ୍ଜିନ କମ୍ପାର୍ଟମେଣ୍ଟରେ ବାୟୁ ଭେଣ୍ଟିଲେସନ୍ ନିୟନ୍ତ୍ରଣ କରିବା ପାଇଁ ଏକ ସକ୍ରିୟ ଗ୍ରୀଲ୍ ସଟର, ସ୍ବତନ୍ତ୍ର A-ପିଲାର ଆକୃତି, ଗାଡି ତଳେ ବାୟୁ ଭେଣ୍ଟିଲେସନ୍ ପରିଚାଳନା ପାଇଁ ଏକ ଅଣ୍ଡର କଭର ଦିଆଯାଇଛି । ଯାହାକି କାରର ସାମ୍ନା ପର୍ଯ୍ୟନ୍ତ ଏୟାର ଭେଣ୍ଟିଲେସନ ସଠିକ ଭାବେ କରିଥାଏ ।

10. MINI Countryman E (ତୃତୀୟ ଜେନେରେସନ)

MINI Countryman Electric (Photo - MINI India)

24 ଜୁଲାଇ 2024ରେ ଭାରତରେ MINI Countryman E ଏବଂ Cooper S ଲଞ୍ଚ ହୋଇଥିଲା । କମ୍ପାନୀ ଏହି କାରର ଆକାର ବୃଦ୍ଧି କରିଛି, ଯେଉଁଥିପାଇଁ ଏହାର କ୍ୟାବିନ ସ୍ଥାନ ମଧ୍ୟ ବୃଦ୍ଧି ପାଇଛି । କାର ପଛ ଭାଗକୁ 130 ମିଲିମିଟର ଅତିରିକ୍ତ ଲେଗରୁମ୍ ମିଳିଥାଏ । କାରର ପଛ ସିଟରେ ବ୍ୟାକରେଷ୍ଟକୁ 6 ସ୍ଥିତିରେ 12 ଡିଗ୍ରୀ ପର୍ଯ୍ୟନ୍ତ ଆଡଜଷ୍ଟ କରାଯାଇପାରିବ ଏବଂ ଏହାର ବୁଟ୍ ସ୍ପେସ୍ 460 ଲିଟର ରହିଛି । କମ୍ପାନୀ 5 ସିଟ୍ ବିଶିଷ୍ଟ MINI କଣ୍ଟିମ୍ୟାନ୍‌ ଇଲେକଟ୍ରିକ୍‌କୁ ପ୍ରାରମ୍ଭିକ ମୂଲ୍ୟ 54.90 ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ରେ ବିକ୍ରି କରୁଛି ।

ଏହା ବି ପଢନ୍ତୁ
  1. ବର୍ଷ 2024ର ଟପ୍‌ ଇଲେକଟ୍ରିକ କାର୍‌; ଦିଏ 400KMରୁ ଅଧିକ ରେଞ୍ଜ
  2. 2024ରେ ବଡ଼ ଟେକ୍‌ ଓ ସାଇବର ଅପରାଧ; ଠକାମିର ଶିକାର ହେଲେ ଲକ୍ଷ ଲକ୍ଷ ଲୋକ
  3. 2024ର ଟପ୍‌ ଫ୍ଲାଗସିପ୍‌ ସ୍ମାର୍ଟଫୋନ; ପାୱାର ଓ ସ୍ପିଡରେ ସବୁଠୁ ଖାସ, ଦେଖନ୍ତୁ ତାଲିକା

ABOUT THE AUTHOR

...view details