ହାଇଦ୍ରାବାଦ: ସମ୍ପ୍ରତି ଭାରତ ସମେତ ଅଧିକାଂଶ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି । କାରଣ ଯୁବବର୍ଗ ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କୁ ଚାକିରି ଖଣ୍ଡିଏ ମିଳୁନାହିଁ । ଭାରତରେ ଏପରି ଅନେକ ବେକାରୀଙ୍କ ସମତେ ନୂଆ ଚାକିରି ଅନ୍ବେଷଣରେ ଥିବା ବ୍ୟକ୍ତିବିଶେଷ ରହିଛନ୍ତି, ଯେଉଁମାନଙ୍କୁ ଚାକିରି ଲାଗି ନାକେଦମ ହେବାକୁ ପଡୁଛି । ଲିଙ୍କଡଇନ୍ ଏପରି ଏକ ପ୍ଲାଟଫର୍ମ, ଯାହାକି ଲୋକଙ୍କୁ ଚାକିରି ଖୋଜିବା ଦିଗରେ ସାହାଯ୍ୟ କରିଛି ସତ ତଥାପି ଲୋକଙ୍କୁ ନୂଆ ଚାକିରି ଲାଗି ସଂଘର୍ଷ କରିବାକୁ ପଡୁଛି । ଏବେ ଲିଙ୍କଡଇନ୍ ଚାକିରି ଖୋଜିବା ଲାଗି କୃତ୍ରିମ ବୃଦ୍ଧିମତା (AI)ର ଉପଯୋଗ କରିଛି । ଏଥିଲାଗି ଆଣିଛି ନୂଆ ଫିଚର 'AI Job Match' ।
କଣ 'AI ଜବ୍ ମ୍ୟାଚ୍ ଫିଚର' ?
ଲିଙ୍କଡଇନ୍ର ଏହି ଏଆଇ ଫିଚର ନାଁ ରହିଛି ଏଆଇ ଜବ୍ ମ୍ୟାଚ୍ । ଏହି ଫିଚରକୁ ବ୍ୟବହାର କରି ଲୋକେ ନିଜ ପସନ୍ଦର ଚାକିରି ଖୋଜିବା ପ୍ରକ୍ରିୟା ସହଜ ହେବ । ଏଯାବତ ଲିଙ୍କଡଇନ୍ରେ ୟୁଜର ଚାକିରି ଖୋଜିବା ଲାଗି ସ୍ବୟଂଚାଳିତ ଭାବେ କି-ୱାର୍ଡ ମାଧ୍ୟମରେ ସର୍ଚ୍ଚ କରୁଥିଲେ । ଯାହାଦ୍ବାରା ସେମାନଙ୍କୁ ନିଜ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ଚାକିରି ମିଳିପାରିବ । ଏବେ ୟୁଜରଙ୍କୁ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଏହି ଏଆଇ ଫିଚର ୟୁଜରଙ୍କ ପ୍ରଫେସନାଲ୍ ଏକ୍ସପିରଏନ୍ସ ଯାଞ୍ଚ କରିବ ଓ ଏହାର ତୁଳନା ଜବ୍ କ୍ବାଲିଫିକେସନ ସହିତ କରିବ ।
ପୂର୍ବରୁ ଯେତେବେଳେ ୟୁଜର ସଠିକ କି-ୱାର୍ଡର ବ୍ୟବହାର କରିପାରୁନଥିଲେ ସେମାନଙ୍କୁ ସେମାନଙ୍କ ବିଭାଗୀୟ ଚାକିରି ଦୃଶ୍ୟମାନ ହେଉନଥିଲା । କିନ୍ତୁ ଏହି ଫିଚର ସ୍ବୟଂଚାଳିତ ଭାବେ ୟୁଜରଙ୍କ ପ୍ରୋଫାଇଲକୁ ଯାଞ୍ଚ କରିବ ଓ ନିଯୁକ୍ତିଦାତାଙ୍କ ଚାକିରି କରିବା ଲାଗି ଯୋଗ୍ୟତା ସହ ମ୍ୟାଚ୍ କରାଇବ । ଏହାପରେ ଆପଣ ନୂଆ ଚାକିରିର ଅଫର ଦେଖିପାରିବେ । ଏହି ଏଆଇ ଫିଚର ମାଧ୍ୟମରେ ୟୁଜର ନିଜ ଫିଲ୍ଡର ଚାକିରି ପାଇପାରିବେ ।
କିପରି କାମ କରିବ ଏହି ଫିଚର ?
- ଯଦି ଏଆଇ ଫିଚରକୁ ଲାଗିବ ଆପଣ ଉକ୍ତ ରୋଲ୍ ଲାଗି ଉପଯୁକ୍ତ ବ୍ୟକ୍ତି ତେବେ ଏହା ଆପଣଙ୍କୁ ଚାକିରି ଆବେଦନ ଲାଗି ପରାମର୍ଶ ଦେବ । ଯଦି ଆପଣ ସଠିକ ବ୍ୟକ୍ତି ନୁହେଁ, ତେବେ ଉକ୍ତ ଚାକିରି ଲାଗି ଆବେଦନ ନ କରିବାକୁ ପରାମର୍ଶ ମଧ୍ୟ ଦେବ ।
- ଏଆଇ ଜବ୍ ମ୍ୟାଚ ଫିଚର ଆପଣଙ୍କୁ ଜବ୍ ଲିଷ୍ଟିଂ ସହିତ ଜବ୍ ସମରି ସେୟାର କରିବ । ଏହା ଆପଣଙ୍କୁ ବିସ୍ତୃତ ଭାବରେ ବୁଝାଇବ ଯେ ଆପଣଙ୍କ ପ୍ରୋଫାଇଲ ଉକ୍ତ ଚାକିରି ସହିତ କେତେ ମାତ୍ରାରେ ମେଳ ଖାଉଛି । ଫଳରେ ଆପଣଙ୍କୁ ନୂଆ ଚାକିରି ଖୋଜିବାରେ କମ ସମୟ ଲାଗିବ ।
- ଏହା ବ୍ୟତୀତ ଆପଣଙ୍କ ନିକଟରେ ଯଦି ଲିଙ୍କଡଇନର ପ୍ରିମିୟମ ସବସ୍କ୍ରିପସନ ଅଛି, ତେବେ ଆପଣଙ୍କୁ ଚାକିରି ସମ୍ବନ୍ଧୀୟ ବିସ୍ତୃତ ସୂଚନା ମିଳିବ ।
- ଏହିପରି ଭାବରେ ଲିଙ୍କଡଇନ୍ର ଏଆଇ ଫିଚର ଲୋକଙ୍କୁ ଚାକିରି ଖୋଜିବାରେ ସାହାଯ୍ୟ ପ୍ରଦାନ କରିବ ।