ETV Bharat / state

ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ମହାସମାବେଶ, ଚେତାବନୀ ଦେଲା BJD - GANDHAMARDAN BACHAO MOVEMENT

56 ଦିନରେ 'ଗନ୍ଧମାର୍ଦ୍ଦନ ବଞ୍ଚାଅ' ଆନ୍ଦୋଳନ । ପର୍ବତର ସୁରକ୍ଷା ଦାବି କଲେ ଆନ୍ଦୋଳନକାରୀ । ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲା ବିଜେଡି ।

Gandhamardan Bachao Andolan
Gandhamardan Bachao Andolan (ETV Bharat Odisha)
author img

By ETV Bharat Odisha Team

Published : Jan 20, 2025, 5:54 PM IST

ବଲାଙ୍ଗୀର: ତୀବ୍ର ହେବାରେ ଲାଗିଛି 'ଗନ୍ଧମାର୍ଦ୍ଧନ ବଞ୍ଚାଅ' ଆନ୍ଦୋଳନ । ବିଭିନ୍ନ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଜି ଦୀର୍ଘ 56 ଦିନରେ ପହଞ୍ଚିଛି । ଆଜି ଆୟୋଜିତ ମହାସମାବେଶରେ ବରଗଡ଼ ଓ ବଲାଙ୍ଗୀରର ଏକାଧିକ ସଂଗଠନ ସାମିଲ ହୋଇଥିବା ବେଳେ ବିରୋଧୀ ‘ବିଜେଡି’ ମଧ୍ୟ ଏଥିରେ ଲମ୍ଫ ମାରିଛି ।

  • ସୁରକ୍ଷା ଦାବିରେ 56 ଦିନ ଧରି ଧାରଣା:

ଗନ୍ଧମାର୍ଦ୍ଧନ ପାହାଡ ତଳେ ଚାଲି ଥିବା ଅହୋରତ୍ର ଧାରଣା 56 ଦିନରେ ପହଞ୍ଚିଛି । ଏନେଇ ଆଜି ଏକ ବିଶାଳ ଜନସମାବେଶ ହୋଇଛି । ଯେଉଁଥିରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ପ୍ରାୟ ସମସ୍ତ ଛାମୁଆ ସଂଗଠନ ସହ ‘ବିଜେଡି’ର ନେତାମାନେ ସାମିଲ ହୋଇ ସ୍ବର ଉଠାଇଛନ୍ତି । ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ଓ ପର୍ଯ୍ୟଟନସ୍ଥଳ ଗନ୍ଧମାର୍ଦ୍ଧନ । ଏଠାରେ ଗଚ୍ଛିତ ଥିବା ବକ୍ସାଇଟ୍‌ ଖନନ ପାଇଁ ଆଦାନୀ କମ୍ପାନୀ ହାତକୁ ଏହାକୁ ଟେକିଦେବା ପାଇଁ ସରକାର ଯୋଜନା କରୁଥିବା ଅଭିଯୋଗ ହେବା ସହ ଏହା ବିରୋଧରେ ବିରୋଧାଭାଷ ମଧ୍ୟ ତେଜିବାରେ ଲାଗିଛି । ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଶତାଧିକ ସଂଗଠନ ସହ କୋଶଳ ରାଜ୍ୟ ସଂଗଠନ ଏପରିକି ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ବିରୋଧ କରିଛନ୍ତି ।

Gandhamardan Bachao Andolan (ETV Bharat Odisha)

‘ଗନ୍ଧମାର୍ଦ୍ଧନ ବଞ୍ଚାଅ ଯୁବ କମିଟି’ ଓ ‘ଗନ୍ଧମାର୍ଦ୍ଧନ ସୁରକ୍ଷା କମିଟି’ ପକ୍ଷରୁ ଏହି ପାହାଡ ତଳେ ଅହୋରତ୍ର ଧାରଣା ଦିଆଯାଉଛି । ବରଗଡ଼ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ପୂର୍ବତନ ବିଧାୟିକା ରୀତା ସାହୁ, ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ ମେହେର, ପ୍ରକୃତି କର୍ମୀ ପ୍ରଫୁଲ୍ଲ ସାମନ୍ତ ରାୟ ଓ କୋଶଳ ନେତା ପ୍ରମୋଦ ମିଶ୍ର ପ୍ରମୁଖ ଏହି ସମାବେଶରେ ଯୋଗ ଦେଇଥିଲେ । ସରକାର ଲିଖିତ ଭାବରେ ଗନ୍ଧମାର୍ଦ୍ଧନରେ ଖଣି ଖନନ ହେବନାହିଁ ବୋଲି ଦିଅନ୍ତୁ । ଏହାସହ ବିଧାନସଭାରେ ଏଥିପାଇଁ ସ୍ବତନ୍ତ୍ର ଆଇନ ଆଣନ୍ତୁ ବୋଲି ଏମାନେ ବାଦି କରିଛନ୍ତି ।

Gandhamardan Bachao Andolan
Gandhamardan Bachao Andolan (ETV Bharat Odisha)
Gandhamardan Bachao Andolan
Gandhamardan Bachao Andolan (ETV Bharat Odisha)
  • 'ଗନ୍ଧମାର୍ଦ୍ଦନ ଆମ ମା’'

ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି," ଗନ୍ଧମାର୍ଦ୍ଧନ ପାହାଡ ଏହି ଦୁଇ ଜିଲ୍ଲାର ଜୀବନ ଜୀବିକା । ଏହା ଆମ ମା’ । 40 ବର୍ଷ ତଳେ ସେତେବେଳର ସରକାର ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ସମାନ ଭାବରେ ଏବେ ବର୍ତ୍ତମାନ ସରକାର ଏଠାରେ ଥିବା ବକ୍ସାଇଟ ଖନନ ପାଇଁ ଆଦାନିକୁ ବିକ୍ରି କରୁଛନ୍ତି । ଏଠାକାର ସବୁ ସାମିଜକ ସଂଗଠନ, ଗନ୍ଧମାର୍ଦ୍ଧନ ସୁରକ୍ଷା କମିଟି ଏହାକୁ ବିରୋଧ କରି 56 ଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି । ତେବେ ବିଜେଡି ଦଳ ସହିତ ମୋର ମଧ୍ୟ ସମର୍ଥନ ଅଛି । ଆମେ କେବେବି ଏହାର ଖନନ ହେବାକୁ ଦେବୁନାହିଁ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ତୀବ୍ର ଆନ୍ଦୋଳନ କରିବ ।"

  • 'ଆୟୋଜକଙ୍କୁ ଧନ୍ୟବାଦ'

ସେହିପରି ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ ମେହେର କହିଛନ୍ତି,"80 ଦଶକ ପରେ କୌଣସି କମ୍ପାନୀ ଏଠାରେ ଜମି କ୍ରୟ କରୁ ନଥିଲା । ହେଲେ ଏବେ ଏଠି ଆଦାନୀ କମ୍ପାନୀ ଜମି କିଣିଛି । ଡବଲ ଇଞ୍ଜିନ ସରକାର ଆସିଲା ପରେ ଏହା ଦେଖିବାକୁ ମିଳିଛି । ଏପଟେ ଲୋକ ବିଶ୍ଵାସରେ ସରକାର ଆଣିଥିଲେ । ହେଲେ ସରକାର ବିଶ୍ୱାସଘାତକତା କରିଛନ୍ତି । ଏହାକୁ ବିକ୍ରି କରିଦେବାକୁ ଯୋଜନା କରିଛି । ଯାହା ବିରୋଧରେ ଆଜି ପଶ୍ଚିମ ଓଡ଼ିଶା ସ୍ତରୀୟ ମହାସମାବେଶ ହୋଇଛି। ଯେଉଁଥିରେ ସବୁ ସଂଗଠନ ଓ ଦଳ ସାମିଲ ହୋଇଛନ୍ତି । ଏହି ଆଦାନୀ ହଟାଅ ଆନ୍ଦୋଳନ ପାଇଁ ମୁଁ ଏହାର ଆୟୋଜକଙ୍କୁ ଧନ୍ୟବାଦ ଦେଉଛି ।"

  • ଅନ୍ୟ ସ୍ଥାନର କ୍ଷତିପୂରଣ ପାଇଁ ଏଠାରେ ବନୀକରଣ କାହିଁକି ?

ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା କହିଛନ୍ତି, " ଆଜି ଏଠାରେ ସମସ୍ତେ ଆନ୍ଦୋଳନ କରୁଛନ୍ତି । ଆମେ ବି ସାମିଲ ହୋଇଛୁ । ସମସ୍ତେ ଜାଣିଛନ୍ତି ଯେ ଆଦାନୀ ଏଠାରେ ଜମି କିଣି ସାରିଛନ୍ତି । ସରକାର କହୁଛନ୍ତି ଯେ, କ୍ଷତିପୂରଣ ପାଇଁ ଏଠାରେ ବନୀକରଣ କରିବାକୁ ଜମି ସେହି କମ୍ପାନୀ ନେଇଛି । ହେଲେ ଅନ୍ୟ ସ୍ଥାନର କ୍ଷତି ପୂରଣ ବନୀକରଣ ଏଠାରେ କାହିଁକି? ଅନ୍ୟ ସ୍ଥାନ ଥିବାବେଳେ କାହିଁକି କେବଳ ଗନ୍ଧ ମାର୍ଦ୍ଧନ ପାହାଡରେ ବନୀକରଣ କରାଯିବାର ଲକ୍ଷ୍ୟ ରହିଛି, ତାହା ସନ୍ଦେହ ସୃଷ୍ଟି କରିଛି । ଅନ୍ୟପଟେ ସରକାର ଏଠାକାର ଇଞ୍ଚେ ଜମି କାହାକୁ ଦେବେ ନାହିଁ ବୋଲି କହିଥିବା ବେଳେ ଆଦାନୀଙ୍କୁ ଶତାଧିକ ଏକର ଜମି ବିକ୍ରି କରିଛନ୍ତି । ଆମେ ଏହା ବିରୋଧରେ ଆନ୍ଦୋଳନ କରିବୁ ।"

ଏହା ବି ପଢନ୍ତୁ...ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଇତିହାସ, କ'ଣ ପାଇଁ ହେଉଛି ବିରୋଧ ? - GANDHAMARDAN ISSUE

ଏହା ବି ପଢନ୍ତୁ...ଶୂନ୍ୟକାଳରେ ଗନ୍ଧମାର୍ଦ୍ଦନ ଝଡ଼, ଉପ-ମୁଖ୍ୟମନ୍ତ୍ରୀ କହିଲେ ‘କୌଣସି କମ୍ପାନୀକୁ ଦେବୁନି’

ସେପଟେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତ ରାୟ କହିଛନ୍ତି,"ପ୍ରାକୃତିକ ସମ୍ପଦକୁ ସାଇତି ରଖିବା ଦରକାର । ହେଲେ ସରକାର ଏଠାକାର ଖଣି ଲୁଟ କରିବାକୁ ଯୋଜନା କରିଛନ୍ତି। ଏପରିକି ଆମ ଦେଶରେ ଏବେ ସଙ୍ଘୀୟ ବ୍ୟବସ୍ଥା ବିପଦରେ ପଡ଼ିଛି । ଆସନ୍ତା 24 ତାରିଖରେ ଆମେ ସମସ୍ତେ ମିଶି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେବୁ ।"

  • ଶୀତ ଅଧିବେଶନକୁ ଗରମ କରିଥିଲା ଗନ୍ଧମାର୍ଦ୍ଦନ ମୁଦ୍ଦା :-

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏହି ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ପର୍ବତକୁ ଆଦାନୀ ସମୂହକୁ ଲିଜ ସୂତ୍ରରେ ଦିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗ ବିଧାନସଭାର ଶୀତ ଅଧିବେଶରେ ମଧ୍ୟ ଉଠିଥିଲା । ଏହାର ବିଭିନ୍ନ ଦିଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଖଣି ଖନନ ପାଇଁ କୌଣସି କମ୍ପାନୀକୁ ଲିଜ ଦେବା କଥାକୁ ସରକାର ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଅଭିଯୋଗକୁ ମିଥ୍ୟା ବୋଲି ଗୃହରେ ସ୍ପଷ୍ଟୀକରଣ ରଖିଥିଲେ । ବିରୋଧୀଙ୍କ ଅଭିଯୋଗ ଅମୁଳକ । କୌଣସି କମ୍ପାନୀକୁ ଗନ୍ଧମାର୍ଦ୍ଦନ ଲିଜ ସୂତ୍ରରେ ଦିଆଯିବ ନାହିଁ ବୋଲି ସରକାର କହିଥିଲେ ।

  • ଖଣି ଲିଜ୍‌ ନୁହେଁ, ବନୀକରଣ ପାଇଁ ମିଳିଥିଲା ଅନୁମତି: ଉପ-ମୁଖ୍ୟମନ୍ତ୍ରୀ

ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଥିଲେ, ସରକାର କୌଣସି କମ୍ପାନୀକୁ ଅନୁମତି ଦେଇନାହାନ୍ତି । କିଛି କମ୍ପାନୀ ବନୀକରଣ ପାଇଁ ସୁନ୍ଦରଗଡରେ ସ୍ଥାନ ପାଇନଥିଲା । ଫଳରେ ସେମାନେ ବଲାଙ୍ଗୀରରେ ଜମି କିଣି ବନୀକରଣ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଗନ୍ଧମାର୍ଦ୍ଦନ ଆମ ଜିଲ୍ଲାବାସୀଙ୍କ ଭବନା ସହ ଜଡିତ । ସେଠାରେ କୌଣସି କମ୍ପାନୀକୁ ଜମି ଦିଆଯିବନାହିଁ । ଯଦି ଏପରି ସ୍ଥିତି ସୃଷ୍ଟି ହୁଏ, ତେବେ ସେ ମଧ୍ୟ ଏହାକୁ ସିଧା ବିରୋଧ କରିବେ ବୋଲି କେଭି କହିଥିଲେ । ସରକାରଙ୍କ ସ୍ପଷ୍ଟୀକରଣ ସତ୍ତ୍ବେ ମଧ୍ୟ ଦନ୍ଧମାର୍ଦ୍ଦନକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଦୀର୍ଘ 2 ମାସରେ ପହଞ୍ଚିବାକୁ ବସିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.