ETV Bharat / technology

ଲଞ୍ଚ ହେଲା 2025 Suzuki Access 125; କମ୍ପାନୀ ଯୋଡ଼ିଲା ଏହି ନୂଆ ଫିଚର - 2025 SUZUKI ACCESS 125 LAUNCHED

ସୁଜୁକି ମୋଟରସାଇକେଲ ଇଣ୍ଡିଆ ଭାରତରେ ଅପଡେଟେଡ୍‌ Suzuki Access 125 ସ୍କୁଟିକୁ ଲଞ୍ଚ କରିଛି । ଏହାର ଦାମ କେତେ ଓ କଣ ନୂଆ ଫିଚର ଜାଣନ୍ତୁ...

2025 Suzuki Access 125 Launched
2025 Suzuki Access 125 Launched (Image Credit- Suzuki Motorcycle India)
author img

By ETV Bharat Tech Team

Published : Jan 20, 2025, 7:08 PM IST

ହାଇଦ୍ରାବାଦ: ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ସୁଜୁକି ମୋଟରସାଇକେଲ ଇଣ୍ଡିଆ ଭାରତୀୟ ବଜାରରେ ନୂଆ Suzuki Access 125କୁ ଭାରତ ମୋବିଲିଟି ଏକ୍ସପୋ 2025ରେ ଲଞ୍ଚ କରିଛି । ନୂଆ Suzuki Access 125 ସ୍କୁଟିରେ ପୁରୁଣା ମଡେଲ ଅପେକ୍ଷା ଅନେକ ପରିବର୍ତ୍ତନ କରାଯାଇଛି । କମ୍ପାନୀ ଏହାର ଦାମ 81,700 ଟଙ୍କା ରଖିଛି ।

Suzuki Access 125ର ଡିଜାଇନ

ପୁରୁଣା ସୁଜୁକି ଆକ୍ସେସ 125ର ସକ୍ସେସର ଭାବେ ଏହାକୁ ଲଞ୍ଚ କରାଯାଇଛି । ନୂଆ ଆକ୍ସେସ ସ୍କୁଟିରେ ଏଲଇଡି ହେଡଲାଇଟ ଆକାରରେ ପରିବର୍ତ୍ତନ କରାଯାଇଛି । ଏହାର ସାଇଡ୍‌ ପ୍ୟାନେଲରେ କ୍ରିଜ ଲଇନ ରହିଛି । ଏହାର ଟେଲ୍‌ ସେକ୍ସନ ସ୍କୁଟରର ସମ୍ପୂର୍ଣ୍ଣ ଡିଜାଇନକୁ ପରିବର୍ତ୍ତନ କରିଛି ।

2025 Suzuki Access 125
2025 Suzuki Access 125 (Image Credit- Suzuki Motorcycle India)

ପାୱାରଟ୍ରେନ କିପରି ?

ଏହାର ଇଞ୍ଜିନ ସମ୍ପର୍କରେ ଆଲୋଚନା କଲେ, ନୂଆ ସୁଜୁକି ଆକ୍ସେସ 125 ସ୍କୁଟିରେ 125cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଯାହାକି OBD2 କମ୍ପ୍ଲିଆଣ୍ଟ । ଏହି ଇଞ୍ଜିନ 6500rpmରେ 8.3bhp ପାୱାର ଓ 5000rpmରେ 10.2nm ଟର୍କ ଉତ୍ପାଦନ କରେ । କମ୍ପାନୀର ଦାବି ଅନୁସାରେ, ପୁରୁଣା ମଡେଲ ତୁଳନାରେ ନୂଆ ଆକ୍ସେସ 125 ଅଧିକ ମାଇଲେଜ ପ୍ରଦାନ କରୁଛି । ଏହାସହିତ ନୂଆ ମଡେଲରେ ପୂର୍ବାପେକ୍ଷା ବଡ଼ ତେଲଟାଙ୍କି ଅଛି, ଯାହାଦ୍ବାରା ଏହାର ରେଞ୍ଜ ମଧ୍ୟ ବୃଦ୍ଧି ପାଇଛି ।

ଭାରିଏଣ୍ଟ ଓ କଲର ଅପସନ

ନୂଆ ଆକ୍ସେସ 125 ସ୍କୁଟିଟି ଭାରତୀୟ ବଜାରରେ ତିନୋଟି ଭାରିଏଣ୍ଟ ସହ ଉପଲବ୍ଧ । ସେଗୁଡ଼ିକ ହେଉଛି ଷ୍ଟାଣ୍ଡାର୍ଡ, ସ୍ପେଶାଲ ଓ ରାଇଡ କନେକ୍ଟ ଏଡିସନ । ଏହାର 5ଟି କଲର ଅପସନ ମଧ୍ୟ ରହିଛି- ମେଟାଲିକ୍‌ ମ୍ୟାଟ୍‌ ଷ୍ଟିଲାର ବ୍ଲୁ, ପର୍ଲ ଗ୍ରେସ୍‌ ହ୍ବାଇଟ୍‌, ମେଟାଲିକ୍‌ ମ୍ୟାଟ୍‌ ବ୍ଲାକ ନମ୍ବର 2, ସଲିଡ୍‌ ଆଇସ ଗ୍ରୀନ ଓ ପର୍ଲ ସାଇନି ବେଗ୍‌ ।

ନୂଆ ଆକ୍ସେସ 125ର ଫିଚର

ଏହାର ଫିଚର ସମ୍ପର୍କରେ ଆଲୋଚନା କଲେ, ଏଥିରେ ଏକ୍ସଟିରିଅର ଫ୍ୟୁଲ୍‌ ଫିଲିଂ ଲିଡ୍‌ ଦିଆଯାଇଛି । ଅର୍ଥାତ ତେଲ ଭର୍ତ୍ତ କରିବା ଲାଗି ବାହାରେ ଲିଡ୍‌ ଦିଆଯାଇଛି । ଏହାବାଦ ଦୁଇଟି ଫ୍ରଣ୍ଟ ପକେଟ୍‌, ଲମ୍ବା ସିଟ୍‌ ଓ ଅଣ୍ଡରସିଟ୍‌ ଷ୍ଟୋରେଜ ମଧ୍ୟ ବୃଦ୍ଧି ପାଇଛି । ଏହାସହ ସ୍କୁଟିରେ ପାସ୍‌ ସ୍ବିଚ୍‌, ରିଅର ବ୍ରେକ୍‌ ଲକ୍‌, ହାଜାର୍ଡ ଲାଇଟ୍‌ ସ୍ବିଚ ଦିଆଯାଇଛି । ଏହାବ୍ୟତୀତ ଏଥିରେ ବ୍ଲୁଟୁଥ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଅଛି ଯାହାକି ରେନ୍‌ ଆଲର୍ଟ, ଡିଜିଟାଲ ୱଲେଟ୍‌, ଇନ୍ଧନ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥାଏ ।

ଏହା ବି ପଢନ୍ତୁ
  1. ବଡ଼ ଉପଲବ୍ଧି; 60ଲକ୍ଷ ୟୁନିଟ ପ୍ରଡକ୍ସନ ପୂରା କଲା Suzuki Access 125
  2. ଅଟୋ ଏକ୍ସପୋ 2025: ଲଞ୍ଚ ହେଲା Honda Activa-e ଓ QC1 ଇଲେକଟ୍ରିକ ସ୍କୁଟର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.