ETV Bharat / technology

ହୁଣ୍ଡାଇ ଲଞ୍ଚ କଲା Creta Electric, ସୁଲଭ ମୂଲ୍ୟରେ ମିଳିବ ଲଙ୍ଗ୍‌ ରେଞ୍ଜ - HYUNDAI LAUNCHED CRETA ELECTRIC

ହୁଣ୍ଡାଇ ମୋଟର ଭାରତରେ ନୂଆ କ୍ରେଟା ଇଲେକଟ୍ରିକ କାରକୁ ଲଞ୍ଚ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ କେତେ ଓ କଣ ଫିଚର ମିଳିବ ଜାଣନ୍ତୁ...

Hyundai launched Creta Electric at Auto Expo 2025
Hyundai launched Creta Electric at Auto Expo 2025 (Image Credit- Hyundai Motor India)
author img

By ETV Bharat Tech Team

Published : Jan 20, 2025, 3:07 PM IST

ହାଇଦ୍ରାବାଦ: କୋରିଆନ କାର ନିର୍ମାତା କମ୍ପାନୀ ହୁଣ୍ଡାଇ ମୋଟର କିଛି ଦିନ ପୂର୍ବରୁ ହୁଣ୍ଡାଇ କ୍ରେଟା ଇଲେକଟ୍ରିକ୍‌ର ଖୁଲାସା କରିଥିଲା । ଏବେ କମ୍ପାନୀ ଭାରତ ମୋବିଲିଟି ଏକ୍ସପୋ 2025ରେ ଏହି ଏସୟୁଭିକୁ ଲଞ୍ଚ କରିବା ସହ ଏହାର ଦାମର ଖୁଲାସା କରିଛି । ଏହି କାରଟି ଭାରତୀୟ ବଜାରରେ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିବା ବେଳେ ଏହାର ରେଞ୍ଜ ମଧ୍ୟ ଅଧିକ ରହିଛି ।

Creta Electric
Creta Electricର ଇଣ୍ଟିରିଅର (Image Credit- Hyundai Motor India)

Creta Electricର ଭାରିଏଣ୍ଟ

କମ୍ପାନୀ ପ୍ରାୟ 2 ସପ୍ତାହ ପୂର୍ବରୁ ଏହି କାରର ପ୍ରି-ବୁକିଂ ଆରମ୍ଭ କରିଥିଲା, ଯାହାକୁ 25000ଟଙ୍କା ଦେଇ ବୁକ୍‌ କରିପାରିବେ । କ୍ରେଟା ଇଲେକଟ୍ରିକ୍‌ର ମୋଟ 5ଟି ଭାରିଏଣ୍ଟ ରହିଛି, ଯେଉଁଥିରେ Executive, Smart, Smart (O), Premium ଓ Excellence ସାମିଲ । ଟପ୍‌ 3 ଭାରିଏଣ୍ଟ ସ୍ମାର୍ଟ (ଓ), ପ୍ରିମିୟମ ଓ ଏକ୍ସିଲେନ୍ସରେ 11kWh AC ୱାଲ ବକ୍ସ ଚାର୍ଜର 73,000 ଅତିରିକ୍ତ ଅର୍ଥ ଦେଇ କିଣିପାରିବେ ।

Creta Electric
Creta Electricର ଫ୍ରଣ୍ଟ ଭ୍ୟୁ (Image Credit- Hyundai Motor India)

ବ୍ୟାଟେରୀ ପ୍ୟାକ୍‌, ରେଞ୍ଜ ଓ ଚାର୍ଜିଂ

  • କ୍ରେଟା ଇଲେକଟ୍ରିକ୍‌ରେ 2ଟି ବ୍ୟାଟେରୀ ବିକଳ୍ପ 42kWh ଓ 51.4kWh ସହିତ ଆସିଛି । ARAI ଦ୍ବାରା ଦାବି କରାଯାଇଛି ଯେ ଛୋଟ ବ୍ୟାଟେରୀ ପ୍ୟାକ୍‌ର ରେଞ୍ଜ ପାଖାପାଖି 390 କିଲୋମିଟର ରହିଛି, ଯେତେବେଳେ କି ଏହାର ବଡ଼ ବ୍ୟାଟେରୀ ପ୍ୟାକ୍‌ 473 କିଲୋମିଟର ରେଞ୍ଜ ପ୍ରଦାନ କରିଥାଏ ।
  • କ୍ରେଟା ଇଲେକଟ୍ରିକର ବଡ଼ ବ୍ୟାଟେରୀ ପ୍ୟାକ୍‌ର ଭାରିଏଣ୍ଟ ଲାଗି କମ୍ପାନୀ ଦାବି କରିଛି ଯେ କାର ମାତ୍ର 7.9 ସେକେଣ୍ଡରେ 0-100kph ବେଗ ଧରିପାରିବ । ସେପଟେ ହୁଣ୍ଡାଇ କ୍ରେଟାର N-ଲାଇନ 0-100kph ବେଗ ଧରିବା ଲାଗି 8.9 ସେକେଣ୍ଡ ସମୟ ନେଇଥାଏ ।
  • କ୍ରେଟା ଇଲେକଟ୍ରିକ୍‌ ପାୱାର ଦେବା ଲାଗି ଫ୍ରଣ୍ଟ ଆକ୍ସଲରେ ଏକ ସିଙ୍ଗଲ୍‌ ମୋଟରର ବ୍ୟବହାର କରାଯାଇଛି । ଯାହାକି ଆଗ ଚକକୁ ଶକ୍ତି ପ୍ରଦାନ କରିଥାଏ । ଏହାର ଲଙ୍ଗ୍‌ ରେଞ୍ଜ ଭାରିଏଣ୍ଟରେ ଏହି ମୋଟର 170bhp ପାୱାର ଓ 255nm ଟର୍କ ଉତ୍ପନ୍ନ କରିଥାଏ । କିନ୍ତୁ ଛଟୋ ବ୍ୟାଟେରୀ ଭାରିଏଣ୍ଟରେ 134bhp ପାୱାର ପ୍ରଦାନ କରିଥାଏ ।
  • କାରରେ ମିଳିଥିବା ବ୍ୟାଟେରୀକୁ DC ଫାଷ୍ଟ ଚାର୍ଜରରେ 10ରୁ 80% ଚାର୍ଜ ହେବା ଲାଗି 58 ମିନିଟ ସମୟ ଲାଗିଥାଏ ଓ 11 କିଲୋୱାଟ୍‌ AC ହୋମ ଚାର୍ଜର ବ୍ୟବହାର କରି ଏହାକୁ 1--100% ଚାର୍ଜ କରିବା ଲାଗି 4 ଘଣ୍ଟା ଲାଗିଥାଏ ।
Creta Electric
Creta Electricର ରିଅର ଭ୍ୟୁ (Image Credit- Hyundai Motor India)

ଏକ୍ସଟିରିଅର ଓ କଲର ଅପସନ

କ୍ରେଟା ଇଲେକଟ୍ରିକ୍‌ର ସିଲହୁଟ୍‌ (କାର ଆଉଟଲାଇନ୍‌) Creta ICE ପରି ପ୍ରାୟତଃ ସମାନ, ତଥାପି ଏଥିରେ କିଛି ପ୍ରଭେଦ ଦେଖିବାକୁ ମିଳେ । ହୁଣ୍ଡାଇ କ୍ରେଟା ଇଭିର ଫ୍ରଣ୍ଟ ବମ୍ପରରେ ପିକ୍ସଲ ପରି ଏଲିମେଣ୍ଟ ଦିଆଯାଇଛି, ଯାହାକି କମ୍ପାନୀ Ioniq ମଡେଲ ସହିତ ସମାନ । ପାଖରୁ ଦେଖିଲେ ଏଥିରେ ସିଲବନ୍ଦ ଗ୍ରୀଲ ଓ ଏୟାର ଡ୍ୟାମ ଭଳି ଏୟରୋଡାଇନାମିକ୍‌ ତତ୍ତ୍ବ ଦେଖିବାକୁ ମିଳେ । ବିଶେଷ ଭାବରେ ବମ୍ପରରେ ଲଗାଯାଇଥିବା ଏୟାର ଫ୍ଲାପ କୁଲିଂ ଓ ଏୟାରଫ୍ଲୋ ଲାଗି ଖୋଲେ ଓ ବନ୍ଦ ହୋଇଥାଏ । ଏହା ଏହି ସେଗମେଣ୍ଟରେ ପ୍ରଥମ ଭାବେ ଆସିଛି । ଏହାବ୍ୟତୀତ 'H' ଲୋଗୋ ଉପରେ ଫ୍ରଣ୍ଟ କ୍ୟାମେରା ରହିଛି, ଯାହାର ପଛରେ ଚାର୍ଜିଂ ପୋର୍ଟକୁ ଲୁଚାଯାଇଛି ।

Creta Electric
Creta Electric (Image Credit- Hyundai Motor India)

ଇଣ୍ଟିରିଅର ଓ ଫିଚର

ବାହାର ଡିଜାଇନ ପରି କ୍ରେଟା ଇଲେକଟ୍ରିକର କ୍ୟାବିନ ବା ଭିତର ପାର୍ଶ୍ବ ICE Creta ପ୍ରାୟତଃ ସମନ । ଏଥିରେ ଟ୍ବିନ୍‌ 10.25 ଇଞ୍ଚ ସ୍କ୍ରିନ (ଇନଫୋଟେନମେଣ୍ଟ ଓ ଇନଷ୍ଟ୍ରୁମେଣ୍ଟ ଲାଗି ଗୋଟିଏ-ଗୋଟିଏ ସ୍କ୍ରିନ), 8 ସ୍ପିକର ବୋସ ଅଡିଓ ସିଷ୍ଟମ, ଡୁଆଲ-ଜୋନ ଏସି, ଅଟୋ-ଡିମିଂ IRVM ଭଳି ଫିଚର ଦିଆଯାଇଛି । ସେଣ୍ଟ୍ରାଲ ଟଚସ୍କ୍ରିନ ଭଏସ କମାଣ୍ଡ ଓ ବ୍ଲୁଲିଙ୍କ ଇନ-କାର କନେକ୍ଟିଭିଟିକୁ ବି ସପୋର୍ଟ କରିଥାଏ ।

Creta Electric
Creta Electric ସାଇଡ ଭ୍ୟୁ (Image Credit- Hyundai Motor India)

ଦାମ କେତେ ?

କମ୍ପାନୀ ଏହି କାରର ପ୍ରାରମ୍ଭିକ ମୂଲ୍ୟ 17.99 ଲକ୍ଷ (ଏକ୍ସ-ଶୋ'ରୁମ) ରଖିଛି । କାରର ସର୍ବାଧିକ ମୂଲ୍ୟ 24, 37900 ଟଙ୍କା ରହିଛି । କାରର ବିଭିନ୍ନ ଭାରିଏଣ୍ଟର ଦାମ ମଧ୍ୟ ଭିନ୍ନ ଭିନ୍ନ ରହିଛି ।

ଏହା ବି ପଢନ୍ତୁ
  1. ବ୍ଲାକ୍‌ ବୋଲ୍ଡ ଲୁକ୍‌ ସହ ଲଞ୍ଚ ହେଲା Cretaର Knight Edition; ଦାମ 14.51 ଲକ୍ଷ
  2. Hyundai Creta Electricର ଖୁଲାସା; ଜାଣନ୍ତୁ କେତେ ମିଳିବ ରେଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.