ETV Bharat / technology

ଅପେକ୍ଷାର ଅନ୍ତ; 20.75କିମି ମାଇଲେଜ ସହ ଲଞ୍ଚ ହେଲା Kia Syros, ଦାମ କେତେ ଜାଣନ୍ତୁ - KIA SYROS LAUNCHED IN INDIA

କିଆ ଇଣ୍ଡିଆ ଏହାର ବହୁ ପ୍ରତିକ୍ଷିତ କମ୍ପାକ୍ଟ ଏସୟୁଭି Syrosର ଦାମର ଖୁଲାସା କରିଛି । କମ୍ପାନୀ Kia Syrosର ବୁକିଂ ଗତ 3 ଜାନୁଆରୀରୁ ଆରମ୍ଭ କରିଛି । ଅଧିକ ପଢନ୍ତୁ

Kia Syros Launched In India
Kia Syros Launched In India (Image Credit- Kia India)
author img

By ETV Bharat Tech Team

Published : Feb 1, 2025, 11:32 AM IST

ହାଇଦ୍ରାବାଦ: ଗୋଟିଏ ପରେ ସାରା ଦେଶ ଆର୍ଥିକ ବର୍ଷ 2025-26 ଲାଗି ଉପସ୍ଥାପନ ହେଉଥିବା କେନ୍ଦ୍ର ବଜେଟ୍‌ ଉପରେ ନଜର ରଖିଥିବା ବେଳେ ଏପଟେ କିଆ ଭାରତୀୟ ବଜାରରେ ଗ୍ରାହକଙ୍କ ଲାଗି ନୂଆ କମ୍ପାକ୍ଟ ଏସୟୁଭି Kia Syrosକୁ ଲଞ୍ଚ କରିଛି । ଏହି ଏସୟୁଭିକୁ ଡିସେମ୍ବର 2024ରେ କମ୍ପାନୀ ପ୍ରଦର୍ଶିତ କରିଥିବାବେଳେ ଆଜି କମ୍ପାନୀ ଏହି କାରର ଦାମ ସମ୍ପର୍କରେ ଘୋଷଣା କରିଛି ।

କମ୍ପାନୀ ଏହି କାରକୁ HTK, HTK (O), HTK+ ବ୍ୟତୀତ HTX, HTX+ ଓ HTX+ (O) 6ଟି ଭିନ୍ନ ଭାରିଏଣ୍ଟରେ କିଣାଯାଇପାରିବ । ଏହି କାର ଗ୍ରାହକଙ୍କୁ 8ଟି ଅଲଗା କଲର ଅପସନ ସହିତ ମଧ୍ୟ ମିଳିବ । ଭାରତରେ ଏହାର ଏକ୍ସ ଶୋ'ରୁମ ମୂଲ୍ୟ 9ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ଟପ୍‌ ମଡେଲ୍‌ରେ 17.80 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । କମ୍ପାନୀ ଗତ ଜାନୁଆରୀ 3 ତାରିଖରୁ 25ହଜାର ଟଙ୍କା ଟୋକନ ରାଶି ସହିତ ଏହାର ବୁକିଂ ଆରମ୍ଭ କରିଥିଲା । ଏହାର ଡେଲିଭରି ଫେବୃଆରୀ ମଧ୍ୟଭାଗରୁ ଆରମ୍ଭ ହେବାକୁ ଯାଉଛି । ଆସନ୍ତୁ Kia Syrosର ଫିଚର, ପାୱାରଟ୍ରେନ ଓ ଭାରିଏଣ୍ଟ ଅନୁଯାୟୀ ଦାମ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

Kia Syoros: ଭାରିଏଣ୍ଟ ଅନୁଯାୟୀ ଦାମ

କିଆ ଏହି କମ୍ପାକ୍ଟ ଏସୟୁଭିର ଦାମ 8ଲକ୍ଷ 99 ହଜାର 900ଟଙ୍କା (ଏକ୍ସ ଶୋ'ରୁମ) ଆରମ୍ଭ ହୋଇଥିବା ବେଳେ ଅଲଗା ଅଲଗା ଭାରିଏଣ୍ଟ ଅନୁଯାୟୀ ଏହାର ଦାମ ମଧ୍ୟ ଭିନ୍ନ ରହିଛି । ଏହି କାରର ଟପ୍‌ ମଡେଲର ଦାମ 17.80 ଲକ୍ଷ ଟଙ୍କା ରହିଛି । ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ଅନୁସାରେ କାର ଭାରିଏଣ୍ଟର ଦାମ ଅଲଗା ଅଲଗା ରହିଛି ।

Kia Syros: ଡିଜାଇନ

ସାଇରସର ଡିଜାଇନ ସମ୍ପର୍କରେ ଆଲୋଚନା କଲେ, ଏହା ସମ୍ପୂର୍ଣ୍ଣ ଭାବେ ନୂଆ ଡିଜାଇନ ସହିତ ଆସିଛି । ଏହା ଡିଜାଇନ ଲାଗି କିଆର ଗ୍ଲୋବାଲ ଡିଜାଇନକୁ ଅନୁସରଣ କରିଛି । ଏହା Carnival, EV3 ଓ EV9ଠାରୁ ଡିଜାଇନ ନେଇ ପ୍ରେରିତ । ଏହା ବକ୍ସି ଡିଜାଇନ ସହ ଆସିଥିବା ବେଳେ ଭର୍ଟିକାଲ ଏଲଇଡି ହେଡଲ୍ୟାମ୍ପ, 17 ଇଞ୍ଚର ଆଲଏ ହ୍ବିଲ୍ସ, ସାଇଡ ପ୍ରୋଫାଇଲରେ ଅଲ୍‌ ବ୍ଲାକ୍‌ ପିଲର, ଫ୍ଲାସ୍‌-ଫିଟିଂ ଡୋର ହ୍ୟାଣ୍ଡେଲ୍‌ ରହିଛଇ । ଏସୟୁଭିର ପଛ ପାର୍ଶ୍ବରେ ହାଇ-ମାଉଣ୍ଟେଡ୍‌ L ସେପ୍‌ର ଟେଲ ଲ୍ୟାମ୍ପ ରହିଛି ।

ଇଞ୍ଜିନ କିପରି ?

ଏହି ଏସୟୁଭିରେ 1.5 ଲିଟର ଡିଜେଲ ଇଞ୍ଜିନ ବିକଳ୍ପ ମିଳୁଥିବା ବେଳେ ଏହା 115bhp ପାୱାର ଓ 250nm ଟର୍କ ଜେନେରେଟ୍‌ କରିଥାଏ । ଏହି କାରରେ ଗ୍ରାହକ 1.0 ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ ସହିତ କିଣିପାରିବେ । ଏହା 120bhp ପାୱାର ଓ 172nm ଟର୍କ ଉତ୍ପନ୍ନ କରିଥାଏ । ଏହି ଗାଡ଼ିକୁ 7 ସ୍ପିଡ୍‌ ଡିସିଟି, 6 ସ୍ପିଡ ମାନୁଆଲ୍‌ ଓ 6ସ୍ପିଡ୍‌ ଟର୍କ କନଭର୍ଟର ଅଟୋମେଟିକ୍‌ ଟ୍ରାନ୍ସମିଶନ ସହିତ କିଣାଯାଇହେବ ।

ମାଇଲେଜ କେତେ ?

ଏହି ଏସୟୁଭିରେ ମାଇଲେଜ ସମ୍ପର୍କରେ କହିଲେ ପେଟ୍ରୋଲ ଇଞ୍ଜିନ ସହିତ ଆସୁଥିବା ମାନୁଆଲ୍‌ ଟ୍ରାନ୍ସମିଶନ ଭାରିଏଣ୍ଟର 1 ଲିଟର ତେଲରେ 18.20 କିଲୋମିଟର ଯାଇପାରେ । ସେହିପରି DCT ଭାରିଏଣ୍ଟ 1 ଲିଟର ଇନ୍ଧନରେ 17.68 କିଲୋମିଟର ଯାଇପାରେ । ଡିଜେନ ଇଞ୍ଜିନ ସମ୍ପର୍କରେ କହିଲେ ମାନୁଆଲ ଭାରିଏଣ୍ଟ 1 ଲିଟର ଇନ୍ଧନ ସହିତ 20.75 କିଲୋମିଟର ପର୍ଯ୍ୟନ୍ତ ଅଟୋମେଟିକ ଭାରିଏଣ୍ଟ 17.65 କିଲୋମିଟର ପର୍ଯ୍ୟନ୍ତ ୟାଇପାରେ ।

ମିଳିବ ଦମଦାର ଫିଚର

ଏହି ଏସୟୁଭିରେ 12.3 ଇଞ୍ଚର ଇନଫୋଟେନମେଣ୍ଟ ସିଷ୍ଟମ ଓ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି । ଏହା ବ୍ୟତୀତ, କାରରେ ସମସ୍ତ 4 ସିଟ ଲାଗି ଭେଣ୍ଟିଲେସନ, ଆମ୍ବିଏଣ୍ଟ ଲାଇଟ୍‌, ସେଣ୍ଟର ଆର୍ମରେଷ୍ଟ, ପେନାରୋମିକ୍‌ ସନରୁଫ୍‌, ପାୱାର ଡ୍ରାଇଭର ସିଟ୍‌ ଓ ଇଲେକ୍ଟ୍ରୋନିକ୍‌ ପାର୍କିଂ ବ୍ରେକ୍‌ ମିଳୁଛି । ସେପଟେ ସୁରକ୍ଷା ଫିଚର ସମ୍ପର୍କରେ କହିଲେ ଏଥିରେ ଫ୍ରଣ୍ଟ ଓ ରିଅର ପାର୍କିଂ ସେନ୍ସର, ଏକ 360 ଡିଗ୍ରୀ କ୍ୟାମେରା ଓ ଲେଭଲ-2 ADAS ସୁଟ୍‌ ଦିଆଯାଇଛି ।

କଲର ଅପସନ ଓ ପ୍ରତିଦ୍ବନ୍ଦିତା

ଏହି କାରରେ 8 କଲର ଅପସନ ଯେଉଁଥିରେ ବ୍ଲାକ୍‌ ପର୍ଲ, ଲାଲ, ବ୍ଲୁ, ଅଲିଭ୍‌, ହ୍ବାଇଟ୍‌ ପର୍ଲ, ସ୍ପାର୍କଲିଂ ସିଲଭର, ଗ୍ରାଭିଟି ଗ୍ରେ ଓ ଇମ୍ପେରିଆଲ ବ୍ଲୁ ସାମିଲ । ମାର୍କେଟରେ ଏସୟୁଭିର ମୁକାବିଲା ଟାଟା ନେକ୍ସନ, ମାରୁତି ବ୍ରେଜା, ନୂଆ ସ୍କୋଡା କିଲାକ୍‌ ଓ ହୁଣ୍ଡାଇ ଭେନ୍ୟୁ ପରି କମ୍ପାକ୍ଟ ଏସଯୁଭି ସହିତ ହେବ ।

ଏହା ବି ପଢନ୍ତୁ
  1. ଭାରତରେ Kia Syros SUVର ବୁକିଂ ଆରମ୍ଭ; କେବଳ 25ହଜାର ଦେଇ କରନ୍ତୁ ବୁକ୍‌
  2. ଭାରତରେ Skodaକୁ ପୂରିଲା 25ବର୍ଷ; ଜାଣନ୍ତୁ କମ୍ପାନୀର ଯାତ୍ରାଠୁ ଆଗାମୀ ଯୋଜନାବଳୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.