ETV Bharat / state

ଆଜି ପଦ୍ମ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି - PADMA BESHA OF LORD JAGANNATH

ଆଜି ପଦ୍ମବେଶରେ ଦର୍ଶନ ଦେବେ କାଳିଆ ସାଆନ୍ତ । ଶ୍ରଦ୍ଧାଳୁଙ୍କ ଭିଡ । ବେଶର ମାହାତ୍ମ୍ୟ ସମ୍ପର୍କରେ କଣ କହୁଛନ୍ତି ସଂସ୍କୃତି ଗବେଷକ ।

ଆଜି ପଦ୍ମ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
ଆଜି ପଦ୍ମ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି (ETV Bharat Odisha)
author img

By ETV Bharat Odisha Team

Published : Feb 1, 2025, 12:48 PM IST

ପୁରୀ: ଆଜି ରାତିରେ ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କ ଦୁର୍ଲ୍ଲଭ ପଦ୍ମ ବେଶ ଅନୁଷ୍ଠିତ ହେବ । ଏହି ବେଶ ବଡସିଂହାର ହେବା ପରେ । କାଲି ସକାଳୁ ଏହି ଦିବ୍ୟ ବେଶ ଦର୍ଶନ କରିବେ ସାଧାରଣ ଭକ୍ତ । ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଯେଉଁ ବେଶ ଅନୁଷ୍ଠିତ ହୋଇଥାଏ ତାକୁ ‘ପଦ୍ମ ବେଶ’ କୁହାଯାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ ଙ୍କ ମତରେ ଏହି ବେଶର ପ୍ରବର୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦସ ।

  • ପଦ୍ମ ବେଶରେ କଣ ବ୍ୟବହୃତ ହୁଏ

ଶ୍ରୀଜୀଉଙ୍କ ମୁଖପଦ୍ମ ସହିତ ପଦ୍ମ ପାଖୁଡ଼ା, ବେତ ନିର୍ମିତ ଓ ସୋଲ ପଦ୍ମ ଖଚିତ ଏକ ତ୍ରିକୋଣର ଟାହିଆ ମଧ୍ୟ ଲାଗି କରାଯାଏ । ଶ୍ରୀଭୁଜରେ ପଦ୍ମକଳିକା ଲାଗି ହୁଏ । ସେଥିରୁ ଝୁଲି ଦୁଇ ତିନି ଖଣ୍ଡ ହୋଇ ପଦ୍ମ ନାଡ଼ ଶ୍ରୀମୁଖ କମଳରୁ ନିମ୍ନକୁ ଲମ୍ବି ଥାଏ । ଯଥା ସ୍ଥାନରେ ଶୋଭାପାଏ ପତ୍ରରାଜି ।ଜଳାଶୟର ସୂଚନା ସହିତ ସିଂହାସନ ଉପରେ ଦୁଇପଟେ ଦେଖାଯାଆନ୍ତି ସନ୍ତରଣ ହଂସ, କରରେ କରପଲ୍ଲବ, ହୃଦୟରେ ହୃଦପଦକ, ଶ୍ରୀପୟର ମାଳା, ଫୁଲଝୁମ୍ପା, ଫୁଲର ଚିତା ମଧ୍ୟ ଭୂଷଣ ରୂପେ ତାଙ୍କୁ ଲାଗି କରାଯାଏ । ମଠଦ୍ଵାରା ପ୍ରଦତ୍ତ ଭୋଗ ଦ୍ରବ୍ୟରେ କ୍ଷୀରି ଓ ଅମାଲୁ ରୋଷଘରର ଚୁଲିରେ ପ୍ରସ୍ତୁତ ହୋଇ ଭୋଗ କରାଯାଏ । ବଡ଼ସିଂହାରର ପଦ୍ମବେଶରେ ମହାପ୍ରଭୁ ସାରାରାତି ରହନ୍ତି । ମା ସୁଭଦ୍ରା ମଧ୍ୟ ପଦ୍ମବେଶରେ ଭୂଷିତ ହୁଅନ୍ତି । ସୋଲରେ ନିର୍ମିତ ଚାରି ଗୋଟି ହଂସ ରତ୍ନସିଂହାସନ ମଣ୍ଡନ କରନ୍ତି । ଶନିବାର କଳାଘୋଡ଼ ଉପରେ ଧଳା ସୋଲ ପଦ୍ମ ଫୁଲ ରେ ମହାପ୍ରଭୁ ସଜେଇ ହୋଇଥାନ୍ତି ।

ଆଜି ପଦ୍ମ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି (ETV Bharat Odisha)
  • କଣ କହେ କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁଯାୟୀ ଉତ୍କଳ ଠାରୁ ଶହ ଶହ ମାଇଲ ଦୂରରେ ଥିଲେ ଜଣେ ହିନ୍ଦୀ ଭାଷୀ ସାଧୁ । ତାଙ୍କର ନାମ ଥିଲା ମନୋହର ଦାସ । ଏକଦା ମହାତ୍ମା ମନୋହର ଦାସ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ପଥ ମଧ୍ୟରେ ରାତ୍ରି ହୋଇଗଲେ କୈଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି । ପଦବ୍ରଜରେ ଯାଉଥିବା ବେଳେ ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୈଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧୟେ ଅନେକ ପଦ୍ମ ଫୁଲ ଫୁଟିଛି। ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ । ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କଲେ l

ଆଜି ପଦ୍ମ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
ଆଜି ପଦ୍ମ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ପ୍ରଥମ ଥର ଅଷ୍ଚ୍ରେଲିଆରେ ହେବ ରଥଯାତ୍ରା, ରଥରେ ଲାଗିବ ପିପିଲି ଚାନ୍ଦୁଆ

ଜଗା ପ୍ରେମ, ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୂପା ଶଙ୍ଖ ଦାନ କଲେ ଭକ୍ତ

ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅନିଶ୍ଚିତତା

ଏ ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର । ଭକ୍ତ ପ୍ରବର ସାଧୁ ମନୋହର ଦାସଙ୍କ ଶ୍ରୀଜଗନ୍ନାଥଙ୍କୁ ପଦ୍ମ ପୁଷ୍ପ ପ୍ରଦାନର କିମ୍ବଦନ୍ତୀ ମୂଳକ ଆଖ୍ୟାନ ଅନୁକ୍ରମେ ମାଘମାସରେ ଏହି ବେଶରେ ଜଗନ୍ନାଥ ମହାପ୍ରଭୁ ସୋଲରେ ନିର୍ମିତ ପଦ୍ମ ପୁଷ୍ପ ପରିହିତ ହୋଇଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.