ETV Bharat / technology

ଏଣିକି 3ମିନିଟ ରିଲ୍ସ ସୁଟ୍‌ କରିପାରିବେ କ୍ରିଏଟର; ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର - INSTAGRAM 3 MINUTES REELS VIDEO

ଇନଷ୍ଟାଗ୍ରାମରେ ଏଣିକି କ୍ରିଏଟର 3 ମିନିଟ୍‌ ବା 180 ସେକେଣ୍ଡ ଯାଏଁ ରିଲ୍ସ ଭିଡିଓ ଅପଲୋଡ କରିପାରିବେ । ପୂର୍ବରୁ ଏହା 90 ସେକେଣ୍ଡ ଥିଲା । ଅଧିକ ପଢନ୍ତୁ

Instagram Increases Reels Length
Instagram Increases Reels Length (Image Credit- Instagram)
author img

By ETV Bharat Tech Team

Published : Jan 20, 2025, 4:04 PM IST

ହାଇଦ୍ରାବାଦ: ଇନଷ୍ଟାଗ୍ରାମରେ ଭିଡିଓ ସୁଟ୍‌ କରୁଥିବା କ୍ରିଏଟରଙ୍କ ଲାଗି ଖୁସି ଖବର । ଏଣିକି ୟୁଜର 3 ମିନିଟ ପର୍ଯ୍ୟନ୍ତ ଲମ୍ବା ରିଲ୍ସକୁ ନିଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିପାରିବେ । ଏଯାବତ ଇନଷ୍ଟାଗ୍ରାମରେ କେବଳ 90 ସେକେଣ୍ଡ ପର୍ଯ୍ୟନ୍ତ ରିଲ୍ସ ଭିଡିଓର ସୀମା ଥିଲା । ଏଥିରୁ ଅନେକ କ୍ରିଏଟର ଲାଭାନ୍ବିତ ହେବାକୁ ଯାଉଛନ୍ତି । ଏ ନେଇ ଖୋଦ ଇନଷ୍ଟାଗ୍ରାମର ମୁଖ୍ୟ ଏଡମ୍‌ ମୋସେରୀ ସୂଚନା ଦେଇଛନ୍ତି ।

ଏବେ ଅପଲୋଡ ହେବ 3ମିନିଟ୍‌ର ଲମ୍ବା ରିଲ୍ସ

ଇନଷ୍ଟାଗ୍ରାମ ମୁଖ୍ୟ ଏଡମ୍‌ ମୋସେରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରି ୟୁଜରଙ୍କୁ ଏହି ସୂଚନା ଦେଇଛନ୍ତି । ସେ ଭିଡିଓରେ କହିଛନ୍ତି, "ଐତିହାସିକ ଭାବେ, ଇନଷ୍ଟାଗ୍ରାମ ରିଲ୍ସର ସମୟ ସୀମା 90 ସେକେଣ୍ଡ ପର୍ଯ୍ୟନ୍ତ ରହିଆସିଛି । କାରଣ ଆମେ ଇନଷ୍ଟାଗ୍ରାମକୁ ସର୍ଟ-କମ୍‌ ଭିଡିଓ ପ୍ଲାଟଫର୍ମ ଭାବେ ରଖିବାକୁ ଚାହୁଁଥିଲୁ । କିନ୍ତୁ ଆମକୁ ଅନେକ କ୍ରିଏଟରଙ୍କ ତରଫରୁ ଫିଡବ୍ୟାକ୍‌ ମିଳିଥିଲା ଯେ 90 ସେକେଣ୍ଡ ବହୁତ କମ ଟାଇମ । ଏଥିଲାଗି ଆମେ ନିଷ୍ପତ୍ତି ନେଇଛୁ ଯେ ଏହାର ସମୟ ସୀମାକୁ 3 ମିନିଟ କରାଯିବ । ଏହାଦ୍ବାରା ଆପଣ ନିଜ କାହାଣୀକୁ ବିସ୍ତୃତ ଭାବରେ କହିପାରିବେ ।"

ଏହି 3 ମିନିଟ ରିଲ୍ସ ଫିଚର ଆସିବା ପରେ ଏବେ ଇନଷ୍ଟାଗ୍ରାମ ଆଉ ସର୍ଟ ଭିଡିଓ ପ୍ଲାଟଫର୍ମରେ ହୋଇ ରହିବ ନାହିଁ । ଏବେ ଏହି ଆପ୍‌ ୟୁଟ୍ୟୁବ ସର୍ଟ୍ସ ଓ ଟିକଟକ୍‌ ପରି ଭର୍ଟିକାଲ ଭିଡିଓ ପ୍ଲାଟଫର୍ମ ହୋଇଛି । କିନ୍ତୁ ଟିକଟକ୍‌ରେ ୟୁଜର 60 ମିନିଟ ବା 1 ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିପାରିବେ । ଏହା ସେତେବେଳେ ସମ୍ଭବ ଯେତେବେଳେ ବାହାରେ ରେକର୍ଡିଂ କରି ଭିଡିଓ ଅପଲୋଡ କରିବେ । ଆପ୍‌ରେ ରେକର୍ଡିଂ କଲେ ଏଥିରେ ଭିଡିଓର ସମୟ ସୀମା 10 ମିନିଟ ପର୍ଯ୍ୟନ୍ତ ରହିଛି ।

ୟୁଟ୍ୟୁବ ବି ବଢାଇଥିଲା Shorts ସୀମା

କହି ରଖୁଛୁ କି, କିଛି ମାସ ପୂର୍ବରୁ ୟୁଟ୍ୟୁବ୍‌ ନିଜର ସର୍ଟ ଭିଡିଓର ସମୟ ସୀମା 90 ସେକେଣ୍ଡରୁ 180 ସେକେଣ୍ଡ ବା 3 ମିନିଟ ପର୍ଯ୍ୟନ୍ତ କରିଥଲିା । ଏହାପରେ ୟୁଟ୍ୟୁବ ସର୍ଟ ଭିଡିଓ କାଟେଗୋରୀ ନୁହେଁ ବରଂ ଭର୍ଟିକାଲ ଭିଡିଓ କାଟେଗୋରୀ ପ୍ଲାଟଫର୍ମ ହୋଇଛି । ଏହାପରେ ଇନଷ୍ଟାଗ୍ରାମ ୟୁଜର ରିଲ୍ସ ଭିଡିଓର ସମୟ ସୀମା ବୃଦ୍ଧି କରିବା ଲାଗି ଦାବି କରିଥିଲେ । ଏବେ ଇନଷ୍ଟାଗ୍ରାମ ମୁଖ୍ୟ ୟୁଜରଙ୍କ ଏହି ଦାବିକୁ ପୂରଣ କରିଛନ୍ତି ।

ଏହା ବି ପଢନ୍ତୁ
  1. Instagramରେ ଏବେ କରିପାରିବେ ଲୋକେସନ ସେୟାର; ଅନେକ ଷ୍ଟିକର ସାମିଲ
  2. Instagram ଆଣୁଛି ନୂଆ ଫିଚର; ଲଗାଇପାରିବେ AI ଜେନେରେଟ୍‌ ପ୍ରୋଫାଇଲ ପିକ୍‌ଚର
  3. ଏବେ ମ୍ୟୁଜିକ୍‌ ସହ ଲଗାଇପାରିବେ WhatsApp ଷ୍ଟାଟସ୍‌; କେମିତି ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.