ହାଇଦ୍ରାବାଦ: ଜାପାନର କାର ନିର୍ମାତା କମ୍ପାନୀ Toyota Kirloskar Motor ନିଜର ଲୋକପ୍ରିୟ ଟୋୟୋଟା ରୁମିଅନର ଲିମିଟେଡ ଫେଷ୍ଟିଭ ଏଡିସନ ଲଞ୍ଚ କରିଛି । କମ୍ପାନୀ ଏହି ସ୍ପେଶାଲ ଏଡିସନକୁ ଫେଷ୍ଟିଭ ସିଜନକୁ ଦୃଷ୍ଟିରେ ରଖି ଲଞ୍ଚ କରିଛି । ଯାହାଦ୍ବାରା କମ୍ପାନୀର ବିକ୍ରି ବୃଦ୍ଧି ପାଇବ । ଏଥିରେ ଅନେକ ଷ୍ଟାଇଲିସ ଫିଚର ରହିଥିବା ଜଣାପଡ଼ିଛି ।
Toyota Rumionର ଫେଷ୍ଟିଭ ଏଡିସନରେ କଣ ଖାସ ?
- ସୂଚନା ଅନୁସାରେ, ଏହି ଏସୟୁଭିକୁ TGA ପ୍ୟାକେଜ ସହିତ କମ୍ପାନୀ ଲଞ୍ଚ କରିଛି, ଯାହାଦ୍ବାରା ଏହି ଯାନଟି ଅଧିକ ଭଲ ଚାଲିବ ।
- ଏଥିରେ ଅନେକ ଷ୍ଟାଇଲିସ ଅପଗ୍ରେଡ କରାଯାଇଛି । ଯାହାକି ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ।
- ଏଥିରେ ମୁଖ୍ୟତଃ ଡାହାଣ ହାତର ଡ୍ରାଇଭ୍ ମଡେଲ୍ ପାଇଁ ବ୍ୟାକ୍ ଡୋର ଗାର୍ନିସ୍, ମଡ୍ ଫ୍ଲାପ୍, ରିଅର ବମ୍ପର ଗାର୍ନିସ୍ ଏବଂ ଡିଲକ୍ସ କାର୍ପେଟ୍ ମ୍ୟାଟ୍ ରହିଛି ।
- ଏହାବାଦ ଅନ୍ୟାନ୍ୟ ଫିଚରଗୁଡିକ ମଧ୍ୟରେ ହେଡଲ୍ୟାମ୍ପ ଗାର୍ନିସ୍, ନମ୍ବର ପ୍ଲେଟ୍ ଗାର୍ନିସ୍, କ୍ରୋମ୍ ଡୋର ଭିଜର୍, ରୁଫ୍ର ଏଜ ସପ୍ଲାଏର ସହିତ ବଡି ସାଇଡ୍ ମୋଲିଡିଂ ଅନ୍ତର୍ଭୁକ୍ତ । ଯାହା ଏହି କାରକୁ ଏକ ଭିନ୍ନ ରୂପ ଦେଇଥାଏ ।
- ମାରୁତି ସୁଜୁକି ଏର୍ଟିଗା ଉପରେ ଆଧାର କରି ଟୋୟୋଟା ରୁମିଅନ୍ 4ଟି ଭାରିଏଣ୍ଟରେ ଉପଲବ୍ଧ - S, G, V ଏବଂ S CNG । ଏହାର ମୂଲ୍ୟ 10.44 ଲକ୍ଷରୁ 13.73 ଲକ୍ଷ (ଏକ୍ସ-ଶୋ’ରୁମ୍) ମଧ୍ୟରେ ରହିଛି ।
Toyota Rumionର ପାୱାରଟ୍ରେନ:-
ସ୍ପେଶାଲ୍ ଫେଷ୍ଟିଭ୍ ସିଜନ୍ ଏଡିସନର ଇଞ୍ଜିନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପୂର୍ବ 1.5-ଲିଟର କେ ସିରିଜ୍ ପେଟ୍ରୋଲ୍ ଇଞ୍ଜିନ୍ ରହିଛି, ଯାହା 5-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ କିମ୍ବା ଟର୍କ କନଭର୍ଟର ସ୍ବୟଂଚାଳିତ ଗିଅରବକ୍ସ ସହିତ ଆସିଥାଏ । ବିକଳ୍ପ ଇନ୍ଧନ ଖୋଜୁଥିବା ଗ୍ରାହକଙ୍କ ପାଇଁ ଏହି 7-ସିଟ୍ କାର୍ ପେଟ୍ରୋଲ୍ ଏବଂ ସିଏନଜି ପାୱାର୍ ଟ୍ରେନ୍ ସହିତ ଉପଲବ୍ଧ । ଯାହା କେବଳ 5-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ପାଇଥାଏ ।